ଡକାୟତି ପାଇଁ କରୁଥିଲେ ଯୋଜନା, ବାନ୍ଧିଲା ପୋଲିସ

ପୁରୀ ଅଫିସ,୨୪।୧୦: ଡକାୟତି ଯୋଜନା କରୁଥିବାବେଳେ କୁମ୍ଭାରପଡ଼ା ଥାନା ପୋଲିସ ଦୁର୍ବୃତ୍ତଙ୍କୁ କାବୁ କରିନେଇଛି। ୪ ଦୁର୍ବୃତ୍ତଙ୍କ ସହ ସେମାନଙ୍କଠାରୁ ମାରଣାସ୍ତ୍ର, ଦୁଇଟି ଜୀବନ୍ତ ବୋମା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ରେଲୱେ କଲୋନୀର ଅନିଲ ନାୟକ, ବାଲି ଉପର ଅଞ୍ଚଳର ଟେରୁ ଓରଫ ଶଙ୍କର ଦାଶ, ପେଣ୍ଠକଟା ଧୋବାଖାଲ ବସ୍ତିର ନବୀନ ସାହୁ ଓ ରାମଚଣ୍ଡୀ ସାହିର ସୋମନାଥ ସ୍ବାଇଁ। ସୋମବାର ଏହି ଅଭିଯୁକ୍ତମାନେ ନରେନ୍ଦ୍ର କୋଣସ୍ଥିତ ଦେବୀ ଘାଟଠାରେ ଏକ ଅଟୋରେ ବସି ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିଲେ।