ନଗର ରାଷ୍ଟ୍ର ମୁଖ୍ୟ

– ଜିତେନ୍ଦ୍ର କୁମାର ନାୟକ

 

ଏସିଆ ମହାଦେଶର ଦ୍ୱୀପ ଦେଶ ତଥା ନଗର ରାଷ୍ଟ୍ର ଭାବେ ପରିଚିତ ସିଙ୍ଗାପୁର ବୈଷୟିକ ଦୃଷ୍ଟିରୁ ସମୃଦ୍ଧ ହୋଇଥିବାରୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏହାର ଏକ ସ୍ବତନ୍ତ୍ର ସ୍ଥାନ ରହିିଛି। ଜନସଂଖ୍ୟା ୫୬ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ୯ ପ୍ରତିଶତ ଭାରତୀୟ ବଂଶୋଦ୍ଭବଙ୍କ ଯୋଗଦାନ ଏହି ରାଷ୍ଟ୍ରର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ନିକଟରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ମୂଳବାସିନ୍ଦା ଥର୍ମାନ ଶନ୍ମୁଗରାତ୍‌ନାମ ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଅନ୍ତର୍ଜାତୀୟ ରାଜନୀତିରେ ଭାରତର ନାମକୁ ଅଧିକ ଉଜ୍ଜ୍ୱଳ କରିଦେଇଛନ୍ତି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ, ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ପରେ ଥର୍ମାନ ଏଭଳି ସୁଯୋଗ ପାଇଛନ୍ତି। ଆସନ୍ତା ୧୩ ତାରିଖରେ ସେ ସିଙ୍ଗାପୁର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କ ଜୀବନଯାତ୍ରା ବିଷୟରେ ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ଥର୍ମାନ ୨୫ ଫେବୃୟାରୀ ୧୯୫୭ରେ ତାମିଲ ପୂର୍ବପୁରୁଷଙ୍କ ଦାୟାଦ ଭାବେ ସିଙ୍ଗାପୁରରେ ଜନ୍ମଗ୍ରହଣ କରିଥିଲେ। ଏମିରଟସ୍‌ ପ୍ରଫେସର କେ. ଶନ୍ମୁଗରାତ୍‌ନାମଙ୍କ ସେ ତୃତୀୟ ପୁଅ। ପିତା ମେଡିକାଲ ସାଇଣ୍ଟିଷ୍ଟ ଭାବେ ଜଣାଶୁଣା ଓ ସିଙ୍ଗାପୁରରେ ‘ଫାଦର ଅଫ୍‌ ପାଥୋଲୋଜି’ ଆଖ୍ୟା ପାଇଥିଲେ। ସିଙ୍ଗାପୁର କ୍ୟାନସର ରେଜିଷ୍ଟ୍ରି ପ୍ରତିଷ୍ଠା କରିବାରେ ପିତାଙ୍କ ଭୂମିକା ଥିଲା ଅନନ୍ୟ। କର୍କଟ ରୋଗ ଗବେଷଣା ଓ ପାଥୋଲୋଜି ସମ୍ବନ୍ଧୀୟ ବହୁ ଅନ୍ତର୍ଜାତୀୟ ସଙ୍ଗଠନର ପିତା ନେତୃତ୍ୱ ନେଉଥିବାରୁ ପିଲାଟି ବେଳୁ ଥର୍ମାନ ଏକ ଉଚ୍ଚଶିକ୍ଷିତ ସମ୍ଭ୍ରାନ୍ତ ପରିବେଶରେ ବଢ଼ିବାର ସବୁ ସୁବିଧା ପାଇଥିଲେ। ସେ ଆଙ୍ଗ୍‌ଲୋ-ଚାଇନିଜ୍‌ ସ୍କୁଲରୁ ପଢ଼ା ଆରମ୍ଭ କରିଥିଲେ। ପରେ ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସ (ଏଲ୍‌ଏସ୍‌ଇ)ରୁ ଅର୍ଥନୀତିରେ ବ୍ୟାଚେଲର ଅଫ୍‌ ସାଇନ୍ସ ଡିଗ୍ରୀ ଅର୍ଜନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ୨୦୧୧ରେ ତାଙ୍କୁ ସେଠାରୁ ସମ୍ମାନଜନକ ଫେଲୋଶିପ୍‌ ମିଳିଥିଲା। ତେବେ ଏଲ୍‌ଏସ୍‌ଇରୁ ପଢ଼ା ଶେଷ କରିବା ପରେ ସେ ୟୁନିଭର୍ସିଟି ଅଫ୍‌ କ୍ୟାମ୍ବ୍ରିଜ୍‌ର ଓ୍ବଲ୍ଫସନ କଲେଜରୁ ଅର୍ଥନୀତିରେ ମାଷ୍ଟର ଅଫ୍‌ ଫିଲୋସଫି କରିଥିଲେ। ଉଚ୍ଚଶିକ୍ଷା ପାଇଁ ସେ ପୁଣି ହାର୍ଭାର୍ଡ ୟୁନିଭର୍ସିଟିର ହାର୍ଭାର୍ଡ କେନେଡି ସ୍କୁଲ ଯାଇଥିଲେ। ସେଠାରୁ ମାଷ୍ଟର ଇନ୍‌ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ (ଏମ୍‌ପିଏ) ଡିଗ୍ରୀ ଗ୍ରହଣ କରିଥିଲେ।
ଥର୍ମାନଙ୍କ କ୍ୟାରିୟରକୁ କ୍ରୀଡ଼ା ସମୃଦ୍ଧ କରିଥିଲା। ଯୁବାବସ୍ଥାରେ ସେ ଜଣେ ଉତ୍ତମ କ୍ରୀଡ଼ାବିତ୍‌ ଥିଲେ। ସେ କହନ୍ତି, ପିଲାମାନେ ଟିମ୍‌ର ମୂଲ୍ୟବୋଧ କ୍ରୀଡ଼ାରୁ ପାଇଥାଆନ୍ତି। ବାରମ୍ବାର ଅଭ୍ୟାସ କଲା ବେଳେ ଜଣେ ପଡ଼ିଉଠି ସଫଳତା ପାଇଥାଏ। ସେତିକି ଆତ୍ମବିଶ୍ୱାସ ନେଇ ଜୀବନରେ ଗତି କରୁଥିବା ବ୍ୟକ୍ତିଙ୍କ ଭିତରେ ନମ୍ର ମନୋଭାବ ନିଶ୍ଚିତ ନିହିତ ଥାଏ ବୋଲି ସେ କହିଥାଆନ୍ତି। ବାସ୍ତବିକ ଥର୍ମାନ କ୍ରୀଡ଼ା ଭିତରୁ ଯେଉଁ ଜୀବନାଦର୍ଶ ପାଇଥିଲେ, ତାହା ଅନ୍ୟମାନଙ୍କୁ ବାଣ୍ଟିବାରେ ଖୁସି ପାଇଥିବା କହିଥାଆନ୍ତି। ଜୀବନର ପ୍ରତି ମୁହୂର୍ତ୍ତରେ ଶିଖିବାର ଥାଏ ଭାବି ସେ ୨୦୦୨ରୁ ଚାଇନିଜ୍‌ କାଲିଗ୍ରାଫି (ସୁଲିପି)ରେ ମନୋନିବେଶ ମଧ୍ୟ କରିଆସିଛନ୍ତି।
କ୍ରୀଡ଼ାବିତ୍‌, ଅର୍ଥନୀତିଜ୍ଞର ଜୀବନ ଭିତରେ ଥର୍ମାନ ସେବା ମନୋବୃତ୍ତିକୁ ଜୀବନ୍ତ କରି ରଖିଥିବାରୁ ଏବେ ତାଙ୍କୁ ରାଷ୍ଟ୍ରର ସେବା କରିବା ଲାଗି ବିଧିବଦ୍ଧ ସ୍ବୀକୃତି ମିଳିଯାଇଛି। ଜନକଲ୍ୟାଣ ଦିଗରେ ଅର୍ଥନୀତିକୁ କିଭଳି ପ୍ରୟୋଗ କରାଯାଇପାରିବ ତାହାର କଳା ତାଙ୍କୁ ଜଣାଥିଲା। ତାଙ୍କ ଗବେଷଣାତ୍ମକ କାର୍ଯ୍ୟ ବହୁ ମର୍ଯ୍ୟାଦାଜକ ସଂସ୍ଥାକୁ ପ୍ରଭାବିତ କରିଥିଲା। ସେଥିପାଇଁ ସେ ମନିଟାରି ଅଥରିଟି ଅଫ୍‌ ସିଙ୍ଗାପୁରର ଅଧ୍ୟକ୍ଷ, ଗଭର୍ନମେଣ୍ଟ ଅଫ୍‌ ସିଙ୍ଗାପୁର ଇନ୍‌ଭେଷ୍ଟମେଣ୍ଟ କର୍ପୋରେଶନର ଉପାଧ୍ୟକ୍ଷଠାରୁ ଆରମ୍ଭ କରି ବିଶ୍ୱ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟୁଇଏଫ୍‌)ର ବୋର୍ଡ ଅଫ୍‌ ଟ୍ରଷ୍ଟିରେ ସଦସ୍ୟ, ଜାତିସଂଘ ମହାସଚିବଙ୍କ ଉଚ୍ଚସ୍ତରୀୟ ଉପଦେଷ୍ଟା ବୋର୍ଡର ସଦସ୍ୟ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ଥର୍ମାନଙ୍କ ରାଜନୈତିକ କ୍ୟାରିୟର ୨୦୦୧ରୁ ୨୦୨୩ କାଳଖଣ୍ଡକୁ ଦେଖିଲେ ପ୍ରତିଟି ମୁହୂର୍ତ୍ତକୁ ସେ ପରୀକ୍ଷଣର ସମୟ ଧରିନେଇଥିଲେ। ସମ୍ଭବତଃ ରାଜନୈତିକ କ୍ୟାରିୟରର କମ୍‌ ବର୍ଷ ଭିତରେ ସେ ୨୦୧୧ରୁ ୨୦୧୯ ଯାଏ ଉପପ୍ରଧାନମନ୍ତ୍ରୀ ରହିଥିଲେ। ୨୦୧୯ରୁ ୨୦୨୩ କ୍ୟାବିନେଟ୍‌ର ସିନିୟର ମିନିଷ୍ଟର ହୋଇଥିଲେ। ଜୁନ୍‌ ୨୦୨୩ରେ ସେ ରାଷ୍ଟ୍ରପତି ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରି ସରକାରୀ ତଥା ସିଙ୍ଗାପୁରସ୍‌ ଗଭର୍ନିଂ ପିପୁଲ୍ସ ଆକ୍ସନ ପାର୍ଟି (ପିଏପି)ର ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ପଦବୀ ଅଣରାଜନୈତିକ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ।
ସେପ୍ଟେମ୍ବର ୧ରେ ରାଷ୍ଟ୍ରପତି ନିର୍ବାଚନ ହେବା ପୂର୍ବରୁ ସେ କହିଥିଲେ ‘ସିଙ୍ଗାପୁରବାସୀଙ୍କ ସେବା କରିବା ପାଇଁ ସେ ବିଭିନ୍ନ କ୍ଷେତ୍ରରେ ବହୁ ଦଶନ୍ଧି ଧରି ସୁଯୋଗ ପାଇଥିଲେ ଓ ତାହା ଫଳବତୀ ହେବାକୁ ଯାଉଛି।’ ବାସ୍ତବରେ ତାହାହିଁ ହେଲା ଓ ୬୬ ବର୍ଷୀୟ ଅର୍ଥନୀତିଜ୍ଞ, କ୍ରୀଡ଼ାବିତ୍‌ ତଥା କବି ଭାବେ ପରିଚିତ ଥର୍ମାନ ଏବେ ଅନ୍ତର୍ଜାତୀୟ ସ୍ତରରେ ସିଙ୍ଗାପୁର ପତାକା ଉଚ୍ଚରେ ଉଡ଼ାଇବାକୁ ଯାଉଛନ୍ତି।
ବ୍ୟକ୍ତିଗତ ଜୀବନ କହିଲେ ଚାଇନିଜ୍‌-ଜାପାନିଜ୍‌ ମିଶ୍ରିତ ବଂଶଜ ଜାନେ ୟୁମିକୋ ଟୋଗି ହେଉଛନ୍ତି ତାଙ୍କ ଆଇନଜୀବୀ ପତ୍ନୀ। ଦମ୍ପତ୍ତିଙ୍କର ଗୋଟିଏ ଝିଅ ଓ ତିନି ପୁଅ ଅଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri