ବିବାହ ଭୋଜିରେ ହଜାରେ ଲୋକଙ୍କୁ ଦେଇଥିଲେ ଆମନ୍ତ୍ରଣ

ହିଞ୍ଜିଳିକାଟୁ,୨୧ା୫: କୋଭିଡ଼ କଟକଣାକୁ ଅବମାନନା କରି ଶୁକ୍ରବାର ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋଦରାପଲୀ ଗ୍ରାମରେ ଶୁକ୍ରବାର ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ବିବାହ ଭୋଜିର ଆୟୋଜନ ହେଉଥିଲା। ଖବର ପାଇ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ବିବାହ ଭୋଜି ବନ୍ଦ କରିବା ସହ କର୍ତ୍ତାଙ୍କଠାରୁ ୧୮ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ସେହିପରି ସ୍ଥାନୀୟ ଘୋଢେଇଶୁଣୀ ମନ୍ଦିରରେ ଆୟୋଜିତ ବିବାହ ଭୋଜିକୁ ପ୍ରଶାସନ ବନ୍ଦ କରିବା ସହ ଆୟୋଜକଙ୍କଠାରୁ ୩ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଭୋଜିରେ ରୋଷେଇ କରାଯାଇଥିବା ଖାଦ୍ୟକୁ ଅଞ୍ଚଳର ଗରିବ ଲୋକଙ୍କୁ ବଣ୍ଟନ କରାଯାଇଥିଲା। ଏଥିସହ ହିଞ୍ଜିଳି ଶ୍ୟାମଳାଇ ଛକରେ ଖୋଲାଥିବା ଜଳଖିଆ ଦୋକାନ ଓ ଏକ ଚାହାକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଚଢ଼ାଉରେ ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ମ୍ୟୁନିସପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ ମନୋରଞ୍ଜନ ସାହୁ, ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ସାମିଲ ଥିଲେ।