ଥାନାରେ ଫିନାଇଲ୍‌ ପିଇଦେଲେ

ଭଦ୍ରକ,୧୯।୧(ସନାତନ ରାଉତ): ବିବାହ ପରେ ସ୍ବାମୀଙ୍କ ପ୍ରତାରଣାର ଶିକାର ହେଲେ। ବ୍ୟବସାୟ କରିବାର ଆଳ ଦେଖାଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ସ୍ବାମୀ ଫେରାର ହୋଇଗଲେ। ଏନେଇ ଗୁଜରାଟରୁ ଭଦ୍ରକ ଆସି ବାରମ୍ବାର ବନ୍ତ ଥାନାରେ ଅଭିଯୋଗ କଲେ। ଏପରି କି ଭଦ୍ରକ ଏସ୍‌ପିଙ୍କ କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦେଖାକରି ନ୍ୟାୟ ଭିକ୍ଷା କଲେ। ହେଲେ କେଉଁଠାରୁ ନ୍ୟାୟ ପାଇଲେ ନାହିଁ। ମହିଳା ଜଣକ ଶନିବାର ଅପରାହ୍ନରେ ବନ୍ତ ଥାନାରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣକ ହେଲେ ଗୁଜରାଟ ଅହମଦାବାଦର ହୀରାଲ ହସମୁଖ୍‌ଲାଲ ମୋଦି। ପୋଲିସ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।
ହୀରାଲ ଦର୍ଶାଇଛନ୍ତି ଯେ, ବନ୍ତ ଥାନା ଅଧୀନ ନରସିଂହପୁର ଗ୍ରାମର ମନୋଜ ନାୟକ ଅହମଦାବାଦରେ ରହିବା ବେଳେ ତାଙ୍କ ସମ୍ପର୍କରେ ଆସିଥିଲେ। ମନୋଜଙ୍କ ଗାଁରେ ଆଳୁ, ପିଆଜର ବଡ଼ ବ୍ୟବସାୟ ଚାଲିଥିବା ବେଳେ ୩୫ ଏକର ଜମି, ଦାମୀ କାର୍‌ ଥିବା ପ୍ରଲୋଭନ ଦେଖାଇ ତାଙ୍କୁ ପ୍ରେମଜାଲରେ ଫସାଇ ୨୦୧୯ ଡିସେମ୍ବର ୯ରେ ବିବାହ କରିଥିଲେ। ପରେ ବ୍ୟବସାୟ କରିବା ପାଇଁ ଅଧିକ ଟଙ୍କା ଆବଶ୍ୟକ ଦର୍ଶାଇ ତାଙ୍କ ପରିବାରଠାରୁ ବିିଭିନ୍ନ କିସ୍ତିରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇଥିଲେ। ବିବାହର ବର୍ଷେ ପରେ ମନୋଜ ତାଙ୍କୁ ଗଁାକୁ ଆଣିଥିବା ବେଳେ ସେ ସବୁ ସତ ଜାଣିପାରିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ସ୍ବାମୀ ପ୍ରତାରଣା କରିବାରୁ ସେ ଅହମଦାବାଦରୁ ଆସି ୨୦୨୪ ନଭେମ୍ବର ୯ରେ ବନ୍ତ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନାରେ ମାମଲା (ନଂ.୧୭୬/୨୪) ରୁଜୁ ହୋଇଥିଲା। ମନୋଜ ଫେରାର ଥିବାବେଳେ ପୋଲିସ ତାଙ୍କୁ ଗିରଫ କରୁ ନ ଥିବାରୁ ହୀରାଲ ନ୍ୟାୟ ପାଇଁ ବାରମ୍ବାର ଅହମଦାବାଦରୁ ଭଦ୍ରକକୁ ଆସି ବନ୍ତ ଥାନା ଓ ଏସ୍‌ପିଙ୍କୁ ଦେଖା କରି ମଧ୍ୟ ନିରାଶ ହୋଇଛନ୍ତି। ୩ ବର୍ଷର ପୁଅ ଓ ଭାଇଙ୍କୁ ସାଙ୍ଗରେ ଧରି ସେ ବାରମ୍ବାର ନ୍ୟାୟ ପାଇଁ ଦୌଡ଼ୁଥିବା ବେଳେ ଶନିବାର ଏଥିରେ ମର୍ମାହତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ଥାନା ଭିତରେ ଫିନାଇଲ ପିଇବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଅଳ୍ପ କିଛି ଫିନାଇଲ ମହିଳାଙ୍କ ପାଟିରେ ପଡ଼ିଥିବା ପୋଲିସ କହିଛି।

Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଫ୍ରିଜ୍‌ କମ୍ପ୍ରେସର ଫାଟି ଘରେ ଅଗ୍ନିକାଣ୍ଡ

ରାଉରକେଲା,୨୦।୩(ସଙ୍ଗୀତା ଜେନା): ରାଉରକେଲା ମଧୁସୂଦନପାଲୀରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଫ୍ରିଜ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର...

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର...

ସମବାୟ ସମିତି ବୋର୍ଡ ସଦସ୍ୟଙ୍କ ଆମରଣ ଅନଶନ: ଦାବି ଶୁଣୁନି ପ୍ରଶାସନ

ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବୃହଦଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟ ମାନେ ବିଭିନ୍ନ ଦାବି ନେଇ ସମିତି...

ନାବାଳକ ଛାତ୍ର ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ମୋବାଇଲ ପାଇଁ…

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ପଣ୍ଡରିତରାଇ ଜଙ୍ଗଲ ଭିତରୁ ଗତ ସୋମବାର ନାବାଳକ ଛାତ୍ର ସମୀର ପ୍ରଧାନ(୧୪) ମୃତଦେହ ଉଦ୍ଧାର...

ଲୋକଙ୍କ ସ୍ବାର୍ଥରେ ବିଧାନସଭାରେ ୨ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ପାରଳାଖେମୁଣ୍ଡି ବିଧାୟକ

ଗଜପତି,୨୦।୩ (ଗିରିଧାରୀ ପରିଛା):ବିଧାନସଭା ବର୍ତ୍ତମାନ ଚାଲିଥିବା ବେଳେ ପ୍ରଶ୍ନ ଉତ୍ତର କାଳରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଲୋକଙ୍କ ସ୍ବାର୍ଥରେ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri