ଯାତ୍ରାର ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ:ଜୁନେଜା

ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଆମକୁ ଆଗ ଆମର ଯାତ୍ରାର ଲକ୍ଷ୍ୟ ପଥ ସ୍ଥିର କରିବାକୁ ହେବ। ଯାତ୍ରାର ଲକ୍ଷ୍ୟ ଅନୁଯାୟୀ ଆମକୁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଶିଳ୍ପପତି ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ଡା. ସଞ୍ଜୀବ ଜୁନେଜା ନାଇପର ମୋହାଲି ଫାର୍ମାସ୍ୟୁଟିକାଲ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ଆୟୋଜିତ ‘ସମପ୍ରଭ ୟୁନିୟନ ଅଫ୍‌ ମ୍ୟାଗ୍‌ନେଟ୍ସ’ କନ୍‌କ୍ଲେଭର ୩ୟ ସଂସ୍କରଣରେ ସମ୍ମାନିତ ଅତିଥି ଓ ବକ୍ତାଭାବେ ଯୋଗଦେଇ ଏଭଳି କିଛି ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ,ପଞ୍ଜାବର ଅଗ୍ରଣୀ ଶିକ୍ଷାନୁଷ୍ଠାନ ତଥା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ ଏଡୁକେଶନ ଆଣ୍ଡ ରିସର୍ଚ୍ଚ ଏସ୍‌ଏଏସ୍‌ ନଗର (ମୋହାଲି) ବା ନାଇପର ମୋହାଲିର ଫାର୍ମାସ୍ୟୁଟିକାଲ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ଆୟୋଜିତ ‘ସମପ୍ରଭ ୟୁନିୟନ ଅଫ୍‌ ମ୍ୟାଗ୍‌ନେଟ୍ସ’ର ୩ୟ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ତିରୁପତି ଗ୍ରୁପ୍‌ର ପ୍ରତିଷ୍ଠାତା,ନିର୍ଦ୍ଦେଶକ ତଥା ସିଇଓ ଅଶୋକ ଗୋଏଲ, ନାଇପର ମୋହାଲିର ବୋର୍ଡ ଅଫ୍‌ ଗଭନର୍ସର ଚେୟାରମ୍ୟାନ ଡା. ଗିରୀଶ ସୈନୀ ଏବଂ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ଡା. ସଞ୍ଜୀବ ଜୁନେଜା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଜୁନେଜା ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ବର୍ତ୍ତମାନର ପ୍ରତିଯୋଗିତାମୂଳକ ବ୍ୟବସ୍ଥା ମଧ୍ୟରେ ଆମକୁ ଆମର ଯାତ୍ରାପଥ ଓ ଲକ୍ଷ୍ୟସ୍ଥଳ ସ୍ଥିର କରିବାକୁ ପଡ଼ିବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦିଭିସା ହର୍ବାଲ୍ସର ଅନେକ ବ୍ରାଣ୍ଡ୍‌ ଯଥା କେଶ କିଙ୍ଗ୍‌, ଡଃ ଆର୍ଥୋ, ପେଟ୍‌ ସଫା, ରୂପମନ୍ତ୍ରା, ସଚ୍ଚି ସହେଲୀ ଏବଂ ଆଇମନ୍ତ୍ରା ଭଳି ଅନେକ ଲୋକପ୍ରିୟ ଔଷଧୀୟ ଉତ୍ପାଦ ଏକ ବ୍ରାଣ୍ଡ୍‌ରେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ପହଞ୍ଚିଲା ଗ୍ୟାସ୍‌ ସିଲିଣ୍ଡର ଗାଡ଼ି: ସବୁ ଉପଭୋକ୍ତାଙ୍କୁ ମିଳିଲାନି

ମହାକାଳପଡ଼ା, ୧୫ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉପସାଗରୀୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହର୍ମୁଜ୍‌ ପ୍ରଣାଳୀ ଜଳପଥ ଦେଇ ଭାରତକୁ ପ୍ରାକୃତିକ ତୈଳ ଓ ଜାଳେଣି ଗ୍ୟାସ୍‌ ଆମଦାନୀରେ…

ଭୟଙ୍କର ଯୁଦ୍ଧ: ସ୍କୁଲ ଛୁଟି ଘୋଷଣା , ଓ଼୍ବାର୍କ ଫର୍ମ ହୋମ୍‌ ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ!

ନୂଆଦିଲ୍ଲୀ,୧୫।୩: ଇରାନ ସହିତ ଜଡିତ ସଂଘର୍ଷ ଏସୀୟ ରାଷ୍ଟ୍ରଗୁଡ଼ିକର କାର୍ଯ୍ୟ ଉପରେ ବ୍ୟାପକ ପ୍ରଭାବ ପକାଇଛି। ଅଧିକାଂଶ ଦେଶରେ, ତୈଳ ଯୋଗାଣ ବନ୍ଦ ହୋଇଯାଇଛି କିମ୍ୱା ବହୁଳ…

ପୁଣି ଯଜ୍ଞନାରାୟଣଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା: ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଭାବେ ନିଯୁକ୍ତି

ପୁରୁଷୋତ୍ତମପୁର,୧୫।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଭାଜପାର ବରିଷ୍ଠ ନେତା ଯଜ୍ଞନାରାୟଣ ଦାଶଙ୍କ ଉପରେ ଆସ୍ଥାପ୍ରକଟ କଲା ଭାଜପା। ଭାଜପା ପୁଣି ଗୁରୁଦାଇୟିତ୍ୱ ଦେଇ ସାନଖେମୁଣ୍ଡି…

ଇଚ୍ଛାମୃତ୍ୟୁ ପାଇଁ ଅନୁମତି: ଔଷଧି ଧରି ଆସିଲେ ବାବା, ଦାବି କଲେ ହରିଶଙ୍କୁ ସୁସ୍ଥ କରିବେ, ଛଅ ଘଣ୍ଟା ଧରି ଫାଟକରେ ଅପେକ୍ଷା କଲେ

ଗାଜିଆବାଦ,୧୪।୩: ରାଜସ୍ଥାନର ଭିଲୱାଡ଼ାର ବାସିନ୍ଦା ସ୍ବାମୀ ଅଖଣ୍ଡାନନ୍ଦ ଶୁକ୍ରବାର ହରିଶ ରାଣାଙ୍କୁ ଭେଟିବା ପାଇଁ ରାଜ ଏମ୍ପାୟାର ସୋସାଇଟିରେ ପହଞ୍ଚିଥିଲେ। ସେ ଦାବି କରିଥିଲେ ଯେ ସେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ: ସେନା ପଠାଇବ ଚାଇନା, ଥରିଲାଣି ଆମେରିକା!

ନୂଆଦିଲ୍ଲୀ,୧୫।୩: ଆମେରିକା ବର୍ତ୍ତମାନ ଇରାନ ସହିତ ଯୁଦ୍ଧକୁ ଜୋରଦାର କରିଛି। ଏହି ସଂଘର୍ଷ 15 ଦିନ ଧରି ଚାଲିଛି। ଆମେରିକା ଦ୍ରୁତ ଗତିରେ ପଶ୍ଚିମ ଏସିଆ ଆଡକୁ…

ପାକିସ୍ତାନ-ବାଂଲାଦେଶକୁ ଟାର୍ଗେଟ କରିଥିଲେ ଜୟ ଶାହା? କହିଛନ୍ତି: ‘କୌଣସି ଦଳ ଅନୁଷ୍ଠାନଠାରୁ ବଡ଼ ନୁହେଁ…’

ନୂଆଦିଲ୍ଲୀ,୧୪।୩: ICC ସଭାପତି ଜୟ ଶାହା ସ୍ପଷ୍ଟ ଭାବରେ ନାମ ନ ନେଇ ପାକିସ୍ତାନ ଏବଂ ବାଂଲାଦେଶ ଉପରେ କଟାକ୍ଷ କରି କହିଛନ୍ତି ଯେ କୌଣସି ଗୋଟିଏ…

ଏହି ପନିପରିବା, ଫଳକୁ ଏକାଠି ରଖୁଛନ୍ତି କି? ଜାଣି ରଖନ୍ତୁ ଏହା ଦ୍ୱାରା କ’ଣ ଘଟେ…

ଲୋକମାନେ ପ୍ରାୟତଃ ବଜାରରୁ ବହୁ ପରିମାଣର ଫଳ ଏବଂ ପନିପରିବା କିଣି କିଛି ଦିନ ପାଇଁ ଫ୍ରିଜରେ ରଖନ୍ତି। କିଛି ଦିନ ମଧ୍ୟରେ ସେଗୁଡ଼ିକ ନଷ୍ଟ ହୋଇଯାଏ।…

ବରଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ଜିଲା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri