Posted inଫୁରସତ

୩୧ ବର୍ଷ ଧରି ଖାଉଛନ୍ତି ଗୋଡ଼ିପଥର

ଛୋଟବେଳେ କିଛି ପିଲାଙ୍କୁ ଗୋଡି ମାଟି ଖାଇବାକୁ ଭଲ ଲାଗିଥାଏ। ସେମାନେ ଲୁଚାଇଚୋରାଇ ମାଟି ଖାଆନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବୟସ୍କ ବ୍ୟକ୍ତି ପଥର ଖାଉଛନ୍ତି। ସେ ପୁଣି ପ୍ରତିଦିନ। ପ୍ରାୟ ୩୧ ବର୍ଷ ହେବ ପ୍ରତିଦିନ ସେ ୨୫୦ ଗ୍ରାମ୍‌ର ପଥର ଖାଇଆସୁଛନ୍ତି। ସେହି ବକ୍ତିଜଣକ ହେଉଛନ୍ତି ୮୦ ବର୍ଷୀୟ ରାମଭାଉ ବୋଡକେ। ମହାରାଷ୍ଟ୍ରର ସତାରରେ ତାଙ୍କ ଘର। ଏହି ପଥର ଖିଆ ଅଭ୍ୟାସ ପାଇଁ ତାଙ୍କୁ ଗାଁରେ ‘ପଥର ବାବା’ ବୋଲି ମଧ୍ୟ କୁହନ୍ତି। ତେବେ ଏଭଳି ଅଭ୍ୟାସ ପଛରେ ରହିଛି ଏକ ରୋଚକ କଥା। ୧୯୮୯ରେ ସେ ମୁମ୍ବାଇ କାମ ଖୋଜିବା ପାଇଁ ଯାଇଥିଲେ। ହେଲେ ସେଠାରେ ହଠାତ୍‌ ତାଙ୍କ ପେଟ ଯନ୍ତ୍ରଣା ଆରମ୍ଭ ହୋଇଗଲା। ତିନି ବର୍ଷ ପର୍ଯ୍ୟନ୍ତ ଏହାର ଚିକିତ୍ସା କରାଇଲେ। କିନ୍ତୁ ଯନ୍ତ୍ରଣା କମିଲା ନାହିଁ। ଏହାପରେ ସେ ପୁଣିଥରେ ଗାଁକୁ ପେରି ଆସିଲେ। ଆଉ ଚାଷବାସ କଲେ। ତଥାପି ପେଟ ଯନ୍ତ୍ରଣା କମି ନ ଥାଏ। ଗାଁରେ ରହୁଥିବା ଜଣେ ବୃଦ୍ଧା ରାମଭାଉଙ୍କ ଅବସ୍ଥା ଦେଖି ତାଙ୍କୁ ପଥର ଖାଇବାକୁ ପରାମର୍ଶ ଦେଲେ। ବୃଦ୍ଧାଙ୍କ କଥା ମାନି ରାମଭାଉ ପଥର ଖାଇବା ଆରମ୍ଭ କଲେ। ଏହାପରେ ପେଟ ଯନ୍ତ୍ରଣା ଟିକେ କମିଲା। ସେବେଠାରୁ ସେ ପଥର ଖାଇବା ଜାରି ରଖିଛନ୍ତି। ତାଙ୍କ ପକେଟରେ ସବୁବେଳେ ଛୋଟ ବଡ଼ ପଥର ରହିଥାଏ। ନିକଟରେ ତାଙ୍କର ଆଉ ଥରେ ପେଟ ଯନ୍ତ୍ରଣା ହୋଇଥିଲା। ଆଉ ସିଟି ସ୍କାନରୁ ଜଣାପଡିଲା ତାଙ୍କ ପେଟରେ ଅନେକ ପଥର ଜମା ହୋଇ ରହିଛି । ଯଦିଓ ପରେ ସୁସ୍ଥ ହୋଇଯାଇଥିଲେ। ହେଲେ ଡାକ୍ତର ରାମଭାଉଙ୍କ ଅଜବ ଖାଦ୍ୟ ସମ୍ପର୍କରେ ଜାଣି ଚକିତ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri