ୟୁଏସ୍‌ଏଫ୍‌ବିଏଲ୍‌ର ନୂତନ ଶାଖା

ଭୁବନେଶ୍ୱର,୨୬।୯ : ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍‌ (ୟୁଏସ୍‌ଏଫ୍‌ବିଏଲ୍‌)ର ନୂତନ ଶାଖା ସୋହେଲାଠାରେ ଉଦ୍‌ଘାଟିତ ହୋଇଯାଇଛି। ୟୁଏସ୍‌ଏଫ୍‌ବିଏଲ୍‌ର ଏମ୍‌ଡି ତଥା ସିଇଓ ଗୋବିନ୍ଦ ସିଂହ କହିଛନ୍ତି, ଓଡିଶା ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଥିବାବେଳେ ରାଜ୍ୟରେ ଆଉ ଏକ ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମକୁ ସ୍ଥାନୀୟ ସମୁଦାୟ ମଧ୍ୟରେ ଏକ ଔଦ୍ୟୋଗିକ ମାନସିକତା ବିକଶିତ କରିବାରେ ଉକ୍ତ ଶାଖା ବେଶ୍‌ ସହଯୋଗ କରିବ। ବିଶେଷ କରି ସୋହେଲାର ଗ୍ରାହକମାନେ ବର୍ତ୍ତମାନ ବ୍ୟାଙ୍କର ଉପତ୍ାଦ ଓ ସେବା ପାଇପାରିବେ। ଯେଉଁଥିରେ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଣ୍ଟ୍‌, କରେଣ୍ଟ୍‌ ଆକାଉଣ୍ଟ୍‌, ଫିକ୍ସଡ୍‌ ଡିପୋଜିଟ୍‌ ଓ ରିକରିଙ୍ଗ୍‌ ଡିପୋଜିଟ୍‌ ସମେତ ବିଭିନ୍ନ ଋଣ ଉପତ୍ାଦ ଯଥା ଗୃହ ଋଣ, ବ୍ୟବସାୟ ଋଣ, ସମ୍ପତ୍ତି ଋଣ, କ୍ରେଡିଟ୍‌, ଇନସ୍ୟୁରାନ୍ସ ଓ ଇନ୍‌ଭେଷ୍ଟମେଣ୍ଟ୍‌ ପ୍ରଡକ୍ଟ ଆଦି ସାମିଲ ରହିଛି। ଉକ୍ତ ଶାଖାର ଭିତ୍ତିଭୂମି, ଡିଜିଟାଲ ବ୍ୟାଙ୍କିଙ୍ଗ୍‌ କ୍ଷମତା ଓ ଏଟିଏମ୍‌ ନେଟ୍‌ୱର୍କ ସହିତ ବ୍ୟାଙ୍କ ଇଣ୍ଟିଗ୍ରେଟେଡ୍‌ କଷ୍ଟମର୍‌ ସର୍ଭିସ୍‌ ପ୍ରଦାନ କରୁଛି। ଉକ୍ତ ଶାଖା ସମୁଦାୟକୁ ସେମାନଙ୍କର ଆର୍ଥିକ ଆତ୍ମବିଶ୍ୱାସକୁ ବଢାଉଥିବା ଏକ ବିକଳ୍ପକୁ ଆବିଷ୍କାର କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ,ଏଥିସହିତ ନିଯୁକ୍ତି ସୁଯୋଗ ଓ ସଫଳତାର ଏକ ସମୃଦ୍ଧ ପରିବେଶ ସୃଷ୍ଟି କରିବା ପାଇଁ ଏକ ଉତ୍‌ପ୍ରେରକ ଭାବେ ଉକ୍ତ ଶାଖା କାର୍ଯ୍ୟ କରିବ। ଏହି ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ଅଣସଂରକ୍ଷିତ ଓ କମ୍‌ ଆୟ ବର୍ଗର ଲୋକଙ୍କୁ ତଥା ଗୋଷ୍ଠୀଗୁଡିକୁ ବ୍ୟବସାୟ ବିକାଶ ସେବା ପାଇଁ ମାଇକ୍ରୋ-ବ୍ୟାଙ୍କିଙ୍ଗ୍‌ ଋଣ ପ୍ରଦାନ କରିବ। ଓଡ଼ିଶାରେ ୟୁଏସ୍‌ଏଫ୍‌ବିଏଲର ୮୩ ଶାଖାଥିବା ବେଳେ ଭାରତର ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାଙ୍କର ମୋଟ ୮୭୧ଟି ଶାଖା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri