ଥାନାରେ ଫିନାଇଲ୍‌ ପିଇଦେଲେ

ଭଦ୍ରକ,୧୯।୧(ସନାତନ ରାଉତ): ବିବାହ ପରେ ସ୍ବାମୀଙ୍କ ପ୍ରତାରଣାର ଶିକାର ହେଲେ। ବ୍ୟବସାୟ କରିବାର ଆଳ ଦେଖାଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ସ୍ବାମୀ ଫେରାର ହୋଇଗଲେ। ଏନେଇ ଗୁଜରାଟରୁ ଭଦ୍ରକ ଆସି ବାରମ୍ବାର ବନ୍ତ ଥାନାରେ ଅଭିଯୋଗ କଲେ। ଏପରି କି ଭଦ୍ରକ ଏସ୍‌ପିଙ୍କ କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦେଖାକରି ନ୍ୟାୟ ଭିକ୍ଷା କଲେ। ହେଲେ କେଉଁଠାରୁ ନ୍ୟାୟ ପାଇଲେ ନାହିଁ। ମହିଳା ଜଣକ ଶନିବାର ଅପରାହ୍ନରେ ବନ୍ତ ଥାନାରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣକ ହେଲେ ଗୁଜରାଟ ଅହମଦାବାଦର ହୀରାଲ ହସମୁଖ୍‌ଲାଲ ମୋଦି। ପୋଲିସ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।
ହୀରାଲ ଦର୍ଶାଇଛନ୍ତି ଯେ, ବନ୍ତ ଥାନା ଅଧୀନ ନରସିଂହପୁର ଗ୍ରାମର ମନୋଜ ନାୟକ ଅହମଦାବାଦରେ ରହିବା ବେଳେ ତାଙ୍କ ସମ୍ପର୍କରେ ଆସିଥିଲେ। ମନୋଜଙ୍କ ଗାଁରେ ଆଳୁ, ପିଆଜର ବଡ଼ ବ୍ୟବସାୟ ଚାଲିଥିବା ବେଳେ ୩୫ ଏକର ଜମି, ଦାମୀ କାର୍‌ ଥିବା ପ୍ରଲୋଭନ ଦେଖାଇ ତାଙ୍କୁ ପ୍ରେମଜାଲରେ ଫସାଇ ୨୦୧୯ ଡିସେମ୍ବର ୯ରେ ବିବାହ କରିଥିଲେ। ପରେ ବ୍ୟବସାୟ କରିବା ପାଇଁ ଅଧିକ ଟଙ୍କା ଆବଶ୍ୟକ ଦର୍ଶାଇ ତାଙ୍କ ପରିବାରଠାରୁ ବିିଭିନ୍ନ କିସ୍ତିରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇଥିଲେ। ବିବାହର ବର୍ଷେ ପରେ ମନୋଜ ତାଙ୍କୁ ଗଁାକୁ ଆଣିଥିବା ବେଳେ ସେ ସବୁ ସତ ଜାଣିପାରିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ସ୍ବାମୀ ପ୍ରତାରଣା କରିବାରୁ ସେ ଅହମଦାବାଦରୁ ଆସି ୨୦୨୪ ନଭେମ୍ବର ୯ରେ ବନ୍ତ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନାରେ ମାମଲା (ନଂ.୧୭୬/୨୪) ରୁଜୁ ହୋଇଥିଲା। ମନୋଜ ଫେରାର ଥିବାବେଳେ ପୋଲିସ ତାଙ୍କୁ ଗିରଫ କରୁ ନ ଥିବାରୁ ହୀରାଲ ନ୍ୟାୟ ପାଇଁ ବାରମ୍ବାର ଅହମଦାବାଦରୁ ଭଦ୍ରକକୁ ଆସି ବନ୍ତ ଥାନା ଓ ଏସ୍‌ପିଙ୍କୁ ଦେଖା କରି ମଧ୍ୟ ନିରାଶ ହୋଇଛନ୍ତି। ୩ ବର୍ଷର ପୁଅ ଓ ଭାଇଙ୍କୁ ସାଙ୍ଗରେ ଧରି ସେ ବାରମ୍ବାର ନ୍ୟାୟ ପାଇଁ ଦୌଡ଼ୁଥିବା ବେଳେ ଶନିବାର ଏଥିରେ ମର୍ମାହତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ଥାନା ଭିତରେ ଫିନାଇଲ ପିଇବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଅଳ୍ପ କିଛି ଫିନାଇଲ ମହିଳାଙ୍କ ପାଟିରେ ପଡ଼ିଥିବା ପୋଲିସ କହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri