ରାତି ଅଧରେ ଘରୁ ପଳାଇ ଆସିଥିଲେ: ରାଜଧାନୀ ନିକଟ ଫାର୍ମ ହାଉସରୁ ମିଳିଲା ପ୍ରଫେସରଙ୍କ ଝିଅଙ୍କ ମୃତଦେହ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଜେଇଇରେ ଭଲ କରି ନ ଥିବାରୁ ଗୁରୁବାରଠାରୁ ଘରୁ ପଳାଇ ଆସିଥିଲେ ଝିଅ। ଶୁକ୍ରବାର ଏକ ଫାର୍ମ ହାଉସ୍‌ ପୋଖରୀରୁ ତାଙ୍କ ମୃତଦେହ ମିଳିଛି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଉକ୍ତ ଫାର୍ମ ହାଉସ ପୋଖରୀରୁ ମିଳିଥିବା ଏହି ମୃତା ଯୁବତୀଙ୍କ ଘର ନୟାଗଡ଼। ତାଙ୍କ ବାପା ଜଣେ ପ୍ରଫେସର। ଜେଇଇରେ ଭଲ କରି ନ ଥିବାରୁ ସେ ଗୁରୁବାର ଘରୁ ପଳାଇ ଆସିଥିଲେ ବୋଲି କୁହାଯାଉ ଥିବା ବେଳେ ତାଙ୍କ ବାପା କହିଛନ୍ତି, ଝିଅ ବହୁତ ମେଧାବୀ ଥିଲା। ଭଲ ଆର୍ଟ କରୁଥିଲା। ଜେଇଇରେ ତା’ର ଟିକେ ଖରାପ ହୋଇଥିଲା। ପାଠପାଢ଼ା ନେଇ ଘର ତରଫରୁ ତା’ ଉପରେ କୌଣସି ଚାପ ନ ଥିଲା। ଘର ତଥା ପାଖ ଅଞ୍ଚଳର ସିସିଟିଭିରୁ ଜଣାପଡୁଛି ରାତି ୨ଟାରେ ଝିଅ ଫାର୍ମହାଉସ ଭିତରେ ପଶିଛି। ତେବେ ଏତେ ଅନ୍ଧାର ରାତିରେ ୧୦ ଫୁଟ ଉଚ୍ଚ ପାଚେରି ଡେଇଁ ସେ କେମିତି ଭିତରେ ପଶିଲା? ମନକୁ ମନ ସେ ଫାର୍ମ ହାଉସକୁ ଆସିଥିବ ବୋଲି ଭାବିପାରୁନାହିଁ। କୌଣସି ଲୋକ ହୁଏତ ତାକୁ ପ୍ରଲୋଭିତ କରି ଆଣିଥାଇପାରେ। ସେ ଆତ୍ମହତ୍ୟା କରିଥାଇପାରେ। ହେଲେ ପୋଲିସ ତଦନ୍ତ ପରେ ବାକି କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ହୋଇପାରୁନି ଶିକ୍ଷାଦାନ

ବଇଣ୍ଡା,୩।୧୨(ଡି.ଏନ.ଏ.) ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରଣ ଚାଲିଛି। ଭିତ୍ତିଭୂମି, ଶିକ୍ଷାଦାନକୁ ସ୍ମାର୍ଟ କରାଯିବାର ବ୍ୟବସ୍ଥା ହେଉଛି। ଇତିମଧ୍ୟରେ ଅନୁଗୋଳ ଜିଲାର ୯୦ଟି ବିଦ୍ୟାଳୟକୁ ସ୍ମାର୍ଟ ବୋଲି ଘୋଷଣା...

ସାହିତି୍ୟକ ଗଗନେନ୍ଦ୍ରନାଥ ଦାଶଙ୍କ ପରଲୋକ

ଭୁବନେଶ୍ୱର, ୨୦।୧୧ (ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ ତଥା ସମାଲୋଚକ ଗଗନେନ୍ଦ୍ରନାଥ ଦାଶ (୮୨) ଙ୍କର ଶନିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୬,୫୬୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଦାଦନ ଶ୍ରମିକଙ୍କୁ ନିସ୍ତୁକ ମାଡ଼

ବଲାଙ୍ଗୀର ଅଫିସ, ୮ା୪: ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଦାଦନ ଶ୍ରମିକଙ୍କ ନିର୍ଯାତନା ଥମୁନାହିଁ। ରାଜ୍ୟ ବାହାରେ ଇଟାଭାଟିରେ କାମ କରିବାକୁ ଯାଇଥିବା ଦୁଇଜଣ ଦାଦନ...

ନିଖୋଜ ପୂର୍ବତନ କାଉନସିଲରଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବୌଦ୍ଧ,୩ା୧: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ଅଗସ୍ତୀ ମହାକୁଡଙ୍କ ମୃତଦେହ ଏକ ବିଲରୁ ରବିବାର ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା...

ପତିତପାବନଙ୍କ ଦର୍ଶନ ମିଳିବନି

ପୁରୀ ଅଫିସ,୨୭।୧୧: ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜନସାଧାରଣଙ୍କ ଭିଡ଼ ଆଶଙ୍କା କରି ଏବଂ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ...

ପର ଘର ପ୍ରତିବନ୍ଧକ

ବଇଣ୍ଡା,୧୨ା୧୨: ମା’ ପେଟରେ ଥିବା ପିଲାଟି ଯେପରି ଅପପୁଷ୍ଟିର ଶିକାର ନ ହେବ ଏବଂ ଏକ ସୁରକ୍ଷିତ ଭବିଷ୍ୟତ ଦିଗରେ ଅଗ୍ରସର ହେବ ସେଥିପାଇଁ ଅଙ୍ଗନଓ୍ବାଡି...

ଜାତୀୟ ଦଳର ରାଜ୍ୟ ନେତା ମୂକ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଜାତୀୟ ଦଳର ରାଜ୍ୟ ନେତା ମୂକ ପାଲଟିଛନ୍ତି। ରାଜ୍ୟ ସ୍ବାର୍ଥକୁ ଅଣଦେଖା କରି ଶୀର୍ଷ ନେତାଙ୍କୁ ଖୁସି କରି ମନ୍ତ୍ରୀ କିମ୍ବା କିଛି ବଡ଼...

Advertisement
Archives

Model This Week