Posted inଫୁରସତ

ମା’ ପରିବାରର ସୁରକ୍ଷା କବଚ

ପୃଥିବୀର ଜନସଂଖ୍ୟା ଯୋଗୁ ସଙ୍କଟ ବଢ଼ିବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧିର ବହୁ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ପାଠପଢ଼ାର ଅଭାବ, ଲୋକଙ୍କ ଆର୍ଥିକ ସ୍ଥିତି, ସ୍ବାସ୍ଥ୍ୟସେବାର ଅଭାବ ଆଦି ମୁଖ୍ୟ କାରଣ। ତେବେ ଜନସଂଖ୍ୟା ବୃଦ୍ଧିକୁ ରୋକିବା କ୍ଷେତ୍ରରେ ଗର୍ଭ ନିରୋଧକ ଏକ ବିକଳ୍ପ ଭାବେ ଉଭା ହୋଇଛି। ୨୦୩୦ ସୁଦ୍ଧା ବିଶ୍ୱସ୍ତରରେ ସ୍ଥାୟୀ ବିକାଶ ଏଜେଣ୍ଡା ଲକ୍ଷ୍ୟ ନେଇ ୧୯୯୪ ସେପ୍ଟେମ୍ବର ୨୬ରେ ଅନୁଷ୍ଠିତ ହୋଇଥିବା ଜନସଂଖ୍ୟା ଏବଂ ବିକାଶ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା ଏବଂ ବିଶ୍ୱ ଗର୍ଭ ନିରୋଧକ ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୨୬କୁ ବିଶ୍ୱ ଗର୍ଭ ନିରୋଧକ ଦିବସ ଭାବରେ ପାଳନ କରାଯାଇ ଆସୁଛି। ଏହିଦିନ ବିଶ୍ୱବ୍ୟାପୀ ପରିବାର ଯୋଜନା, ସୂଚନା ଏବଂ ଶିକ୍ଷା ଏବଂ ପ୍ରଜନନ ସ୍ବାସ୍ଥ୍ୟକୁ ନେଇ ଜାତୀୟ ରଣନୀତି ଏବଂ କାର୍ଯ୍ୟକ୍ରମର ଏକୀକରଣ ଉପରେ ଗୁରୁତ୍ୱାରୋପ କରାଯିବା ସହିତ ସଚେତନତା ସୃଷ୍ଟି କରାଯାଇଥାଏ।
ମେରୁଦଣ୍ଡ ହେଉଛନ୍ତି ମା’। ତାଙ୍କ ଉପରେ ସମସ୍ତ ବୋଝ ପଡ଼ିଥାଏ। ମା’ ହେଉଛନ୍ତି ପରିବାରର ସୁରକ୍ଷା କବଚ। ମା’ ସୁସ୍ଥ ରହିଲେ ପରିବାର ସୁଖୀ ହୋଇଥାଏ। ମା’ଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁରକ୍ଷିତ ପ୍ରଜନନ ବ୍ୟବସ୍ଥା ଜରୁରୀ। ଏ କ୍ଷେତ୍ରରେ ଗର୍ଭ ନିରୋଧକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ତେଣୁ ମହିଳା ଅଧିକାର ଏବଂ ସେମାନଙ୍କର ପ୍ରଜନନ ସ୍ବାସ୍ଥ୍ୟ ପାଇଁ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨୬ରେ ବିଶ୍ୱ ଗର୍ଭ ନିରୋଧକ ଦିବସ ପାଳନ କରାଯାଇଥାଏ।
ଜାତିସଂଘ ଅନୁସାରେ ପ୍ରତ୍ୟେକ ମହିଳା ଏବଂ କିଶୋରୀଙ୍କର ଗର୍ଭନିରୋଧକ ତଥା ପରିବାର ଯୋଜନା ସେବା, ସୂଚନା ଏବଂ ଶିକ୍ଷା ପାଇବାକୁ ଅଧିକାର ରହିଛି। ଅନ୍ତର୍ଜାତୀୟ ମାନବିକ ଅଧିକାର ଆଇନ ଅନୁଯାୟୀ, ଯୌନ ତଥା ପ୍ରଜନନ ସ୍ବାସ୍ଥ୍ୟସେବାକୁ ନିଶ୍ଚିତ କରିବା ଜରୁରୀ।
ଏହି ଦିବସର ପାଳନ ୨୦୦୭ରେ ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଗର୍ଭ ନିରୋଧକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଯୁବବର୍ଗଙ୍କୁ ସେମାନଙ୍କର ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଶିକ୍ଷା ପ୍ରଦାନ କରିବା।
ବିଗତ ଦଶନ୍ଧି ମଧ୍ୟରେ ପରିବାର ଯୋଜନା ବିସ୍ତାର କରିବାରେ ବହୁ ଅଗ୍ରଗତି ସତ୍ତ୍ୱେ ଗର୍ଭ ନିରୋଧକ ଔଷଧର ପ୍ରବେଶ ଏ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?