ଭୁବନେଶ୍ୱର,୨୬।୯ : ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ (ୟୁଏସ୍ଏଫ୍ବିଏଲ୍)ର ନୂତନ ଶାଖା ସୋହେଲାଠାରେ ଉଦ୍ଘାଟିତ ହୋଇଯାଇଛି। ୟୁଏସ୍ଏଫ୍ବିଏଲ୍ର ଏମ୍ଡି ତଥା ସିଇଓ ଗୋବିନ୍ଦ ସିଂହ କହିଛନ୍ତି, ଓଡିଶା ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଥିବାବେଳେ ରାଜ୍ୟରେ ଆଉ ଏକ ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ର ଶୁଭାରମ୍ଭ କରି ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଆମକୁ ସ୍ଥାନୀୟ ସମୁଦାୟ ମଧ୍ୟରେ ଏକ ଔଦ୍ୟୋଗିକ ମାନସିକତା ବିକଶିତ କରିବାରେ ଉକ୍ତ ଶାଖା ବେଶ୍ ସହଯୋଗ କରିବ। ବିଶେଷ କରି ସୋହେଲାର ଗ୍ରାହକମାନେ ବର୍ତ୍ତମାନ ବ୍ୟାଙ୍କର ଉପତ୍ାଦ ଓ ସେବା ପାଇପାରିବେ। ଯେଉଁଥିରେ ସେଭିଙ୍ଗ୍ସ ବ୍ୟାଙ୍କ ଆକାଉଣ୍ଟ୍, କରେଣ୍ଟ୍ ଆକାଉଣ୍ଟ୍, ଫିକ୍ସଡ୍ ଡିପୋଜିଟ୍ ଓ ରିକରିଙ୍ଗ୍ ଡିପୋଜିଟ୍ ସମେତ ବିଭିନ୍ନ ଋଣ ଉପତ୍ାଦ ଯଥା ଗୃହ ଋଣ, ବ୍ୟବସାୟ ଋଣ, ସମ୍ପତ୍ତି ଋଣ, କ୍ରେଡିଟ୍, ଇନସ୍ୟୁରାନ୍ସ ଓ ଇନ୍ଭେଷ୍ଟମେଣ୍ଟ୍ ପ୍ରଡକ୍ଟ ଆଦି ସାମିଲ ରହିଛି। ଉକ୍ତ ଶାଖାର ଭିତ୍ତିଭୂମି, ଡିଜିଟାଲ ବ୍ୟାଙ୍କିଙ୍ଗ୍ କ୍ଷମତା ଓ ଏଟିଏମ୍ ନେଟ୍ୱର୍କ ସହିତ ବ୍ୟାଙ୍କ ଇଣ୍ଟିଗ୍ରେଟେଡ୍ କଷ୍ଟମର୍ ସର୍ଭିସ୍ ପ୍ରଦାନ କରୁଛି। ଉକ୍ତ ଶାଖା ସମୁଦାୟକୁ ସେମାନଙ୍କର ଆର୍ଥିକ ଆତ୍ମବିଶ୍ୱାସକୁ ବଢାଉଥିବା ଏକ ବିକଳ୍ପକୁ ଆବିଷ୍କାର କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ,ଏଥିସହିତ ନିଯୁକ୍ତି ସୁଯୋଗ ଓ ସଫଳତାର ଏକ ସମୃଦ୍ଧ ପରିବେଶ ସୃଷ୍ଟି କରିବା ପାଇଁ ଏକ ଉତ୍ପ୍ରେରକ ଭାବେ ଉକ୍ତ ଶାଖା କାର୍ଯ୍ୟ କରିବ। ଏହି ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ଅଣସଂରକ୍ଷିତ ଓ କମ୍ ଆୟ ବର୍ଗର ଲୋକଙ୍କୁ ତଥା ଗୋଷ୍ଠୀଗୁଡିକୁ ବ୍ୟବସାୟ ବିକାଶ ସେବା ପାଇଁ ମାଇକ୍ରୋ-ବ୍ୟାଙ୍କିଙ୍ଗ୍ ଋଣ ପ୍ରଦାନ କରିବ। ଓଡ଼ିଶାରେ ୟୁଏସ୍ଏଫ୍ବିଏଲର ୮୩ ଶାଖାଥିବା ବେଳେ ଭାରତର ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାଙ୍କର ମୋଟ ୮୭୧ଟି ଶାଖା ରହିଛି।
ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ
କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…
ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ
ହରିଦ୍ୱାର,୧୮।୯: ବହୁଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲି ହରିଦ୍ୱାରରେ ସନ୍ଦେହଜନକ ପରିସ୍ଥିତିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୋଲି ଗତ କିଛି…
ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ
ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…
ବାଇକ୍ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…
କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍ ଉପରେ ପଡ଼ିବା ସହ…
ଆସୁଛି UPIର ‘ବାପା’, ‘ଡିଜିଟାଲ ରୁପି’ (Digital Rupee), ଏହା କ’ଣ? ବ୍ୟାଙ୍କ କିମ୍ବା ଇଣ୍ଟରନେଟ ସଂଯୋଗ ବିନା କିପରି ଟଙ୍କା ସ୍ଥାନାନ୍ତର ହେବ ଜାଣନ୍ତୁ…
ନୂଆଦିଲ୍ଲୀ,୧୮।୯: ମୂଳ କଥା ହେଉଛି UPI ଠାରୁ ମଧ୍ୟ ଏକ ବଡ଼ ଜିନିଷ ଆସିବାକୁ ଯାଉଛି। UPI ଶୁଳ୍କ (charges) କୁ ନେଇ ଚାଲିଥିବା ହଟଚମଟ ମଧ୍ୟରେ,…
କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…
ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…
ଗୋଟିଏ ରୁମ୍ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…
ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…
ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…
ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

