କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶୁକ୍ରବାର ତାଙ୍କ କାର୍ଯ୍ୟଜୀବନର ଶେଷ ଦିନ ହୋଇଥିବାରୁ ସହକର୍ମୀମାନେ ତାଙ୍କ କଳିଗାଁ ସ୍ଥିତ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ବିଦ୍ୟାଳୟ ପରିସରକୁ ପାଛୋଟି ଆଣାଯାଇଥିଲା।

ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତପୋଧନ ସ୍ୱାଇଁ, ଓଷ୍ଟାର ରାଜ୍ୟ ସହ-ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ବାହାରିପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟକୃଷ୍ଣ ମିଶ୍ର, ବିନୋଦ ପଣ୍ଡା, ବିଦ୍ୟାଧର କର, ଶଙ୍କର୍ଷଣ ମାରାଣ୍ଡି, ଲକ୍ଷ୍ମୀଧର ଜେନା, ଓଷ୍ଟା ବ୍ଲକ ସଭାପତି ନବଘନ ନାୟକ, ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ଅନିରୁଦ୍ଧ ସେଠୀ, ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ସତ୍ୟପୀର ମହାନ୍ତି ଓ ଦୁର୍ଯ୍ୟୋଧନ ଜେନା, ମିତାରାଣୀ ବିଶ୍ୱାଳ, ପ୍ରଫୁଲ୍ଲ କୁମାର ମଲ୍ଲିକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଯୁଧିଷ୍ଠିର ବିଶ୍ୱାଳ, ପ୍ରାଣବଲ୍ଲଭ ବିଶ୍ୱାଳ, ଜଗବନ୍ଧୁ ରାଉତ, ଭଗବାନ ଜେନା, ମୋହନ ଚରଣ ପାଢ଼ୀ ଓ ଅନାଦି ଚରଣ ରାଉତ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଦୀର୍ଘ କର୍ମମୟ ଜୀବନ, ନିଷ୍ଠା ଓ ଶିକ୍ଷା କ୍ଷେତ୍ରରେ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ। ସେମାନେ ତାଙ୍କ ଅବସର ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ ବୋଲି କାମନା କରିଥିଲେ।

ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପଦ୍ମନାଭ ପଣ୍ଡାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମାରକ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଲକ୍ଷ୍ମୀକାନ୍ତ ମିଶ୍ର, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ ଓ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା କରିଥିଲେ।

ବିଦାୟ ସମାରୋହରେ ବହୁ ପୂର୍ବତନ ଓ ବର୍ତ୍ତମାନର ଶିକ୍ଷକ, ଛାତ୍ରୀଛାତ୍ର, ଅଭିଭାବକ ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ପଦ୍ମନାଭ ପଣ୍ଡାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

Dharitri – Odisha’s No.1 Odia Daily