ଏଚ୍‌ସିଆଇଏଲ୍‌ର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୪।୩: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ହୋଣ୍ଡାର ନୂତନ ଏସ୍‌ୟୁଭି ଏଲିଭେଟ୍‌କୁ ଜାପାନ ବଜାରରେ ‘ଡବ୍ଲ୍ୟୁଆର୍‌-ଭି’ବ୍ରାଣ୍ଡ୍‌ରେ ଉନ୍ମୋଚନ ସହ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି କମ୍ପାନୀ ତା’ର ମେଡ୍‌-ଇନ୍‌-ଇଣ୍ଡିଆ ହୋଣ୍ଡା ଏଲିଭେଟ୍‌କୁ ଜାପାନ ବଜାରରେ ଡବ୍ଲ୍ୟୁଆର୍‌-ଭି ମଡେଲ ନାମରେ ଅନାବରଣ କରିଛି। ସେହିଭଳି ଏଚ୍‌ସିଆଇଏଲ୍‌ର ବ୍ୟବସାୟ ମଧ୍ୟରେ ପ୍ରଥମ ଥର ପାଇଁ ଭାରତରୁ ଜାପାନକୁ ଏକ ମଡେଲ ରପ୍ତାନି କରାଯାଉଛି। ଏହା କେବଳ ଭାରତର ଅଟୋମୋବାଇଲ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଉନ୍ନତିମୂଳକ ଘଟଣା ନୁହେଁ ବରଂ ଦେଶର ବଢୁଥିବା ଉତ୍ପାଦନ ଦକ୍ଷତା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ଉପରେ ମଧ୍ୟ ଏହା ବିଶେଷ ଆଲୋକପାତ କରୁଛି।
ଭାରତରୁ ଜାପାନକୁ ଏଲିଭେଟ୍‌ ରପ୍ତାନି କରିବାର ହୋଣ୍ଡାର ନିଷ୍ପତ୍ତି ବିଶ୍ୱବ୍ୟାପୀ ବ୍ରାଣ୍ଡ୍‌ର ଗ୍ରାହକମାନଙ୍କୁ ଭାରତ ନିର୍ମିତ ଉନ୍ନତ ମାନର ଉତ୍ପାଦ ପ୍ରଦାନ କରିବାକୁ କମ୍ପାନୀର ଆତ୍ମବିଶ୍ୱାସକୁ ଦର୍ଶାଉଛି।
ଏ ସମ୍ପର୍କରେ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ର ପ୍ରେସିଡେଣ୍ଟ ଆଣ୍ଡ ସିଇଓ ତାକୁୟା ସୁମୁରା କହିଛନ୍ତି, ଜାପାନରେ ଡବ୍ଲ୍ୟୁଆର୍‌-ଭି ଭାବେ ‘ମେଡ୍‌ ଇନ୍‌ ଇଣ୍ଡିଆ’ଏଲିଭେଟ୍‌ର ଶୁଭାରମ୍ଭ ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ ହୋଇଥିବାବେଳେ ଏହା ହୋଣ୍ଡାର ବିଶ୍ୱ ବ୍ୟବସାୟିକ ରଣନୀତିରେ ଏକ ନୂଆ ଅଧ୍ୟାୟ ଓ ହୋଣ୍ଡା କାର୍‌ସ ଇଣ୍ଡିଆର ଉତ୍ପାଦନ କ୍ଷମତା ଏବଂ ବଢୁଥିବା ଗୁରୁତ୍ୱକୁ ମଧ୍ୟ ଦୋହରାଇଛି।
ଅଲ୍‌ ନ୍ୟୁ ହୋଣ୍ଡା ଏଲିଭେଟ୍‌ ଆମର ବ୍ୟବସାୟର ମୁଖ୍ୟ ସ୍ତମ୍ଭ ପାଲଟିଥିବାବେଳେ ଭାରତୀୟ ବଜାରରେ ମଧ୍ୟ ଏହି ମଡେଲ ବହୁତ ପ୍ରଶଂସିତ ହୋଇଛି। ଆମର ବିଶ୍ୱାସ ଯେ ଆମେ ଏହି ସଫଳତାର ପୁନରାବୃତ୍ତି କରିବାରେ ସକ୍ଷମ ହୋଇପାରିବୁ ଏବଂ ଉତ୍ତମ ଗୁଣବତ୍ତା ଏବଂ କାରିଗରି ଦ୍ୱାରା ଆମର ବିଶ୍ୱସ୍ତରୀୟ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିପାରିବୁ।
ଗତ ବର୍ଷ ସେପ୍ଟେମ୍ବରରେ ଏଲିଭେଟ୍‌ ବିଶ୍ୱସ୍ତରରେ ପଦାର୍ପଣ କରିଥିଲା ଏବଂ ପ୍ରଥମ ବଜାର ଭାବେ ଏହି ମଡେଲକୁ ଭାରତରେ ଶୁଭାରମ୍ଭ କରାଯାଇଥିଲା ଏବଂ ଗତ ୬ମାସ ମଧ୍ୟରେ ଏହାର ୩୦,୦୦୦ୟୁନିଟ୍‌ ବିକ୍ରି ହୋଇଛି।
୨୦୨୩ ଡିସେମ୍ବରରେ ଏହି ମଡେଲକୁ ଜାପାନ ବଜାରରେ ହୋଣ୍ଡା ଡବ୍ଲ୍ୟୁଆର୍‌-ଭି ନାମରେ ଅନାବରଣ କରାଯାଇଥିଲା ଏବଂ ଏହାର ବୋଲ୍ଡ ଏସ୍‌ୟୁଭି ଡିଜାଇନକୁ ପସନ୍ଦ କରୁଥିବା ଗ୍ରାହକଙ୍କଠାରୁ ଆକର୍ଷଣୀୟ ପ୍ରତିକ୍ରିୟା ମଧ୍ୟ ମିଳିଥିଲା। ଏଥିରେ ଦୃଢ଼ ସଡ଼କ ଉପସ୍ଥିତି, ଉକତ୍ୃଷ୍ଟ ସ୍ଥାନ ଏବଂ ଆରାମ, ଉନ୍ନତ ନିରାପତ୍ତା ସୁବିଧା ଏବଂ ଭଲ ଭାବେ ନିଯୁକ୍ତ ବୈଶିଷ୍ଟ୍ୟ ରହିଛି। ଏଚ୍‌ସିଆଇଏଲ୍‌ ତୁର୍କୀ, ମେକ୍ସିକୋ ଏବଂ ମଧ୍ୟପ୍ରାଚ୍ୟର ବାମ ହାତ ଡ୍ରାଇଭ୍‌ ବଜାର ଏବଂ ନେପାଳ, ଭୁଟାନ, ଦକ୍ଷିଣ ଆଫ୍ରିକା ଏବଂ ଏସ୍‌ଏଡିସି ଦେଶଗୁଡ଼ିକର ଡାହାଣ ହାତ ଡ୍ରାଇଭ୍‌ ବଜାରକୁ ମଡେଲ ରପ୍ତାନି କରୁଛି। ଜାପାନକୁ ହୋଣ୍ଡା ଏଲିଭେଟ୍‌ ରପ୍ତାନି ଭାରତରୁ ରପ୍ତାନି ବ୍ୟବସାୟରେ ନୂତନ ସଂଯୋଗ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri