Posted inରାଜ୍ୟ

ସେ ଥିଲେ ଉଦାର ବ୍ୟକ୍ତି

ଶରତ କୁମାର କର ଆଜି ନାହାନ୍ତି। ସେ ବିଶାଳ ବ୍ୟକ୍ତିତ୍ୱଙ୍କ ସମ୍ବନ୍ଧରେ କିଛି କହିବା ବା ଲେଖିବା ଏକ ଦୁଃସାହସ କହିଲେ ଅତ୍ୟୁକ୍ତି ହେବନାହିଁ। ଦୀର୍ଘ ତେପନ ବର୍ଷ ତାଙ୍କ ସହିତ ରହିବା ପରେ ମୁଁ ଏତିକି ଜାଣିଛି ଯେ ସେ ଜଣେ ଅତି ଉଦାର, ସଚ୍ଚୋଟ ଓ ଭଲ ମଣିଷ। ସମସ୍ତଙ୍କ ସହିତ ହସି ହସି କଥା କହିବା ସମସ୍ତଙ୍କ ସୁଖଦୁଃଖରେ ସାଥୀ ହୋଇ ଖୋଲା ମନରେ ସମସ୍ତଙ୍କୁ ସାହାଯ୍ୟ କରିବା, ଶ୍ରଦ୍ଧା କରିବା ଏ ସମସ୍ତ ଗୁଣର ସେ ଥିଲେ ଅଧିକାରୀ। ମତେ ଓ ପିଲାମାନଙ୍କୁ ସବୁବେଳେ କହନ୍ତି ”ମୋ ଏରିଆ ଲୋକ ଆସିଲେ ତାଙ୍କୁ ଭଲ ଭାବରେ, ଖୁସି ମନରେ କଥା ହବ।“ ଥରେ ଥରେ ଅସମୟରେ କିଛି ଲୋକ ପହଞ୍ଚତ୍ୟାଆନ୍ତି। ଆମେ ବ୍ୟସ୍ତ ହେଲେ ସେ କହନ୍ତି ”ରାଜନୀତି ସେଇଆ-ସବୁ ପାଇଁ ତୁମକୁ ପ୍ରସ୍ତୁତ ରହିବାକୁ ହେବ।“ ପରିହାସ ଛଳରେ ମତେ କହନ୍ତି – ‘ତୁମ କ୍ଲାସରୁମ୍‌ ଲେକ୍‌ଚର କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ – କିନ୍ତୁ ମୋର ତା’ ନୁହେଁ। ତେଣୁ କେବେ ବି ବିରକ୍ତି କିମ୍ବା ଦ୍ୱିଧାବୋଧ କରିବା ଉଚିତ ନୁହେଁ। ମୁଁ ଲୋକ ପ୍ରତିନିଧି, ଲୋକଙ୍କ ପାଇଁ କାମ କରିବାକୁ ଗଲେ ସମୟସୀମା କିଛି ନଥାଏ ‘ଇତ୍ୟାଦି’। ସତରେ, ସାଧାରଣ ଜନତାଙ୍କ ପାଇଁ ସମର୍ପିତ ଏକ ବିଶାଳ ହୃଦୟ ତାଙ୍କର। କେବଳ ତା’ ନୁହେଁ, ଘରେ ପିଲାମାନଙ୍କର ଭଲମନ୍ଦ ସବୁଥିରେ ସେ ମୁରବି ଭାବରେ ତାଙ୍କର ମୂଲ୍ୟବାନ ଉପଦେଶ ଦିଅନ୍ତି। ଏପରି ଜଣେ ମହାନ୍‌, ସର୍ବଜନପ୍ରିୟ, ସଚ୍ଚୋଟ ଓ ଉଦାରପ୍ରାଣର ବ୍ୟକ୍ତିଙ୍କର ସହଧର୍ମିଣୀ ଭାବରେ ମୁଁ ଗର୍ବିତ।
ସେ ଥିଲେ ଭ୍ରମଣପ୍ରିୟ। ସାରା ଭାରତର ଅନେକ ସ୍ଥାନ ସେ ଦେଖିଛନ୍ତି। ଖାଲି ଭାରତ ନୁହେଁ ଅନ୍ୟାନ୍ୟ ଦେଶ ଯଥା ୟୁରୋପ, ଆମେରିକା, ଜର୍ମାନୀ, ଦକ୍ଷିଣଆଫ୍ରିକା ଇତ୍ୟାଦି ମଧ୍ୟ ସେ ଭ୍ରମଣ କରିଛନ୍ତି। ଅନେକ ଭାଷାଭାଷୀ ଲୋକଙ୍କ ସହିତ ମଧ୍ୟ ମିଶିଛନ୍ତି। ମୋର ସୌଭାଗ୍ୟ ଯେ ମୁଁ ତାଙ୍କ ସହିତ Speakers’ conference ରେ ୟୁରୋପ ଯିବାର ସୁଯୋଗ ପାଇଥିଲି। ତାଙ୍କ ବ୍ୟକ୍ତିତ୍ୱର ଅନେକ ଦିଗ ମୁଁ ଦେଖିବାକୁ ପାଇଛି ସବୁଠାରେ। ତାଙ୍କର କଲେଜ ଜୀବନରେ ବହୁ ନାଟକରେ ସେ ଅଭିନୟ କରିଛନ୍ତି। କେବଳ ମଞ୍ଚ ନୁହେଁ, କିଛି ରେଡିଓ ଡ୍ରାମାରେ ବି ସେ ଭାଗ ନେଇଛନ୍ତି। ତର୍କ ପ୍ରତିଯୋଗିତାରେ ଭାଗ ନେଇ ସେ ଅନେକ ପୁରସ୍କାର ବି ପାଇଛନ୍ତି। ଓଡ଼ିଆ, ହିନ୍ଦୀ, ଓ ଇଂରାଜୀରେ ମଧ୍ୟ ସେ ଅନର୍ଗଳ ବକ୍ତୃତା ଦେଇପାରନ୍ତି ଓ ଶ୍ରୋତାମାନେ ମନ୍ତ୍ରମୁଗ୍ଧ ହୋଇ ତାଙ୍କର ଭାଷଣ ଶୁଣିଥାନ୍ତି। ପ୍ରାଞ୍ଜଳ ଭାବରେ ବକ୍ତୃତା ଦେବା ଏକ ସଫଳ ରାଜନୈତିକ ବ୍ୟକ୍ତିର ବିଶେଷ ଗୁଣ ବୋଲି ଧରାଯାଏ ଏବଂ ସେ ତାହା ସୁନ୍ଦର ଭାବରେ ହାସଲ କରିଥିଲେ। ପ୍ରତିବର୍ଷ ଭଞ୍ଜ ଜୟନ୍ତୀ ଓ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀରେ ମଧ୍ୟ ତାଙ୍କର ଉଚ୍ଚମନର ବକ୍ତୃତା ଜନତାଙ୍କୁ ବହୁଳ ଭାବରେ ପ୍ରଭାବିତ କରିଥାଏ। ମନ୍ତ୍ରୀ, ବିଧାୟକ, ସାଂସଦ ଓ ବାଚସ୍ପତି ଏ ସମସ୍ତ ଦାୟିତ୍ୱ ସେ ଚମତ୍କାର ଭାବରେ ତୁଲାଇଥିଲେ।
ଲେଖାଲେଖି ପ୍ରତି ତାଙ୍କର ପ୍ରଚଣ୍ଡ ଦୁର୍ବଳତା ଥିଲା। ବ୍ୟସ୍ତତା ଭିତରେ ଯେତେବେଳେ ସମୟ ପାଉଥିଲେ, କିଛି ନା କିଛି ନିଶ୍ଚୟ ଲେଖୁଥଲେ। କେତୋଟି ଗଳ୍ପ, ଉପନ୍ୟାସ ବି ଲେଖିଥିଲେ କିନ୍ତୁ ସେ ସବୁ ପ୍ରକାଶ ପାଇନାହିଁ। ଚାରୋଟି କବିତା ସଙ୍କଳନ ତାଙ୍କର ପ୍ରକାଶିତ ହୋଇଛି ଓ ହିନ୍ଦୀ ତଥା ବଙ୍ଗଳାରେ ଅନୁବାଦିତ ହୋଇଛି।
ସେ ଥିଲେ ବନ୍ଧୁବତ୍ସଳ। ଅନେକ ବନ୍ଧୁ ତାଙ୍କର। ସମସ୍ତଙ୍କୁ ଶ୍ରଦ୍ଧା କରୁଥିଲେ। ତାଙ୍କର ଅନାବିଳ ଶ୍ରଦ୍ଧା ଥିଲା ସବୁରି ପ୍ରତି। ବହୁ ପରିବାର ତାଙ୍କ ଦ୍ୱାରା ତାଙ୍କ ସାହାଯ୍ୟ ପାଇ ଏଯାବତ ଉପକୃତ ହୋଇଛନ୍ତି ଓ ତାଙ୍କ ପ୍ରତି ଚିରକୃତଜ୍ଞ ରହିଛନ୍ତି ଓ ରହିଥିବେ ମଧ୍ୟ।
‘ବସୁଧୈବ କୁଟୁମ୍ବକମ୍‌’ ଥିଲା ତାଙ୍କ ଜୀବନର ମୂଳମନ୍ତ୍ର। ଏହି ମନ୍ତ୍ରରେ ସେ ସମ୍ପୂର୍ଣ୍ଣ ଅନୁପ୍ରାଣିତ ଥିଲେ। ସବୁକ୍ଷେତ୍ରରେ ତାଙ୍କର ଆନ୍ତରିକତା, ସ୍ନେହଶ୍ରଦ୍ଧା, ଦୟାକ୍ଷମା ଓ ଉଦାରତା ପାଇଁ ସେ ସର୍ବଜନବିଦିତ। ଏଭଳି ‘ସ୍ନେହୀ ମଣିଷ’ ଆଜିର ସ୍ବାର୍ଥପର ଦୁନିଆରେ ମିଳିବା କଷ୍ଟକର।
ସ୍ମୃତି ତ ଅନେକ- ତାକୁ ବିସ୍ତୃତ ଭାବରେ ପ୍ରକାଶ କରିବା ମୋ ପରି ସାଧାରଣ ମଣିଷ ପାଇଁ କଷ୍ଟକର। ମୋର ଓ ମୋ ପିଲାମାନଙ୍କର ପରମ ସୌଭାଗ୍ୟ ଏଭଳି ଜଣେ ଦେବତୁଲ୍ୟ ବ୍ୟକ୍ତିଙ୍କୁ ସ୍ବାମୀ ଓ ପିତା ରୂପେ ପାଇ। ଈଶ୍ୱରଙ୍କୁ ପ୍ରାର୍ଥନା ଏହି ଶୁଦ୍ଧପ୍ରାଣ ମଣିଷଟି ଜନ୍ମଜନ୍ମାନ୍ତର ଧରି ଆମରି ଭିତରେ ରହିଥାନ୍ତୁ। ତାଙ୍କ ପ୍ରତି ଆମର କୋଟି କୋଟି ପ୍ରଣାମ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri