Posted inଜାତୀୟ

ଆପଣଙ୍କ ଗାଡ଼ିରେ ଅଧିକ ଟଙ୍କା ଫାଇନ୍ ଅଛି କି ? ଇନ୍‌ସ୍ୟୁରାନ୍ସ କରିବା ବେଳେ ଗଣିବାକୁ ପଡ଼ିପାରେ ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ,୨୫।୯: ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ନୂଆ ନିୟମ ଆଣିପାରନ୍ତି କେନ୍ଦ୍ର ସରକାର। ପ୍ରସ୍ତାବିତ ନିୟମ ଆସିଲେ ବିଶେଷ କରି ଯେଉଁମାନଙ୍କର ଗାଡ଼ିରେ ପୂର୍ବରୁ ବିଭିନ୍ନ ଫାଇନ୍ ବା ଚାଲାଣ ଅଛି ସେମାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏନେଇ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମ୍ମୁଖରେ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି।

ସର୍ବାଧିକ ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡିଗୁଡ଼ିକୁ ଇନ୍‌ସ୍ୟୁରାନ୍ସ ପ୍ରିମିୟମ ସହିତ ଯୋଡିବା ପାଇଁ ଏଲଜି ଭି.କେ ସାକ୍ସେନା ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି। ବେପରୁଆ ଗାଡିଚାଳନାକୁ ରୋକିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ରହିଛି। ସାକ୍ସେନା ତାଙ୍କ ଚିଠିରେ ଏକ ସ୍ତରୀୟ ବୀମା ପ୍ରିମିୟମ ସିଷ୍ଟମକୁ ସୁପାରିଶ କରିଛନ୍ତି ଯାହା କାର ଚଳାଉଥିବା ବ୍ୟକ୍ତିଙ୍କୁ ସିଧାସଳଖ ପ୍ରଭାବିତ କରିବ। ଏହି ବ୍ୟବସ୍ଥା ଅଧୀନରେ, ଟ୍ରାଫିକ୍ ନିୟମର ଉଲ୍ଲଂଘନ ଏବଂ ଦ୍ରୁତ ଗତିରେ ରେଡ୍ ଲାଇଟ୍ ପାର କରିବା ଫଳରେ ଅଧିକ ବୀମା ପ୍ରିମିୟମ ଦେବାକୁ ପଡିବ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବ୍ୟବସ୍ଥାର ପ୍ରୟୋଗ କେବଳ ଅବହେଳାକୁ ଦୂର କରିବ ନାହିଁ ବରଂ ବୀମାକାରୀଙ୍କ ଉପରେ ଆର୍ଥିକ ବୋଝକୁ ମଧ୍ୟ ହ୍ରାସ କରିବ। ଭି.କେ ସାକ୍ସେନାଙ୍କ ଅନୁଯାୟୀ, ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ମଧ୍ୟ ଏହି ପଦ୍ଧତି ପ୍ରୟୋଗ କରାଯାଉଛି, ଯାହାର ଉଦ୍ଦେଶ୍ୟ ହେଉଛି ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂ କରିବା ଏବଂ ଦୁର୍ଘଟଣାକୁ ହ୍ରାସ କରିବା। କେବଳ ଏତିକି ନୁହେଁ, ଏହି ଉପାୟ ଯୋଗୁଁ ଅନେକ ଜୀବନ ମଧ୍ୟ ରକ୍ଷା ପାଇପାରିବ।

ରିପୋର୍ଟ ଅନୁଯାୟୀ 2022 ମସିହାରେ ଭାରତରେ 4 ଲକ୍ଷ 37 ହଜାର ସଡ଼କ ଦୁର୍ଘଟଣା ରେକର୍ଡ ହୋଇଥିଲା। ଏହି ସମସ୍ତ ଦୁର୍ଘଟଣାର 70 ପ୍ରତିଶତ ପ୍ରାୟ ଅତ୍ୟଧିକ ଦ୍ରୁତ ଗାଁଟିର ଗାଡି ଚଳାଇବା ଯୋଗୁଁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri