ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସ୍ମାର୍ଟ ଲବି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପରିସରରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସ୍ମାର୍ଟ ଲବି ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଡଭୋକେଟ ଜେନେରାଲ ଅଶୋକ ପରିଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଚ୍‌ଡିଏଫ୍‌ସିର ଭାଇସ ପ୍ରେସିଡେଣ୍ଟ ଅମରେଶ ବିଶ୍ୱାଳଙ୍କ ସମେତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍‌ସେଲର ପ୍ରଫେସର ଡ. ବି.ଆର୍‌. ଶର୍ମା, ଶାଖା ମୁଖ୍ୟ ସୌମବ୍ରତ ଦାସ, ଆର୍‌.ଏମ୍‌. ପ୍ରତୀଶ ବୋଷ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ଏହା ଜରିଆରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀଛାତ୍ରଙ୍କ ସମେତ ମୁଣ୍ଡଳୀ ଅଞ୍ଚଳର ସମସ୍ତ ଗ୍ରାହକ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ୍‌ ସେବା ଓ ସୁବିଧା ସହଜରେ ପାଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।