ପ୍ରତାରଣା ପାଇଁ ଗଲେ ଜେଲ

କୁଚିଣ୍ଡା,୧୧ା୮(ଡି.ଏନ.ଏ.): ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମହୁଲପାଲି ଥାନା ଭୁଲୁପଡା (ବାଉରୀଗୋଡା) ଗ୍ରାମର ବୃନ୍ଦାବନ ନାଏକ (୨୨)।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବୃନ୍ଦାବନ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ବିବାହ ପାଇଁ ମନା କରିବାରୁ ଯୁବତୀଙ୍କ ପରିବାର ଲୋକେ ଗତ ୧୦ ତାରିଖରେ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୋଲିସ ବୃନ୍ଦାବନଙ୍କୁ ଗିରଫ କରି ଉଭୟଙ୍କ ଡାକ୍ତରୀମାଇନା କରିଥିଲା। ଏ ନେଇ ଥାନା କେସ୍‌ ନଂ.୧୪୭/୨୧ରେ ମାମଲା ରୁଜୁ କରି ପୋଲିସ ବୁଧବାର ବୃନ୍ଦାବନଙ୍କୁ କୋର୍ଟ ଚାଲାଣ କରିଥିଲା।