୫-ଟି ବିଲ୍‌ କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ, ଧରାପଡ଼ିଲେ ପ୍ରଧାନଶିକ୍ଷକ

ଭବାନୀପାଟଣା,୨୧ା୩(ଉତ୍ତର କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ରୋଣ ତାଣ୍ଡି। ସ୍କୁଲରେ ହୋଇଥିବା ୫-ଟି କାମର ବିଲ୍‌ କରିଦେବା ପାଇଁ ପ୍ରଧାନଶିକ୍ଷକ ଠିକାଦାର ଜୟରାମ ସାହୁଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ସ୍କୁଲ ଅଫିସ ଓ ତାଙ୍କ ଘରେ ଚଢ଼ାଉ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଧାନଶିକ୍ଷକ ଦ୍ରୋଣ ତାଣ୍ଡିଙ୍କ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।