Posted inଜାତୀୟ

୬୦% ପିଲା ଡିଜିଟାଲ ଆସକ୍ତ

ନୂଆଦିଲ୍ଲୀ,୨୪।୩(ପି.ଟି.): ୫ରୁ ୧୬ ବର୍ଷ ବୟସର ୬୦ ପ୍ରତିଶତ ପିଲାଙ୍କଠାରେ ଡିଜିଟାଲ ଆସକ୍ତି ସେମାନଙ୍କ ବ୍ୟବହାରରୁ ସୂଚନା ମିଳିଥିବା ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଏଭଳି ନକାରାତ୍ମକ ପ୍ରଭାବରୁ ସେମାନଙ୍କୁ ମୁକୁଳାଇବାକୁ ହେଲେ ତୁରନ୍ତ ପ୍ରଭାବୀ ନୀତି ଆପଣାଇବା ଜରୁରୀ ବୋଲି ସର୍ଭେରେ କୁହାଯାଇଛି। ସ୍ମାର୍ଟ ପ୍ୟାରେଣ୍ଟସ୍‌ ସଲ୍ୟୁଶନ କମ୍ପାନୀ ବାଟୁ ଟେକ୍‌ ପକ୍ଷରୁ ୧,୦୦୦ ମାତାପିତାଙ୍କ ଉପରେ ଏହି ନମୁନା ସର୍ଭେ କରାଯାଇଥିଲା। ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ଏବଂ ସ୍ମାର୍ଟ ଫୋନ୍‌ ସ୍କ୍ରିନ୍‌କୁ ଚାହିଁ ରହିବା ଦ୍ୱାରା କମ୍‌ ନିଦ ହେବା, ଶାରୀରିକ କାର୍ଯ୍ୟ ହ୍ରାସ ପାଇବା, ସାମାଜିକ କାର୍ଯ୍ୟରୁ ଦୂରେଇ ରହିବା ଏବଂ ଶୈକ୍ଷିକ ପ୍ରଦର୍ଶନ କମିଯିବା ଆଦି ବିଭିନ୍ନ ବିପଦକୁ ପଦାକୁ ଆଣିବା ଏହି ସର୍ଭେର ଲକ୍ଷ୍ୟ। ଅନ୍‌ଲାଇନ କଣ୍ଟେଣ୍ଟ ବ୍ୟବହାରରୁ ପିଲାମାନଙ୍କୁ ଦୂରେଇ ରଖିବାରେ ୮୫ ପ୍ରତିଶତ ମାତାପିତା ଅସୁବିଧାର ସମ୍ମୁଖୀନ ହୋଇଥିବା ସର୍ଭେରେ କୁହାଯାଇଛି। ପିଲାମାନେ ଅଧିକାଂଶ ସମୟରେ ସ୍କ୍ରିନ୍‌ ସହ ଯୋଡ଼ିହୋଇ ରହୁଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ୭୦ରୁ ୮୦ ପ୍ରତିଶତ ପିଲା ଦୈନିକ ସ୍କ୍ରିନ୍‌ ବ୍ୟବହାର ପାଇଁ ଅନୁମୋଦନ ସମୟଠାରୁ ଅଧିକ ଏଥିରେ ଦେଉଥିବା ଜଣାପଡ଼ିଛି। ପିଲାମାନେ ମୁଖ୍ୟତଃ ଗେମିଂ ଏବଂ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବାରମ୍ବାର ବ୍ୟବହାର କରିବା ଚିନ୍ତାର ବିଷୟ। ବାରମ୍ବାର ସ୍କ୍ରିନ୍‌ ବ୍ୟବହାର ଯୋଗୁ ସେମାନେ ଅନୁପଯୁକ୍ତ କଣ୍ଟେଣ୍ଟର ସଂସ୍ପର୍ଶରେ ଆସିବା ସହ ଏହାକୁ କାର୍ଯ୍ୟକାରିତାରେ ନିଜକୁ ସାମିଲ କରିପାରନ୍ତି ବୋଲି ଆଶଙ୍କା କରାଯାଇଛି। ବର୍ତ୍ତମାନ ମାତ୍ର ୧୦ ପ୍ରତିଶତ ଅଭିଭାବକ ପ୍ୟାରେଣ୍ଟାଲ କଣ୍ଟ୍ରୋଲ ଫିଚରର ଉପଯୋଗ କରୁଛନ୍ତି। ପିଲାମାନଙ୍କ ସ୍କ୍ରିନ୍‌ ସମୟ କମାଇବା ପାଇଁ ଡିଜାଇନ୍‌ ହୋଇଥିବା ଏହି ଫିଚର ଭଲ ଫଳାଫଳ ଦେଉଥିବା ସର୍ଭେ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri