Posted inରାଜ୍ୟ

ଜେଜେ ପ୍ରେରଣାର ଉତ୍ସ

ମୋର ସ୍ବର୍ଗତ ଜେଜେବାପା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି ଥିଲେ ଜଣେ ମିଷ୍ଟଭାଷୀ, ପରୋପକାରୀ ତଥା ଆଧ୍ୟାତ୍ମିକ ବିଚାରସମ୍ପନ୍ନ ମଣିଷ। ତାଙ୍କର ରାଜନୈତିକ ଜୀବନ ଥିଲା ଜଣେ ନିଷ୍ଠାପର ସମାଜସେବୀର ଜୀବନ। ତାଙ୍କର ରାଜନୈତିକ ସଫଳତା ଥିଲା ସାଧାରଣ ମଣିଷର ସ୍ବତଃସ୍ଫୂର୍ତ୍ତ ସ୍ବୀକୃତିର ପ୍ରତିଫଳନ। ତାଙ୍କରି ପଦାଙ୍କ ଅନୁସରଣ କରି ମୁଁ ଛାତ୍ର ରାଜନୀତିରେ ଯୋଗଦେଇଥିଲି ୧୯୯୦ ମସିହାରେ ରେଭେନ୍‌ଶା ମହାବିଦ୍ୟାଳୟରୁ। ଏଯାବତ୍‌ ଊଣାଅଧିକେ ରାଜନୈତିକ ଭାବରେ ସକ୍ରିୟ ଥିଲେ ମଧ୍ୟ ସ୍ବର୍ଗତଃ ଜେଜେଙ୍କର ସମାଜସେବା ହିଁ ମୋତେ ଅଧିକ ଅନୁପ୍ରେରିତ କରିଆସିଛି। ସେ ଥିଲେ ମୋ ପାଇଁ ପ୍ରେରଣାର ଉତ୍ସ। ସାଧାରଣ ଜୀବନ ସହିତ ନିଜକୁ ସଂପୃକ୍ତ କରି ରଖିବାର ଏକ ପ୍ରବଣତା ଥିଲା ତାଙ୍କର ଚରିତ୍ରର ବୈଶିଷ୍ଟ୍ୟ, ଯାହା ପରବର୍ତ୍ତୀ ସମୟରେ ତାଙ୍କର ରାଜନୈତିକ ଜୀବନରେ ପ୍ରତିଫଳିତ ହୋଇଥିଲା ଏବଂ ତାଙ୍କ ପାଇଁ ପ୍ରତିଷ୍ଠା ଆଣିଦେଇଥିଲା। ଆଜିର ପରିବର୍ତ୍ତିତ ରାଜନୈତିକ ମୂଲ୍ୟବୋଧ ପରିପ୍ରେକ୍ଷୀରେ ସ୍ବର୍ଗତ ମହାନ୍ତିଙ୍କର ଜୀବନଚର୍ଯ୍ୟା ମୋ ପାଇଁ ଏକ ମାର୍ଗଦର୍ଶିକା ହୋଇ ରହିଛି ଏବଂ ରହିଥିବ। ତାଙ୍କ ପବିତ୍ର ଜନ୍ମଶତବାର୍ଷିକୀ ଅବସରରେ ମୁଁ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ଦାୟାଦ ଭାବରେ ନିଜକୁ ଧନ୍ୟ ମନେକରୁଛି।
-ନିଶିତ କରଣ


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଲେ ମହାପ୍ରଭୁ

ପୁରୀ ଅଫିସ, ୨୫ା୬: ଆଷାଢ଼ କୃଷ୍ଣପକ୍ଷ ଏକାଦଶୀ ବା ଖଳିଲାଗି ଏକାଦଶୀ ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖଳିଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଅଙ୍ଗରେ...

ପୁଣି ରାଜ୍ୟରେ ୧୪ ମୁଣ୍ଡ ନେଲା କରୋନା: ଭୁବନେଶ୍ୱରରୁ ରହିଛନ୍ତି ସର୍ବାଧିକ ମୃତକ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୩୫ ରେ ପହଞ୍ଚିଥିବା...

ପ୍ରାକୃତିକ ବିପତ୍ତିକୁ ବଳିଯାଉଛି ସଡ଼କ ଦୁର୍ଘଟଣା: ୧୦ବର୍ଷରେ ଗଲାଣି ୪୩ ହଜାର ଜୀବନ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ବିଭିନ୍ନ ସମୟରେ ରାଜ୍ୟରେ ହେଉଥିବା ପ୍ରାକୃତିକ ବିପତ୍ତି ଯୋଗୁ ବହୁମୂଲ୍ୟ ଜୀବନ ଚାଲିଯାଉଛି। ଗତ ୧୦ ବର୍ଷ ମଧ୍ୟରେ ବଜ୍ରପାତ, ଅଂଶୁଘାତ, ଅଗ୍ନିକାଣ୍ଡ, ବାତ୍ୟା,...

୬ ମାସ ତଳୁ ଶେଷ ହେଲାଣି ଇକୋ ପାର୍କ ପରିଚାଳନା ଚୁକ୍ତି: ନାଲି ଫିତା ତଳେ ନବୀକରଣ

ଅନୁଗୋଳ ଅଫିସ, ୧୩।୧୧-ସହରବାସୀଙ୍କୁ ସତେଜ ରଖିବା ତଥା ଏକ ସୁସ୍ଥ ପରିବେଶ ଭେଟିଦେବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଶିକ୍ଷକପଡ଼ାଠାରେ ଇକୋ ପାର୍କର ପରିକଳ୍ପନା କରାଯାଇଥିଲା। ପ୍ରଥମେ...

କଳ୍ପନାରୁ ବଡ଼ଗଡ଼ ରାସ୍ତା ହେବ ୪ ଲେନ୍‌

ଭୁବନେଶ୍ୱର/କଟକ ରୋଡ, ୨୨ା୮(ବ୍ୟୁରୋ/ଡି.ଏନ.ଏ.): କଳ୍ପନା ସିନେମା ହାଲ ଛକରୁ ବଡ଼ଗଡ଼ କେନାଲରୋଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱରୁ ବୁଧବାର ଜବରଦଖଲ ହଟିଛି। ରାସ୍ତାପାର୍ଶ୍ୱରେ ଥିବା ଜରି...

୭୦ ଦିନକୁ ଖସିଲାଣି ମୌସୁମୀ ବର୍ଷା

ଭୁବନେଶ୍ୱର,୨୮ା୬(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହା ଓଡ଼ିଶା ପାଇଁ ମଧ୍ୟ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଗତ...

ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା

ଭବାନୀପାଟଣା,୨୨।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏକ ଛାତ୍ରୀ...

୧୭ ମାସ ହେଲା ମିଳୁନି ସ୍ୱାସ୍ଥ୍ୟସେବା

ତାଳଚେର,୫ା୨(ନି.ପ୍ର.): କଳାହୀରାର ସହର ତାଳଚେରରୁ ବାର୍ଷିକ ଶତାଧିକ କୋଟି ଟଙ୍କାର ରାଜସ୍ବ ନେଉଛନ୍ତି ସରକାର। କିନ୍ତୁ ଏଠାକାର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରୁ ନାହିଁ। ପାନୀୟ...

Advertisement
Archives

Model This Week