ଗାଡ଼ି ସାଇଡ୍‌ ମାରି ଖଣ୍ଡାରେ ହାଣିଲେ

ଭୁବନେଶ୍ୱର (ବ୍ୟୁରୋ)/ଯଁାଳା,୫।୧୨(ଡି.ଏନ୍‌.ଏ.) :ଛାତ୍ର ନେତାଙ୍କ ଗୁଣ୍ଡାରାଜ୍‌। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କ ଭାଇଙ୍କୁ ହତ୍ୟା ଯୋଜନା କରିଥିଲେ। ଗାଡି ସାଇଡ୍‌ ମାରିବା ପରେ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ହେଲେ ସୌଭାଗ୍ୟ ବଶତଃ ଖଣ୍ଡ ଚୋଟ ତାଙ୍କ କାନମୁଣ୍ଡା ଓ ଶରୀରର ଅନ୍ୟ ସ୍ଥାନରେ ଲାଗିଥିଲା। ଦିନଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ଘଟିଥିଲା ଏପରି ଆତଙ୍କରାଜ। ଖୋର୍ଦ୍ଧା ଜିଲା ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ମଦନପୁର ଅଞ୍ଚଳରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହୋଇଛି। ଆକ୍ରମଣର ଶିକାର ଯୁବକ ହେଲେ ରିଫନ ବଳିୟାରସିଂହ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଛନ୍ତି। ତେବେ ଅଭିଯୋଗ ପରେ ପୋଲିସ ଆକ୍ରମଣକାରୀ ଯୁବକ ମଦନପୁର ତଳସାହିର ଜ୍ଞାନ ରଞ୍ଜନ ମାନ୍‌ସିଂ ଓରଫ ପୁତୁଲ (୨୯)ଙ୍କୁ ଗିରଫ କରିଛି। ତାଙ୍କଠାରୁ ଗୋଟିଏ ଖଣ୍ଡା ଜବତ କରାଯାଇଛି। ପୁତୁଲ ଏକ ରାଜନୈତିକ ଦଳର ଜଣେ ଛାତ୍ର ନେତା ବୋଲି ଜଣାପଡିଛି। ଗତ କିଛିଦିନ ତଳେ ଅଭିଯୁକ୍ତ ପୁତୁଲୁ ନିଜ ଜନ୍ମଦିନ ପାଳନବେଳେ ଖଣ୍ଡାରେ କେକ୍‌ କାଟିବା ଦୃଶ୍ୟ ଭାଇରାଲ ହୋଇଥିଲା।
ସୂଚନା ଅନୁସାରେ, ରିଫନଙ୍କ ଭଉଣୀକୁ ଅଭିଯୁକ୍ତ ପୁତୁଲ ଏକତରଫା ପ୍ରେମ କରୁଥିଲେ। ତାଙ୍କୁ ପ୍ରାୟ ସମୟରେ ପିଛା କରି ହଇରାଣ କରୁଥିଲେ। ଏନେଇ ଗତ ଦୁଇମାସ ତଳେ ଇନ୍‌ଫୋଭ୍ୟାଲି ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ପୋଲିସ ପୁତୁଲକୁ ଥାନାକୁ ଆଣି ଚେତାବନୀ ଦେଇ ଛାଡ଼ିଦେଇଥିଲା। ଫଳରେ ସେ ରିଫନଙ୍କ ଉପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ। ଏପରିକି ମଝିରେ ମଝିରେ ରିଫନକୁ କମେଣ୍ଟ ମାରିବା ସହ ଗଣ୍ଡଗୋଳ ବାଟ ଖୋଜୁଥିଲେ। ରବିବାର ସକାଳେ ରିଫନ ମଦନପୁରରୁ ଗୋହିରା ଛକକୁ ବାଇକ୍‌ରେ ଆସୁଥିଲେ। ଏହି ସମୟରେ ପୁତୁଲ କାର୍‌ରେ ମଦନପୁରକୁ ଫେରୁଥିଲେ। ସ୍ଥାନୀୟ ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟ ନିକଟରେ ରିଫନଙ୍କୁ ଦେଖି ପୁତୁଲ ସାଇଡ୍‌ ମାରିଥିଲେ। ସେ ବାଇକ୍‌ ସହ ତଳେ ପଡିଯାଇଥିଲେ। ଏହାପରେ ସାଇଡ୍‌ମରାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପୁତୁଲ ଉତ୍‌କ୍ଷିପ୍ତ ହୋଇ ତାଙ୍କ କାର୍‌ରେ ରଖିଥିବା ଖଣ୍ଡା ଆଣି ରିଫନଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଚୋଟ ମାରିଥିଲେ। ହେଲେ ରିଫନ ହାତ ଦେଖାଇବା ସହ ମୁଣ୍ଡକୁ ସାଇଡ୍‌ କରିଦେବାରୁ ଖଣ୍ଡାଟି ତାଙ୍କ କାନ ଓ କାନମୁଣ୍ଡାରେ ବାଜିଥିଲା। ରିଫନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ପୁତୁଲୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ରିଫନଙ୍କୁ ମେଡିକାଲ ପଠାଇବା ସହ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପୁତୁଲୁଙ୍କୁ ବହୁ ଖୋଜା ଖୋଜା ପରେ ଭୁବନେଶ୍ୱରରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri