Posted inଫୁରସତ

ଦେହରେ ନିଅଁା ଲଗାଇ ଦୌଡ଼ିଲେ

ପ୍ୟାରିସ: ଦୈନନ୍ଦିନ କାର୍ଯ୍ୟକଳାପଠାରୁ ଆଗକୁ ବଢ଼ି ଯଦି କେହି ଅଲଗା କରନ୍ତି, ଲୋକେ ତାକୁ ମନେ ରଖିନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବକ ଏପରି କିଛି କରିଛନ୍ତି। ତାଙ୍କର ଏପରି କାର୍ଯ୍ୟରେ କେହି ବି ଡରିଯିବେ। ଜୋନାଥନ ଭେରୋ ନାମକ ଜଣେ ଫ୍ରେନ୍ଚ ଫାୟାରଫାଇଟର ନିଜ ଶରୀରରେ ନିଅଁା ଲଗାଇ ଅଧିକ ବାଟ ଦୌଡ଼ିବାରେ ସଫଳ ହୋଇଛନ୍ତି। ଏପରି କାର୍ଯ୍ୟ କରି ସେ ଗିନିଜ୍‌ ରେକର୍ଡରେ ନିଜ ନାମ ଲେଖାଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗିନିଜ୍‌ ୱାଲର୍‌ଡ ରେକର୍ଡ ମୁତାବକ, ବିନା ଅମ୍ଳଜାନରେ ସୁରକ୍ଷା ଶୁଟ୍‌ ପିନ୍ଧି ଦେହରେ ନିଅଁା ଲଗାଇ ୨୭୨. ୨୫ ମିଟର ଦୌଡ଼ିଛନ୍ତି। ସେ ପୁରୁଣା ରେକର୍ଡ ୨୦୪.୨୩କୁ ଭାଙ୍ଗି ଦେଇଛନ୍ତି। ଏଥିସହ ଜୋନାଥନ ଫୁଲବଡ଼ି ବର୍ଣ୍ଣ ୧୦୦ ମିଟର ଦୌଡ଼ରେ ସବୁଠୁ ଦ୍ରୁତ ଗତିରେ ଦୌଡ଼ି ରେକର୍ଡ କରିଛନ୍ତି। ଜୋନାଥନ ତାଙ୍କର ଏହି ଷ୍ଟଣ୍ଟକୁ ମୋଟ ୧୭ ସେକେଣ୍ଡରେ ପୂରଣ କରିପାରିଛନ୍ତି, ଯାହାକି ପୂର୍ବ ରେକର୍ଡ ମୁତାବକ ୭.୫୮ ସେକେଣ୍ଡକୁ ଭାଙ୍ଗି ଦେଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଜୋନାଥନଙ୍କ ଶରୀରରେ ନିଅଁା ଲଗାଇ ଦିଆଯାଉଛି। ଏହାପରେ ସେ ଦୌଡ଼ିବା ଆରମ୍ଭ କରିବା ସହ ତାଙ୍କ ଶରୀରରେ ନିଅଁା ପୂରା ଖେଳିଯାଉଛି। ଏହା ସହିତ ସେ ଦ୍ରୁତଗତିରେ ଦୌଡ଼ି ରେକର୍ଡ କରିବାରେ ସଫଳ ହୋଇଛନ୍ତି। ଏହାର ୧୪ ବର୍ଷ ପୂର୍ବରୁ ଇଂଲଣ୍ଡର କିଥ ମେଲକମ୍‌ ଏହି ରେକର୍ଡକୁ ନିଜ ନାମରେ କରିଥିଲେ। କିଥଙ୍କଠାରୁ ଜୋନାଥନ ୩ ଗୁଣା ଅଧିକ ଦ୍ରୁତ ଗତିରେ ଦୌଡ଼ିଥିଲେ। ଜୋନାଥନ ଜଣେ ଫାୟାରଫାଇଟର ସହ ଷ୍ଟଣ୍ଟମ୍ୟାନ ମଧ୍ୟ। ସେ ଛୋଟବେଳୁ ନିଅଁାରେ ଖେଳିବାକୁ ସୌକ ରଖିବା ସହ ଫାୟାର ଶୋ’ ମଧ୍ୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri