ଏକ ସୁଖଦ ଯାତ୍ରା

ଅରବିନ୍ଦ ଓ ନନ୍ଦିନୀ ନାମକ ଦୁଇ ଭାଇଭଉଣୀ ଥିଲେ। ସେମାନେ ବାହାରକୁ ବୁଲିଯିବାକୁ ଭାରି ଭଲ ପାଉଥିଲେ। ତାଙ୍କର ପିତା କମଳ ଲୋଚନ ଓ ମାଆ ଉର୍ବୀ ଅଯୋଧ୍ୟାକୁ ଯାଇ ଶ୍ରୀରାମଙ୍କ ଦର୍ଶନ କରିବାକୁ ସ୍ଥିର କଲେ। ଅନେକ ଯାତ୍ରୀ ଟ୍ରେନରେ ଚଢ଼ୁଥିବା ଓ ଓହ୍ଲାଉଥିବା ଅରବିନ୍ଦ ଦେଖିଲା। ସେ ମାଆଙ୍କୁ ପଚାରିଲା ଏହି ଟ୍ରେନରେ ସମସ୍ତେ କ’ଣ ଅଯୋଧ୍ୟା ଯାଉ ନାହାନ୍ତି। ସେ କହିଲେ, ରାମଙ୍କଠାରୁ ଯେ ଡାକରା ପାଇଛି ସେ ହିଁ ରାମଙ୍କ ବିଗ୍ରହକୁ ଦର୍ଶନ କରିବାକୁ ଯାଉଛି। ଜଣେ ସାଧୁ ପରି ଦିଶୁଥିବା ବ୍ୟକ୍ତି ଯେ କି ଅଯୋଧ୍ୟାକୁ ଯାଉଥିଲେ ସେ କହିଲେ ରାମ ହେଉଛନ୍ତି ପରମବ୍ରହ୍ମ ଓ ସେ ହେଉଛନ୍ତି ପରମ ତପ, ବ୍ରହ୍ମତ୍ବ ଓ ବ୍ରହ୍ମତାରକ। ନନ୍ଦିନୀ ମହା ଚଗଲି। ସେ ପଚାରିଲା ଏ ଟ୍ରେନଟି ଏତେ ଅଙ୍କାବଙ୍କା ଚାଲୁଛି। ରାମ ଆମକୁ ନିମନ୍ତ୍ରଣ କରି ନାହାନ୍ତି। ତଥାପି ଆମେ ତାଙ୍କ ବିଗ୍ରହ ଦର୍ଶନ କରିବାକୁ ଯାଉଛୁ। ଅରବିନ୍ଦ ଓ ଉର୍ବୀ କହିଲେ ଆମମାନଙ୍କୁ ଟିକେ ରାମଙ୍କ ତତ୍ତ୍ୱ୍ବ ବୁଝାଇ ଦିଅନ୍ତୁ।
ସେ କହିଲେ, ଭଗବାନ ଜାଜ୍ୱଲ୍ୟମାନ ହେଉଥିବା ଦେବତାମାନଙ୍କଠାରୁ ମଧ୍ୟ ପୁରାତନ। ସେ ଜନ୍ମିତ ସତ୍ତା ଭାବେ ପୁରାତନ ଓ ପ୍ରଥମ। ଆମ ଭିତରେ ପ୍ରବାହିତ ଅମରତ୍ୱର ଶିରା ପ୍ରଶିରା ଭୌତିକ ଶରୀରରେ ବାସ କରୁଥିବା ଆଧ୍ୟାତ୍ମିକ ସତ୍ତା। ଆମର ଆତ୍ମାଠାରୁ ଅଧିକ ଶାନ୍ତିପ୍ରଦ ସ୍ଥାନ ନାହିଁ। ତେଣୁ ଆତ୍ମୋପଲବ୍ଧି ନିର୍ବାଣ ପ୍ରାପ୍ତି। ତେଣୁ ତାଙ୍କର ଅନ୍ୟ ନାମ ଆତ୍ମାରାମ। ଟ୍ରେନଟି ରହି ଯାଇଥିବା ସମୟରେ ନନ୍ଦିନୀ ଟ୍ରେନର ସଫା ଗୃହକୁ ଯାଇଥିଲା। ସେ ଫେରିବା ସମୟରେ ଦେଖିଲା ତା’ର ଖାଇବାଟିକୁ ଗୋଟିଏ ମାଙ୍କଡ଼ ଝାମ୍ପି ନେଲା ଓ ତଳେ ଫିଙ୍ଗି ଦେଲା। ପ୍ଲାଟଫର୍ମରେ ବୁଲୁଥିବା କୁକୁର ଓ ପକ୍ଷୀମାନେ ତାକୁ ଖାଇଗଲେ। ନନ୍ଦିନୀ କାନ୍ଦିବାକୁ ଉଦ୍ୟତ ହେଉଥିବାବେଳେ କମଳଲୋଚନ କହିଲେ, ମୁଁ ଆର ଷ୍ଟେସନରେ ତୋ ପାଇଁ ଖାଇବା ଆଣିଦେବି। ନନ୍ଦିନୀ କହିଲା ଆଉ ଅଯୋଧ୍ୟା ଯିବା ନାହିଁ। ରାମ କ’ଣ କରିଥିଲେ କି ସେ ମୋର ଖାଇବା ଟିକକ ମଧ୍ୟ ବଞ୍ଚାଇ ପାରିଲେ ନାହିଁ। ପାଖରେ ବସିଥିବା ସାଧୁ ଜଣକ କହିଲେ, ରାମ ପୃଥିବୀ ଆଗରେ ପ୍ରମାଣ କରିଥିଲେ ଯେଉଁମାନେ ତାଙ୍କ ସନ୍ତାନଙ୍କୁ ଭଲ ପାଆନ୍ତି, ସେ ସେମାନଙ୍କୁ ରକ୍ଷା କରନ୍ତି। ପଶୁ, ପକ୍ଷୀ, ଋଷି, ମୁନି ସରଳ ବ୍ୟକ୍ତିତ୍ୱ ସତୀ ସାଧ୍ୱୀମାନଙ୍କୁ ସେ ଭଲ ପାଇଥିଲେ ଓ ରକ୍ଷା କରିଥିଲେ। ନନ୍ଦିନୀ ବୁଝିଗଲା ତା’ର ଖାଦ୍ୟ ମାଙ୍କଡ଼ ନେଇ ବିଞ୍ଚତ୍ଦେଲା ଓ ପଶୁ ପକ୍ଷୀମାନେ ଖାଇଗଲେ, ତାହା ହିଁ ରାମଙ୍କର ଇଚ୍ଛା ଥିଲା। ସେ ସାଧୁଙ୍କୁ ପଚାରିଲା ରାମ କେଉଁଠି ରୁହନ୍ତି? ସାଧୁ କହିଲେ ତୁମେ ଏପରି ଏକ ସ୍ଥାନ କୁହ ଯେଉଁଠାରେ ରାମ ନାହାନ୍ତି। ରାମଙ୍କୁ ଥରେ ଜଣେ ଋଷି କହିଥିଲେ, ଯେଉଁଠାରେ ଲୋକମାନଙ୍କର ଆଖି ତୁମର ଦର୍ଶନ ପାଇଁ ବ୍ୟଗ୍ର, କାନ ତୁମ ଗାଥା ଶୁଣିବାକୁ ବ୍ୟାକୁଳ, ଜିଭ ତୁମ କଥା କହିବାରେ ଆନନ୍ଦ ପାଏ, ଯେଉଁମାନେ ଭୋଜନ କରିବା ପୂର୍ବରୁ ବ୍ରହ୍ମାର୍ପଣ ବୋଲି ଖାଦ୍ୟ ଗ୍ରହଣ କରନ୍ତି, ସାଧୁସନ୍ଥମାନଙ୍କୁ ସମ୍ମାନ ଦିଅନ୍ତି। ଯେଉଁ ହାତ ପୂଜା କରିବାରେ ବ୍ୟସ୍ତ, ପାଦରେ ଦିଅଁଙ୍କୁ ଦର୍ଶନ ପାଇଁ ଆଗେଇ ଥାନ୍ତି। ତୁମ ପ୍ରତି ପ୍ରେମ କାମନା କରନ୍ତି, ସାଂସାରିକ ଧନକୁ ତୁଚ୍ଛ ମଣନ୍ତି, ନାରୀମାନଙ୍କୁ ଉଚିତ ସମ୍ମାନ ଦିଅନ୍ତି। ହୃଦୟ ଭିତରୁ ମନ୍ଦ ଗୁଣ ତ୍ୟାଗ କରନ୍ତି, ସର୍ବତ୍ର ଅନ୍ୟ ଦୁଃଖରେ ସମଦୁଃଖୀ ହୁଅନ୍ତି, ଆପଣ ସେଠାରେ ରୁହନ୍ତୁ।
ଅରବିନ୍ଦ ଦେଖିଲେ, ଅଯୋଧ୍ୟାକୁ ଯାଉଥିବା ଲୋକମାନେ ଲିଖିତ ଜପ ଧରି ରାମନାମ ଲେଖୁଛନ୍ତି। ଅରବିନ୍ଦ ପଚାରିଲା ସେମାନେ ଏପରି କାହିଁକି କରୁଛନ୍ତି? ପାଖରେ ବସିଥିତ୍ବା ସାଧୁ ଜଣକ କହିଲେ, ରାମ ନାମ ଜଗତର ଶ୍ରେଷ୍ଠ ନାମ। ମହାତ୍ମାଗାନ୍ଧୀ ମୃତ୍ୟୁ ସମୟରେ ଶ୍ରୀରାମଙ୍କ ନାମ ଧରି ଦେହତ୍ୟାଗ କରିଥିଲେ। ତୁଳସୀ ଦାସ ରାମ ନାମ ତୁଣ୍ଡରେ ଧରିଥିବାରୁ ସେ ମହାନ୍‌। ହନୁମାନର ପ୍ରତ୍ୟେକ ଲୋମ ରାମ ନାମ ଉଚ୍ଚାରଣ କରୁଥିବାରୁ ସେ ଆଜି ସର୍ବତ୍ର ପୂଜିତ। ରାମନାମ ଲେଖୁଥିବା ସମୟରେ ଭକ୍ତ ଓ ଭଗବାନ ସେହି ସମୟରେ ଏକାକାର ହୋଇଥାନ୍ତି। ଶ୍ରୀରାମ ନାମ ଗୁଞ୍ଜରିତ ହେଉଥିବା କାନ ତାଙ୍କ ନିକଟକୁ ଯିବା ପାଇଁ ଏକ ନିମନ୍ତ୍ରଣ ପତ୍ର ସଦୃଶ। ସୁନ୍ଦର ପ୍ରକୃତିକୁ ଅନୁସରଣ କରିବା ପାଇଁ ରାମନାମ ମାଧ୍ୟମରେ ସେ ପ୍ରୋତ୍ସାହିତ କରନ୍ତି। ମନକୁ ବିଶ୍ଲେଷଣ କରିବାକୁ ସେ ବାର୍ତ୍ତା ଦିଅନ୍ତି। ମନରେ ଏକ ମାନଚିତ୍ର ଆଙ୍କନ୍ତି ଯେ ଅନ୍ତରରେ ତୁମେ ପରିକଳ୍ପନା କରିଥିବା ମୁକ୍ତି ଆଡ଼କୁ ତୁମେ ପ୍ରବାହିତା ରାମ ନାମ ଲେଖୁଥିବା ସମୟରେ ସମୟ କୁହେ ତୁମର ଆଉ କିଛି ପ୍ରାପ୍ତି କରିବାର ଅଛି ତାହା ହେଉଛି ମୋକ୍ଷ।
ନନ୍ଦିନୀ କହିଲା ବାପା କହୁଥିଲେ, ଭଗବାନ ନିରାକାର। ଆମକୁ ଅଯୋଧ୍ୟାକୁ ଆଣି ରାମଙ୍କ ବିଗ୍ରହ ବା ଆକାର ଦେଖାଇବାକୁ ଚାହୁଁଛନ୍ତି। ସାଧୁ ଜଣକ କହିଲେ ଭଗବାନ ନିରାକାର ଓ ସାକାର ମଧ୍ୟ। ତୁମେ ଯେଉଁଟିକୁ ଭଲ ପାଉଛ ତାହା ହିଁ ଠିକ। ସମୁଦ୍ରର ହିମ ପ୍ରବାହରେ ବରଫଖଣ୍ଡ ତିଆରି ହୁଏ ଓ ଗ୍ରୀଷ୍ମ ପ୍ରବାହରେ ମିଳାଇ ଯାଏ ସେହିପରି ଭକ୍ତର ଭକ୍ତିରେ ସେ ରୂପ ନିଅନ୍ତି ଓ ସେ ରୂପକୁ ତ୍ୟାଗ କରିଥାନ୍ତି। ଏହି ଜୀବନଟି ଗୋଟିଏ ପାନ୍ଥଶାଳା। ଟ୍ରେନଟି ଅଙ୍କାବଙ୍କା ରାସ୍ତା ଦେଇ ଯେପରି ଯାଉଛି ସେହିପରି ଜୀବନଟି ଅଙ୍କାବଙ୍କା ରାସ୍ତା ଦେଇ ଚାଲେ। କିନ୍ତୁ ଗନ୍ତବ୍ୟ ସ୍ଥଳ ଓ ଲକ୍ଷ୍ୟ ସ୍ଥଳ ଏକ। ସମୁଦ୍ର ତରଙ୍ଗରେ ଖେଳାଳି ଯେପରି ନିର୍ଭୟରେ ଖେଳେ ଲକ୍ଷ୍ୟଚ୍ୟୁତ ହୁଏନାହିଁ, ସେହିପରି ଭକ୍ତି ରସରେ ଶକ୍ତିପାଇ ଏକାଗ୍ର ଚିତ୍ତରେ ଶ୍ରୀରାମଙ୍କର ଦର୍ଶନ କରିବା ଉଚିତ। ଏହି ସମୟରେ ଟ୍ରେନଟି ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ ଯାଇଥିଲା।
କମଳଲୋଚନ ଭାବୁଥିଲେ ଅଧର୍ମ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତା’ର ବିନାଶ ନିଶ୍ଚିତ। ଉର୍ବୀ ଭାବୁଥିଲେ, ଯେତେ ପ୍ରତିବନ୍ଧକର ସମ୍ମୁଖୀନ ହେଲେ ମଧ୍ୟ ଧର୍ମର ବିଜୟ ହେବ। ଅରବିନ୍ଦ ଭାବିଲା ବନ୍ଧୁତ୍ୱର ପରାକାଷ୍ଠା ରାମ ଦେଖାଇଛନ୍ତି। ନନ୍ଦିନୀ ଭାବିଲା ରାମଙ୍କ ରୂପରୁ ଆରମ୍ଭ ହୋଇଛି ପତିପତ୍ନୀଙ୍କ ଭଲ ପାଇବା ଓ ସମାଜରେ ସୁସମ୍ପର୍କ କିପରି ପ୍ରତିଷ୍ଠା ହୋଇପାରିବ।

ଅନୀତା ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସେକ୍ଟର-୧୦, ସିଡିଏ, କଟକ
ମୋ :୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri