ଉଷୁମ ପାଣି ପିଉଥିଲେ

ମେଦବହୁଳତା ହ୍ରାସ କରିବା ଲାଗି ବର୍ତ୍ତମାନ ସକାଳୁ ଉଠି ଅନେକେ ଉଷୁମ ପାଣି ପିଉଥିବାର ଦେଖିବାକୁ ମିଳୁଛି। କେହି କେହି ଦିନ ମଧ୍ୟରେ ଏକାଧିକ ଥର ମଧ୍ୟ ଉଷୁମ ପାଣି ପିଉଛନ୍ତି, ଏମିତିକି ଶୀଘ୍ର ପତଳା ହୋଇଯିବା ନିଶାରେ ଗରମ ପାଣି ପିଇବାକୁ ବି ପଛାଉ ନାହାନ୍ତି। ହେଲେ ଆପଣ ଜାଣନ୍ତିକି, ଆବଶ୍ୟକତାଠାରୁ ଅଧିକ ଉଷୁମ ପାଣି ପିଇବା ଦ୍ୱାରା ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଜାଣନ୍ତୁ ଏହା ସମ୍ପର୍କରେ…
– ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଇବା ଦ୍ୱାରା ରକ୍ତବାହୀ କୋଷିକା ଉପରେ ଚାପ ପଡ଼ିଥାଏ, ଏମିତିକି କାହା କାହାଠାରେ ରକ୍ତଚାପ ମଧ୍ୟ ବଢ଼ିଥାଏ। ଏଣୁ ନିଦ୍ରାଜନିତ ସମସ୍ୟା ଦେଖାଦେଇଥାଏ।
– କିଡ୍‌ନୀ ଶରୀରକୁ ଆସୁଥିବା ଅତିରିକ୍ତ ପାଣି ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ହେଲେ ଗରମ ପାଣି ପିଇବା ଦ୍ୱାରା ଏହାର ପାଣିକୁ ବିଶୁଦ୍ଧ କରିବା ପ୍ରକ୍ରିୟା ପ୍ରଭାବିତ ହୋଇଥାଏ।
– ଦେଖାଯାଏ, ଅନେକେ ଶୋଷ ନ ଲାଗୁଥିଲେ ବି ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଉଷୁମ ପାଣି ପିଇଥା’ନ୍ତି। ଏହାଦ୍ୱାରା ସ୍ନାୟୁ ଫୁଲିବା ସହ ମୁଣ୍ଡବିନ୍ଧା ଭଳି ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ।
– ଗରମ ପାଣି ପିଇଲେ ଓଠ ଜଳିଯିବା ସହ ପାଟି ଭିତର ଭାଗ ମଧ୍ୟ ପ୍ରଭାବିତ ହୋଇଥାଏ। କେବେକେବେ ଗରମ ପାଣି ବାଜି ସ୍ବାଦ ଗ୍ରନ୍ଥି ମଧ୍ୟ ଦୁର୍ବଳ ହୋଇଯାଏ। ଫଳସ୍ବରୂପ ପରବର୍ତ୍ତୀ ସମୟରେ ଖାଇବା ବେଳେ କଷ୍ଟ ଅନୁଭବ କରିବା କିମ୍ବା ସ୍ବାଦ ବାରି ନ ପାରିବା ଭଳି ସମସ୍ୟା ଉପୁଜିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri