Posted inଖେଳ

ଲଜ୍ଜାଜନକ ପରାଜୟ ପରେ ବିରାଟ କୋହଲି କହିଲେ…

ୟୁଏଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ର ୩୧ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଏକପାଖିଆ ଢଙ୍ଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। କୋଲକାତାର ଉତ୍କୃଷ୍ଟ ବୋଲିଂ ବେଙ୍ଗାଲୁରୁର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାଙ୍କେୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା। କୋହଲି ମାତ୍ର ୫ ରନ ସ୍କୋର କରିଥିଲେ। ମ୍ୟାକ୍ସୱେଲ ୪ ରନ ସ୍କୋର କରିଥିଲେ, ଡି ଭିଲିୟର୍ସ ଏବଂ ହାସରାଙ୍ଗା ପ୍ରଥମ ବଲରେ ଆଉଟ ହୋଇଥିଲେ। ଏହା ପରେ ଆରସିବି ବୋଲରମାନେ ଶୁଭମନ ଗିଲ ଏବଂ ଡେବ୍ୟୁାଣ୍ଟ ଭେଙ୍କଟେଶ ଆୟରଙ୍କୁ ଚାପରେ ପକାଇ ପାରି ନ ଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍‌ ଟୁର୍ନାମେଣ୍ଟରେ ଦଳକୁ ତୃତୀୟ ବିଜୟ ପ୍ରଦାନ କରିଥିଲେ। ଏହି ପରାଜୟ ପରେ ଆରସିବି ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, ତାଙ୍କ ଦଳର ଆଖି ଖୋଲିଛି ଏବଂ ଏଥି ସହିତ ସେ ପରାଜୟର କାରଣ ମଧ୍ୟ ବର୍ଣ୍ଣନା କରିଛନ୍ତି। କେବଳ ଏତିକି ନୁହେଁ ବିରାଟ କୋହଲି ମଧ୍ୟ ମ୍ୟାନ ଅଫ ଦି ମ୍ୟାଚ ଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ପ୍ରଶଂସା କରିଥିଲେ। ମ୍ୟାଚ ପରେ ବିରାଟ କୋହଲି କହିଛନ୍ତି, ଏହି ପରାଜୟ ଆମ ପାଇଁ ଆଖି ଖୋଲିବା ଭଳି। ଏହି ପିଚରେ ଭଲ ଭାଗିଦାରୀ ଆବଶ୍ୟକ ଥିଲା। ସତ କହିବାକୁ ଗଲେ, ଆମର କୌଣସି ଧାରଣା ନ ଥିଲା ଯେ ମ୍ୟାଚ ସମୟରେ କାକର ଏତେ ଶୀଘ୍ର ପଡିବା ଆରମ୍ଭ କରିବ। ଏହି ପିଚ ବ୍ୟାଟିଂ ପାଇଁ ଭଲ ଦେଖାଯାଉଥିଲା। ଗୋଟିଏ ସମୟରେ ଆମର ସ୍କୋର ୪୨ ରନରେ ଗୋଟିଏ ଉଇକେଟ ଥିଲା କିନ୍ତୁ ଏହା ପରେ ଆମେ ୨୦ ରନ ମଧ୍ୟରେ ୫ ଉଇକେଟ ହରାଇଥିଲୁ। ଏହା ପରେ ଫେରିବା ସହଜ ନ ଥିଲା। ଏହି ମ୍ୟାଚ ଏକ ଆଖି ଖୋଲିଲା ଏବଂ ବର୍ତ୍ତମାନ ଆମେ ଜାଣୁ କେଉଁ ଫ୍ରଣ୍ଟରେ କାମ କରିବାକୁ ପଡିବ। ବିରାଟ କୋହଲି ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂକୁ ପ୍ରଶଂସା କରିଥିଲେ। କେବଳ ଏତିକି ନୁହେଁ, କ୍ୟାପଟେନ କୋହଲି ବରୁଣ ଚକ୍ରବର୍ତ୍ତୀଙ୍କୁ ଟିମ ଇଣ୍ଡିଆର ଭବିଷ୍ୟତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri