ଏଚ୍‌ସିଆଇଏଲ୍‌ର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୪।୩: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ହୋଣ୍ଡାର ନୂତନ ଏସ୍‌ୟୁଭି ଏଲିଭେଟ୍‌କୁ ଜାପାନ ବଜାରରେ ‘ଡବ୍ଲ୍ୟୁଆର୍‌-ଭି’ବ୍ରାଣ୍ଡ୍‌ରେ ଉନ୍ମୋଚନ ସହ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି କମ୍ପାନୀ ତା’ର ମେଡ୍‌-ଇନ୍‌-ଇଣ୍ଡିଆ ହୋଣ୍ଡା ଏଲିଭେଟ୍‌କୁ ଜାପାନ ବଜାରରେ ଡବ୍ଲ୍ୟୁଆର୍‌-ଭି ମଡେଲ ନାମରେ ଅନାବରଣ କରିଛି। ସେହିଭଳି ଏଚ୍‌ସିଆଇଏଲ୍‌ର ବ୍ୟବସାୟ ମଧ୍ୟରେ ପ୍ରଥମ ଥର ପାଇଁ ଭାରତରୁ ଜାପାନକୁ ଏକ ମଡେଲ ରପ୍ତାନି କରାଯାଉଛି। ଏହା କେବଳ ଭାରତର ଅଟୋମୋବାଇଲ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଉନ୍ନତିମୂଳକ ଘଟଣା ନୁହେଁ ବରଂ ଦେଶର ବଢୁଥିବା ଉତ୍ପାଦନ ଦକ୍ଷତା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ଉପରେ ମଧ୍ୟ ଏହା ବିଶେଷ ଆଲୋକପାତ କରୁଛି।
ଭାରତରୁ ଜାପାନକୁ ଏଲିଭେଟ୍‌ ରପ୍ତାନି କରିବାର ହୋଣ୍ଡାର ନିଷ୍ପତ୍ତି ବିଶ୍ୱବ୍ୟାପୀ ବ୍ରାଣ୍ଡ୍‌ର ଗ୍ରାହକମାନଙ୍କୁ ଭାରତ ନିର୍ମିତ ଉନ୍ନତ ମାନର ଉତ୍ପାଦ ପ୍ରଦାନ କରିବାକୁ କମ୍ପାନୀର ଆତ୍ମବିଶ୍ୱାସକୁ ଦର୍ଶାଉଛି।
ଏ ସମ୍ପର୍କରେ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ର ପ୍ରେସିଡେଣ୍ଟ ଆଣ୍ଡ ସିଇଓ ତାକୁୟା ସୁମୁରା କହିଛନ୍ତି, ଜାପାନରେ ଡବ୍ଲ୍ୟୁଆର୍‌-ଭି ଭାବେ ‘ମେଡ୍‌ ଇନ୍‌ ଇଣ୍ଡିଆ’ଏଲିଭେଟ୍‌ର ଶୁଭାରମ୍ଭ ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ ହୋଇଥିବାବେଳେ ଏହା ହୋଣ୍ଡାର ବିଶ୍ୱ ବ୍ୟବସାୟିକ ରଣନୀତିରେ ଏକ ନୂଆ ଅଧ୍ୟାୟ ଓ ହୋଣ୍ଡା କାର୍‌ସ ଇଣ୍ଡିଆର ଉତ୍ପାଦନ କ୍ଷମତା ଏବଂ ବଢୁଥିବା ଗୁରୁତ୍ୱକୁ ମଧ୍ୟ ଦୋହରାଇଛି।
ଅଲ୍‌ ନ୍ୟୁ ହୋଣ୍ଡା ଏଲିଭେଟ୍‌ ଆମର ବ୍ୟବସାୟର ମୁଖ୍ୟ ସ୍ତମ୍ଭ ପାଲଟିଥିବାବେଳେ ଭାରତୀୟ ବଜାରରେ ମଧ୍ୟ ଏହି ମଡେଲ ବହୁତ ପ୍ରଶଂସିତ ହୋଇଛି। ଆମର ବିଶ୍ୱାସ ଯେ ଆମେ ଏହି ସଫଳତାର ପୁନରାବୃତ୍ତି କରିବାରେ ସକ୍ଷମ ହୋଇପାରିବୁ ଏବଂ ଉତ୍ତମ ଗୁଣବତ୍ତା ଏବଂ କାରିଗରି ଦ୍ୱାରା ଆମର ବିଶ୍ୱସ୍ତରୀୟ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିପାରିବୁ।
ଗତ ବର୍ଷ ସେପ୍ଟେମ୍ବରରେ ଏଲିଭେଟ୍‌ ବିଶ୍ୱସ୍ତରରେ ପଦାର୍ପଣ କରିଥିଲା ଏବଂ ପ୍ରଥମ ବଜାର ଭାବେ ଏହି ମଡେଲକୁ ଭାରତରେ ଶୁଭାରମ୍ଭ କରାଯାଇଥିଲା ଏବଂ ଗତ ୬ମାସ ମଧ୍ୟରେ ଏହାର ୩୦,୦୦୦ୟୁନିଟ୍‌ ବିକ୍ରି ହୋଇଛି।
୨୦୨୩ ଡିସେମ୍ବରରେ ଏହି ମଡେଲକୁ ଜାପାନ ବଜାରରେ ହୋଣ୍ଡା ଡବ୍ଲ୍ୟୁଆର୍‌-ଭି ନାମରେ ଅନାବରଣ କରାଯାଇଥିଲା ଏବଂ ଏହାର ବୋଲ୍ଡ ଏସ୍‌ୟୁଭି ଡିଜାଇନକୁ ପସନ୍ଦ କରୁଥିବା ଗ୍ରାହକଙ୍କଠାରୁ ଆକର୍ଷଣୀୟ ପ୍ରତିକ୍ରିୟା ମଧ୍ୟ ମିଳିଥିଲା। ଏଥିରେ ଦୃଢ଼ ସଡ଼କ ଉପସ୍ଥିତି, ଉକତ୍ୃଷ୍ଟ ସ୍ଥାନ ଏବଂ ଆରାମ, ଉନ୍ନତ ନିରାପତ୍ତା ସୁବିଧା ଏବଂ ଭଲ ଭାବେ ନିଯୁକ୍ତ ବୈଶିଷ୍ଟ୍ୟ ରହିଛି। ଏଚ୍‌ସିଆଇଏଲ୍‌ ତୁର୍କୀ, ମେକ୍ସିକୋ ଏବଂ ମଧ୍ୟପ୍ରାଚ୍ୟର ବାମ ହାତ ଡ୍ରାଇଭ୍‌ ବଜାର ଏବଂ ନେପାଳ, ଭୁଟାନ, ଦକ୍ଷିଣ ଆଫ୍ରିକା ଏବଂ ଏସ୍‌ଏଡିସି ଦେଶଗୁଡ଼ିକର ଡାହାଣ ହାତ ଡ୍ରାଇଭ୍‌ ବଜାରକୁ ମଡେଲ ରପ୍ତାନି କରୁଛି। ଜାପାନକୁ ହୋଣ୍ଡା ଏଲିଭେଟ୍‌ ରପ୍ତାନି ଭାରତରୁ ରପ୍ତାନି ବ୍ୟବସାୟରେ ନୂତନ ସଂଯୋଗ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri