ଲକ୍ଷ୍ୟ ରଖିଛନ୍ତି କି ? କାହିଁକି ଗ୍ୟାସ୍‌ ଚୁଲାନୀଳ ଜଳେ….

ଯେବେ ଦିଆସିଲି ଜଳାଯାଏ ତାହାର ଶିଖା ହଳଦିଆ ରଙ୍ଗର ହୋଇଥାଏ। କିନ୍ତୁ ଗ୍ୟାସ୍‌ର ଚୁଲା ଜଳାଗଲେ ତା’ର ଅଗ୍ନି ଶିଖା ନୀଳ ରଙ୍ଗର ଦେଖାଯାଏ। ହେଲେ ଏମିତି କାହିଁକି ହୁଏ କେବେ ଭାବିଛନ୍ତି? ଜାଣନ୍ତୁ ଏହାର କାରଣ..

ପ୍ରଥମେ ଜାଣିବା ଅଗ୍ନିଶିଖା କେମିତି ଉତ୍ପନ୍ନ ହୋଇଥାଏ। ନିଆଁ ହେଉଛି ଏକ ଏକ୍‌ଜୋଥର୍ମିକ ପ୍ରତିକ୍ରିୟା। ଏହା ଏମିତି ଏକ ରାସାୟନିକ ପ୍ରତିକ୍ରିୟା; ଯାହା ଉତ୍ତାପ କିମ୍ବା ଲାଇଟ୍‌ ଆକାରରେ ଶକ୍ତି ନିର୍ଗତ କରେ । ଆମେ ଯେଉଁ ଇନ୍ଧନ ବ୍ୟବହାର କରୁ ସେ ସବୁ କାର୍ବନ ଆଧାରିତ। ସେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ହେଉ ଅବା ମହମବତୀ କି ଦିଆସିଲ। ତଥାପି ଏ ସମସ୍ତଙ୍କ ଅଗ୍ନି ଶିଖାର ରଙ୍ଗରେ ଅନ୍ତର ଥାଏ। ଏଭଳି ଘଟେ କାରଣ ବାୟୁମଣ୍ଡଳରେ ଅମ୍ଳଜାନ ଥାଏ। ସବୁ କାର୍ବନିକ ପଦାର୍ଥର ନିର୍ମାଣ ପରମାଣୁରେ ହୋଇଥାଏ। ଏହାମଧ୍ୟରେ ନ୍ୟୁଟ୍ରୋନ, ପ୍ରୋଟୋନ ଓ ଇଲେକ୍ଟ୍ରୋନ ଥାଏ। ନ୍ୟୁଟ୍ରୋନ ଓ ପ୍ରୋଟୋନ ପରମାଣୁର କେନ୍ଦ୍ରର ନିର୍ମାଣ କରନ୍ତି। ଯେବେ ଇଲେକ୍ଟ୍ରୋନ ନିଷ୍କ୍ରିୟ ହୋଇ ଫୋଟୋନରେ ଚାର୍ଜ ଟ୍ରାନ୍ସଫର କରେ ସେତେବେଳେ ଅଗ୍ନି ଶିଖା ଉତ୍ପନ୍ନ ହୋଇଥାଏ। ଏହି ଅଗ୍ନି ଶିଖା ସଂସ୍ପର୍ଶରେ ଯେବେ ଅମ୍ଳଜାନ ଆସେ ସବୁ କାର୍ବନ ପରମାଣୁ କାର୍ବନ ଡାଇଅକ୍ସାଇଡରେ ରୂପାନ୍ତରିତ ହୋଇଯାଏ। ଯଦି ଅମ୍ଳଜାନ ବେଶି ପରିମାଣରେ ଥାଏ ତେବେ କାର୍ବନକୁ ପୂରାପୂରି କାର୍ବନ ଡାଇଅକ୍ସାଇଡରେ ରୂପାନ୍ତରିତ କରିଦିଏ। ଫଳରେ ଶିଖା ନୀଳ ରଙ୍ଗର ହୁଏ। ଯଦି ଅମ୍ଳଜାନ ପର୍ଯ୍ୟାପ୍ତ ମାତ୍ରାରେ ନ ଥାଏ ତେବେ କାର୍ବନ, କାର୍ବନ ଡାଇଅକ୍ସାଇଡ଼ରେ ରୂପାନ୍ତରିତ ହୋଇପାରି ନ ଥାଏ। ଫଳରେ ଶିଖାର ଉପର ଭାଗ କଳା ଦେଖାଯାଏ। ମହମ, କାଠ, ଦିଆସିଲି, କାଗଜ ଆଦିକୁ ଜଟିଳ କାର୍ବନ ଅଣୁ ବୋଲି କୁହାଯାଏ। ଯଦି ବାୟୁମଣ୍ଡଳର ଅମ୍ଳଜାନ କଥା ଦେଖାଯାଏ ତେବେ ଏଥିରେ କାର୍ବନର ଅନୁପାତିକ ପରିମାଣ ଅଧିକ ଥାଏ। ତେଣୁ ଏଗୁଡ଼ିକର ଅକ୍ସିକରଣ ତ ହୁଏ ହେଲେ ସମ୍ପୂର୍ଣ୍ଣ ହୋଇପାରେନା। ତେଣୁ ଏଥିରୁ ବାହାରୁଥିବା ଅଗ୍ନିଶିଖା ନାରଙ୍ଗୀ ଅବା ହଳଦିଆ ରଙ୍ଗର ହୋଇଥାଏ।
ଏଲପିଜି ଓ ମିଥେନ ଭଳି ଇନ୍ଧନରେ କିନ୍ତୁ ବହୁତ କମ୍‌ କାର୍ବନ ଥାଏ। ତେଣୁ ଏହାସହ ଯେବେ ଅମ୍ଳଜାନ ମିଶେ ଅମ୍ଳଜାନ ପୂରାପୂରି ନିଜର କବ୍‌ଜା ଜମେଇ ଦିଏ। ତେଣୁ ଏଥିରୁ ନିଃସୃତ ଅଗ୍ନି ଶିଖା ନୀଳ ଦେଖାଯାଏ। ସାଧାରଣ ଭାଷାରେ କହିବାକୁଗଲେ କୌଣସି ଅଗ୍ନିଶିଖାର ରଙ୍ଗ ନିର୍ଦ୍ଧାରଣ ବାୟୁମଣ୍ଡଳର ଅମ୍ଳଜାନ ଉପରେ ନିର୍ଭର କରେ। ଏହା ଜଳୁଥିବା ଜିନିଷର କାର୍ବନ ସହ ଯେଉଁଭଳି ପ୍ରତିକ୍ରିୟା କରେ ଅଗ୍ନିଶିଖାର ରଙ୍ଗ ସେହିଭଳି ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବଡ଼ ନିଷ୍ପତ୍ତି: ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ପରିବର୍ତ୍ତେ ଗସ୍ତ କରିବେ ଏହି ଦେଶ

ଢାକା,୨୧।୬: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଲେସିଆ ଏବଂ ଚାଇନାକୁ ବାଛିଛନ୍ତି। ଏହି ନିଷ୍ପତ୍ତିକୁ ତାଙ୍କର ନୂତନ ବୈଦେଶିକ ନୀତି…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

ଜୁନ୍‌ ସରିବାକୁ ବସିଲା, ହେଉନି ବର୍ଷା: ଚାଷ କାମରେ ବାଧା

ଅମରପଲି,୨୧ା୬(ପୀତାମ୍ବର ସାହୁ): ସାଧାରଣତଃ ଜୁନ୍‌ ମାସର ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ। ଏହାସହ ଚାଷୀମାନେ ଜମି ହଳ କରି ଧାନ ବୁଣା ଓ ତଳି…

ରକ୍ଷକ ପାଲଟିବେ ଲୁଟେରା! ପ୍ରଥମେ କହିଥିଲେ ହର୍ମୁଜ ପ୍ରଣାଳୀ ମୁକ୍ତ ରହିବ, ଏବେ ଟ୍ରମ୍ପ କହୁଛନ୍ତି…

ଓ୍ବାଶିଂଟନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ପଦକ୍ଷେପ…

ମନ୍ଥର ଗତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ଲୋଇସିଂହା,୨୧।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ସାନଟିକା ଗ୍ରାମର ଏମଆଇପି କଟାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଜୁନ୧୫ ତାରିଖ ଗଡି…

କଟ୍‌ନି ନାଁରେ ଚାଷୀଙ୍କୁ ଶୋଷଣ କରୁଛନ୍ତି ମିଲର

ଭବାନୀପାଟଣା,୨୧ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ମାସେ ବିତିଯାଇଛି। ଆସନ୍ତା ୩୦ରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୨୪ରେ ୧ ଘଣ୍ଟିଆ ଓପିଡି ସେବା ବନ୍ଦ

ଭୁବନେଶ୍ୱର, ୨୧ା୬ (ବନ୍ଦନା ସେଠୀ): ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri