ଘରେ ଗଞ୍ଜେଇ ରଖି କରୁଥିଲେ ବ୍ୟବସାୟ, ବାନ୍ଧିଲା ପୋଲିସ

ଦେବଗଡ଼,୯।୧୨(ଡି.ଏନ୍‌.ଏ.): ଦେବଗଡ ଜିଲା କୁଣ୍ଢେଇଗୋଳା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧.୧ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ କୁଣ୍ଢେଇଗୋଳା ଗ୍ରାମର କେଶବ ପ୍ରଧାନଙ୍କ ପୁଅ ରୂପେଶ ପ୍ରଧାନ(୩୮) ବୋଲି ଜଣାପଡିଛି । ରୂପେଶ ଘର ଭିତରେ ଗଞ୍ଜେଇ ରଖି ବ୍ୟବସାୟ କରୁଥିବା ଅବକାରୀ ବିଭାଗ ସୂଚନା ପାଇବା ପରେ ଶୁକ୍ରବାର ଚଢାଉ କରାଯାଇଥିଲା । ଚଢାଉ ସମୟରେ ତାଙ୍କ ପାଖରୁ ୧.୧ କେଜି ଗଞ୍ଜେଇ ଜବତ କରିବାସହ ତାଙ୍କୁ ଗିରଫ କରାଯାଇଛି । ଦେବଗଡ ଅବକାରୀ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ସଂଗ୍ରାମ କେଶରୀ ମାରାଣ୍ଡି, ଏଏସଆଇ ରାଜକିଶୋର ସାହୁଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଏହି ଚଢ଼ାଉ ରେ ସାମିଲ ସାମିଲ ଥିଲେ।