ଚୋରି ସମ୍ପର୍କରେ ନ ମାନିବାରୁ ପିଟି ମାରିଦେଇଥିଲେ

ଖୋର୍ଦ୍ଧା ଅଫିସ,୨୭ା୮: ଖୋର୍ଦ୍ଧା ଟାଉନ ଥାନା ଅଧୀନ ପୁବୁସାହିର ବାସୁଦେବ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଶନିବାର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଥାନା ଅଧୀନ ପୁବୁସାହି କପିଳେଶ୍ୱରପୁରର ମୁଖ୍ୟ ଅଭିଯୁକ୍ତ ରବି ଓରଫ ରବୀନ୍ଦ୍ର ମୁଦୁଲି(୪୫), ଡ୍ରାଇଭର ନୟାଗଡ ଜିଲା ଫତେଗଡ ଥାନା ଜଗନ୍ନାଥପୁରର ଆଲୋକ ଓରଫ ଛବି ସାହୁ(୨୫) ଏବଂ ସମ୍ପର୍କୀୟ ଭାଇ ବେଗୁନିଆ ଥାନା ଅଞ୍ଚଳର ମାନସ ମୁଦୁଲି(୪୨)। ଏମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ (ଓଡି-୦୨-ଏଏଚ-୨୭୩୭), ପ୍ଲାଷ୍ଟିକ ପାଇପ୍‌ ଜବତ ହୋଇଛି। ଅପରାହ୍ନରେ ରବୀନ୍ଦ୍ର ହତ୍ୟାକାଣ୍ଡ ଘଟଣାର ଡେମୋ ଦେଖାଇଥିଲେ। ଗୋଦାମ ଗୃହରେ କରାଯାଇଥିବା ଆକ୍ରମଣ, ମଧ୍ୟରାତ୍ରିରେ ବୋଲେରୋରେ କିପରି ନେଇ ବ୍ରିଜ ତଳକୁ ମୃତଦେହ ଫିଙ୍ଗି ଦେଇଥିଲେ, ଘଟଣାର ସମସ୍ତ ସିନ୍‌ କ୍ରିଏଶନ କରିଥିଲେ ଅଭିଯୁକ୍ତ।
ପୋଲିସ ସୂଚନା ମୁତାବକ, ପୁବୁସାହି ଗ୍ରାମର ବାସୁଦେବ ସେହି ଗ୍ରାମର କପିଳେଶ୍ୱରପୁର କାଜୁ ଜଙ୍ଗଲରେ ରହିଥିବା ରବୀନ୍ଦ୍ରଙ୍କ କବାଡିଆ ଗୋଦାମରେ କାମ କରୁଥିଲେ। ଗୋଦାମରୁ କପର୍‌ ଓୟାର ଚୋରି ହୋଇଥିବା ସନ୍ଦେହରେ ବାସୁଦେବ ଏବଂ ଅନ୍ୟ ଜଣେ କର୍ମଚାରୀ ପ୍ରଦୀପ ପ୍ରଧାନଙ୍କୁ ରବୀନ୍ଦ୍ର ଗୋଦାମରେ ଅଟକ ରଖିଥିଲେ। ପ୍ରଦୀପ ନିଜ ଦୋଷ ସ୍ବୀକାର କରିଥିବା ବେଳେ ବାସୁଦେବ ଏହାକୁ ଅସ୍ବୀକାର କରିଥିଲେ। ଏନେଇ ରବୀନ୍ଦ୍ର ଓ ମାନସ ମିଶି ଗୋଦାମରେ ବାସୁଦେବଙ୍କୁ ଅଟକ ରଖି ପ୍ଲାଷ୍ଟିକ ପାଇପ୍‌ରେ ନିସ୍ତୁକ ମାଡ଼ ମାରିଥିଲେ। ରବୀନ୍ଦ୍ର ଗତ ୨୨ତାରିଖରେ ବାସୁଦେବଙ୍କ ସ୍ତ୍ରୀ ଅମିୟବାଳାଙ୍କୁ ଫୋନ କରି ଗୋଦାମକୁ ଡାକି ଚୋରି ସାମଗ୍ରୀ ବାବଦକୁ ଅର୍ଥ ଦାବି କରିଥିଲେ। ଅମିୟବାଳା ମନା କରିବା ସହ ଟଙ୍କା ସୁଝିବା ପର୍ଯ୍ୟନ୍ତ ତାଙ୍କୁ ଏଠାରେ ରଖି କାମ କରାନ୍ତୁ କିମ୍ବା ବାସୁଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ କରନ୍ତୁ କହି ପଳାଇ ଆସିଥିଲେ। ରବୀନ୍ଦ୍ର ଓ ମାନସଙ୍କ କଥାରେ ବାସୁଦେବ ରାଜି ନ ହେବାରୁ ଉଭୟେ ସେହିଦିନ ପୁଣି ତାଙ୍କୁ ଅକଥନୀୟ ମାଡ଼ ମାରିଥିଲେ। ଫଳରେ ବାସୁଦେବଙ୍କ ମୃତ୍ୟୁ ଘଟିଥିଲା। ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ବିଳମ୍ବିତ ରାତିରେ ରବୀନ୍ଦ୍ର ବୋଲେରୋରେ ମୃତଦେହ ଧରି ନୟାଗଡ ମହାନଦୀ ସିଧାମୂଳା ବ୍ରିଜ ତଳକୁ ଫୋପାଡି ଦେଇଥିଲେ। ଏଥିରେ ତାଙ୍କ ଡ୍ରାଇଭର ଆଲୋକ ସହଯୋଗ କରିଥିଲେ। ଏହି ଘଟଣା ଜଣାପଡିବା ପରେ ଅମିୟବାଳା ୨୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୋଲିସ ଦଫା ୩୬୫/୩୦୭ରେ ଏକ ମାମଲା(ନଂ.୪୦୦/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ରବୀନ୍ଦ୍ରଙ୍କୁ ଥାନାକୁ ଆଣି ପଚରାଉଚରା ବେଳେ ମୃତଦେହକୁ ସିଧାମୂଳା ବ୍ରିଜ ତଳକୁ ଫୋପାଡି ଦେଇଥିବା ସ୍ବୀକାର କରିଥିଲେ। ରବୀନ୍ଦ୍ରଙ୍କ ବୟାନକୁ ଆଧାର କରି ପୋଲିସ ତାଙ୍କ ଡ୍ରାଇଭର ଏବଂ ମାନସଙ୍କୁ ଥାନାରେ ଅଟକ ରଖିଥିଲା। ପରଦିନ ପୋଲିସ ଓଡ୍ରାଫ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ ମଧ୍ୟ ମୃତଦେହ ପାଇ ନ ଥିଲେ। ଏନେଇ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍‌ଡିପିଓ ସୁଶିଲ ମିଶ୍ର, ଟାଉନ ଥାନାଧିକାରୀ ଡିଏସପି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଶୁକ୍ରବାର କଟକର ଜଗତ୍‌ପୁର ପୋଲିସ ମହାନଦୀରୁ ବାସୁଦେବଙ୍କ ମୃତଦେହ ଜବତ କରିଥିଲା। ଏନେଇ ଜଗତ୍‌ପୁର ଥାନାରେ ଅପମୃତ୍ୟୁ ମାମଲା(୫୩/୨୨) ରୁଜୁ ହୋଇଛି। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ ଜବତ କରି ଖୋର୍ଦ୍ଧାରେ ପହଞ୍ଚି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ଅମିୟବାଳାଙ୍କ ଅଭିଯୋଗକ୍ରମେ ଦଫା ୩୪୨/୩୦୨/୨୦୧/୩୪ ଆଇପିସିରେ ମାମଲା ରୁଜୁ ହୋଇଛି। ଏହି ଟିମ୍‌ରେ ଇନ୍‌ସ୍ପେକ୍ଟର କାହ୍ନୁ ଚରଣ ସ୍ବାଇଁ, ଆଡିଶନାଲ ଆଇଆଇସି ଚନ୍ଦ୍ରଶେଖର ଜେନା, ଏସ୍‌ଆଇ ସୁକାନ୍ତ ଦଳାଇ, ପଦ୍ମଲୋଚନ ବେହେରା, ସୁନିତା ବେହେରା, ସସ୍ମିତା ବେହେରା, ଏଏସ୍‌ଆଇ ପ୍ରଦୀପ ପ୍ରଧାନ, କନଷ୍ଟେବଳ ପ୍ରଦୀପ ହରିଚନ୍ଦନ, ଅବଦୁଲ ମାସି ଖାନ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri