ଦେଶର ଅଗ୍ରଗତି ଯୁବଗୋଷ୍ଠୀ ଦ୍ୱାରା ସମ୍ଭବ

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓ୍ବାର୍ଲଡ ୟୁଥ୍‌ ସ୍କିଲ୍‌ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍‌ରେ ଓ୍ବାର୍ଲଡ ୟୁଥ୍‌ ସ୍କିଲ୍‌ ଡେ ପାଳନ କରାଯାଇଛି। ଏପରିକି ଉଭୟ ରାଜ୍ୟର ବିଭିନ୍ନ ୟୁନିଟ୍‌ରେ ପ୍ରାୟ ୧୧,୦୦୦ ଗ୍ରାମୀଣ ଯୁବକଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଛି। ବିଶେଷ କରି କମ୍ପାନୀ କାର୍ଯ୍ୟକଳାପରେ ଗୋଷ୍ଠୀର ଯୁବକମାନଙ୍କ ପ୍ରତି ଧ୍ୟାନଦେଇ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ମଧ୍ୟରେ ରହିଥିବା ବ୍ୟବଧାନ ଦୂରକରିବାକୁ ଚେଷ୍ଟା କରାଯାଉଛି। ସେହିଭଳି ବଜାର ସମ୍ବନ୍ଧୀୟ ଧନ୍ଦାମୂଳକ ଦକ୍ଷତା କୌଶଳ, ଉଦ୍ୟୋଗିତା ଏବଂ କୃଷି ଓ ପଶୁପାଳନ ଜରିଆରେ ମଧ୍ୟ ଯୁବଗୋଷ୍ଠୀ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ଭାରତରେ ଏବେ ବି ଯୁବପିଢ଼ି ରହିଛନ୍ତି ଓ ଆମ ଦେଶର ଅଗ୍ରଗତି ଯୁବକମାନଙ୍କ ଦ୍ୱାରା ସମ୍ଭବ ହୋଇପାରିବ। ଏପରିକି ସ୍ଥାନୀୟ ଯୁବଦକ୍ଷତାର ସଦୁପଯୋଗ ପାଇଁ ଆମକୁ କୌଶଳଗତ ଦକ୍ଷତା ହାସଲ କରିବାକୁ ହେବ। ବିଶେଷକରି ବେଦାନ୍ତ ଆଲୁମିନିୟମ ଗୋଷ୍ଠୀ ମଧ୍ୟରେ ଓ ବାହାରେ ଯୁବକମାନଙ୍କୁ ଦକ୍ଷ କରିବାକୁ ପ୍ରୟାସ କରିଥାଏ। ସେହିଭଳି ବେଦାନ୍ତ ବାଲ୍‌କୋର ସିଇଓ ତଥା ନିର୍ଦ୍ଦେଶକ ରାଜେଶ କୁମାର କହିଛନ୍ତି, ଆମ ଦେଶର ଯୁବକମାନଙ୍କୁ ନିରନ୍ତର ଜୀବିକା ନିର୍ବାହ ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। ବିଶେଷକରି ଆମର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଆମେ ବିଭିନ୍ନ ଉପଯୋଗୀ କ୍ଷେତ୍ରଗୁଡ଼ିକ ଉପରେ ସର୍ବଦା ଗୁରୁତ୍ୱ ଦେଉଛୁ।
ଉଲ୍ଲେଖଯୋଗ୍ୟ, ବେଦାନ୍ତ ଆଲୁମିନିୟମ ହେଉଛି ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ଦର୍ଶନର ସକ୍ରିୟ ସମର୍ଥକ। କମ୍ପାନୀ ବହୁ ପ୍ରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରୁଛି, ଯାହା ମିଳିତ ଜାତିସଂଘ ଲକ୍ଷ୍ୟ ଅନୁଯାୟୀ ଦାରିଦ୍ର୍ୟ ଓ ଉପଯୁକ୍ତ କାର୍ଯ୍ୟ ତଥା ଅର୍ଥନୈତିକ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରୁଛି। ସେହିପରି ଅଗ୍ରଣୀ ଜ୍ଞାନପ୍ରଦାନକାରୀ ପ୍ରତିଷ୍ଠାନ ଯଥା ନାବାର୍ଡ ଓ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋଲାର ଏନର୍ଜି ସହ କମ୍ପାନୀ ଘନିଷ୍ଠ ସହଭାଗୀ ହୋଇ ତାଲିମ କୌଶଳ ପ୍ରଦାନ କରୁଛି। ସୂଚନାଯୋଗ୍ୟ ବେଦାନ୍ତ ଆଲୁମିନିୟମ ଦକ୍ଷତା ବିକାଶ ପ୍ରୟାସରେ ମୁଖ୍ୟତଃ ୩ଟି କ୍ଷେତ୍ର ପ୍ରତି ଧ୍ୟାନ ଦେଉଥିବା ଜଣାପଡ଼ିଛି। ସେଗୁଡ଼ିକ ହେଲା ଧନ୍ଦାମୂଳକ କୌଶଳ, ଉଦ୍ୟୋଗିତା ଏବଂ କୃଷି ଓ ପଶୁପାଳନ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri