ବାରଣ ସତ୍ତ୍ୱେ ପର୍ଯ୍ୟଟକ ମାନୁନାହାନ୍ତି

ଖଣ୍ଡପଡା,୧ା୭(ଅଜୟ କୁମାର ମହାରଣା): ଖଣ୍ଡପଡା ବ୍ଳକ ଅଧିନ କଂଟିଲୋ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶୈାଚାଳୟଟି ଅଂଚଳବାସୀଙ୍କ ପାଇଁ ବିପଦର କାରଣ ପାଲଟିବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ା
ବିଭାଗୀୟ କର୍ତୃପକ୍ଷଙ୍କ ବାରଣ ସତ୍ୱେ ନୀଳମାଧବ ଜୀଉଙ୍କ ଦର୍ଶନରେ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶୈାଚାଳୟକୁ ବ୍ୟବହାର କରୁଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି ା ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ୨୩ ତାରିଖ କଂଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ଜନ ଆରୋଗ୍ୟ ସମିତି ବୈଠକରେ ଏଭଳି ଘଟଣା ସଂପର୍କରେ ସୂଚନା ମିଳିବା ପରେ ଉକ୍ତ ଶୈାଚାଳୟକୁ ରୋଗୀ କିମ୍ବା ତାଙ୍କ ସଂପର୍କୀୟ ମାନଙ୍କ ଛଡା ଅନ୍ୟ କୈାଣସି ବାହାର ଯାତ୍ରୀଙ୍କୁ ଏହି ଶୈାଚାଳ୍ୟକୁ ବ୍ୟବହାର କରିବା ପାଇଁ ବାରଣ କରିବାକୁ ପରାମର୍ଶ ଦିଆ ଯାଇଥିଲା ା ମାତ୍ର ପରବର୍ତୀ ସମୟରେ କଂଟିଲୋକୁ ଆସୁଥିବା ବାହାରର ପର୍ଯ୍ୟଟକ ମାନେ ବାଧ୍ୟ ବାଧକତାରେ ଉକ୍ତ ଶୈଚାଳୟକୁ ବ୍ୟବହାର କରୁଥିବା ସ୍ବାସ୍ଥ୍ୟକେନ୍ଦ୍ର କର୍ତୃପକ୍ଷଙ୍କ ଠାରୁ ଜଣାଯାଇଛି ା ସୂଚନା ଯୋଗ୍ୟ ଯେ, କଂଟିଲୋ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ କଂଟିଲୋ ତଥା ଏହାର ଆଖ ପାଖ ବାଣପୁର, ସିଧାମୂଳା, ବେଣାଗାଡିଆ, ପଥରଚକଡା, ଧାନଚେଙ୍ଗଡା, କେନ୍ଦୁପଲ୍ଲ୍‌ୀ ଆଦି ୭ ଟିପଂଚାୟତର ପ୍ରାୟ ୪୦ରୁ ୫୦ ହଜାର ଜନସାଧାରଣ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥା‘ି ା ଏହାଛଡା କଂସା ପିତଳ ବାସନ ଶିଳ୍ପପାଇଁ ପ୍ରସିଦ୍ଧି ଲାଭ କରିଥିବା କଂଟିଲୋ ନୀଳମାଧବ ପୀଠ ଜଗନ୍ନାଥ ସଂସ୍କୃତିର ଆଦିପୀଠ ଏବଂ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ା ଏଥି ପାଇଁ ପ୍ରତ୍ୟେହ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ପର୍ଯ୍ୟଟକ ପରିଦର୍ଶନରେ ଆସିଥା‘ି ା ତେବେ କଂଟିଲୋ ପର୍ଯ୍ୟଟନ ପୀଠରେ ପର୍ଯ୍ୟଟକମାନଙ୍କ ସ୍ନାନ ଶୈାଚାଦି ପାଇଁ କୈାଣସି ବ୍ୟବସ୍ଥା ନଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଯାନବାହନରେ ଏଠାକୁ ଆସୁଥିବା ପର୍ଯ୍ୟଟକ ସକାଳୁ ସକାଳୁ ସ୍ନାନ ଶୈାଚାଦି ପାଇଁ ସ୍ଥାନୀୟ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶୈାଚାଳୟକୁ ମେଡିକାଲ କର୍ତୃପକ୍ଷ କିମ୍ବା କର୍ମଚାରୀଙ୍କ ବାରଣ ସତ୍ୱେ ବାଧ୍ୟ ବାଧ୍ୟକତାରେ ସ୍ନାନ ଶୈାଚାଦି କାର୍ଯ୍ୟ ସଂପନ୍ନ କରିଥା‘ି ା ବିଭାଗୀୟ କର୍ମଚାରୀଙ୍କ ସୂଚନା କ୍ରମେ ଚଳିତ ବର୍ଷ ଲକ୍ଷାଧିକ ମହିଳା ଓ ପୁରୁଷ ଏହି ଶୈାଚାଳୟ ବ୍ୟବହାର ପାଇଁ ରୋଗୀ ତଥା ରୋଗୀ ସଂପର୍କୀୟମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ସଂପୃକ୍ତ ବାହାର ବ୍ୟକ୍ତିମାନେ ବ୍ୟବହାର କରିଛ‘ି ା
ଏଠାରେ ସୂଚନା ଯୋଗ୍ୟ ଯେ, ବାହାରୁ ଆସୁଥିବା ଲୋକମାନଙ୍କ ଯଦି କେହି କିଛି ନାକିଛି ରୋଗରେ ସଂକ୍ରମିତ ହୋଇଥା‘ି ତେବେ ଏହି ରୋଗ ଅନ୍ୟମାନଙ୍କୁ ଏହି ଶୈାଚାଳୟ ମାଧ୍ୟମରେ ସଂକ୍ରମଣ କରିବାର ବହୁତ ସମ୍ଭାବନା ରହିଛି ା ତେବେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ପର୍ଯ୍ୟଟକ ସଂପ୍ରତି ରଥଯାତ୍ରା ଓ ବାହୁଡା ଯାତ୍ରା ଅବସରରେ ପୁରୀରୁ ଫେରି କଂଟିଲୋର ଶ୍ରୀ ନୀଳମାଧବ ଜୀଉଙ୍କ ଦର୍ଶନରେ ଆସି ଏପରି ସମସ୍ୟା ସୃଷ୍ଟି କରୁଥିବା ଜଣାଯାଇଛି ା ରୋଗୀ କିମ୍ବା ତାଙ୍କ ସଂପର୍କୀୟଙ୍କ ବ୍ୟତିତ ଅନ୍ୟ କେହି ଯେପରି ସମୁହ ସ୍ବାର୍ଥ ଦୃଷ୍ଟିରୁ ସ୍ବାସ୍ଥ୍ୟକେନ୍ଦ୍ର ଶୈାଚାଳୟକୁ ବ୍ୟବହାର ନ କର‘ି ସେଥିପ୍ରତି ସ୍ଥାନୀୟ ପଂଚାୟତ କର୍ତୃପକ୍ଷ, ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା ଏ ସଂପର୍କରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିସତ୍ାଧାରୀ ଡ ମକରନ୍ଦ ବେଉରାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ରୋଗୀ ଓ ତାଙ୍କ ଅଟେଣ୍ଡାଂଟ ବ୍ୟତିତ ଅନ୍ୟ କୈାଣସି ବ୍ୟକ୍ତିଙ୍କୁ ଶୈାଚାଳୟ ବ୍ୟବହାର ପାଇଁ ବାରଣ କରାଯିବା ଉଚିତ ବୋଲି ମତ ଦେବା ସହ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର କର୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?