ହଟୁନି ଅଳିଆ, ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୯।୪: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଶୀର୍ଷ ସ୍ଥାନ ହାସଲ ଲାଗି ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସ୍ବଚ୍ଛ ଭାରତ ସୁସ୍ଥ ଭାରତ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବଚ୍ଛତାର ପୋଷ୍ଟର, ଓ୍ବାଲ୍‌ ପେଣ୍ଟିଂ କରାଯାଇଛି। ରାସ୍ତାରେ ଅଳିଆ ପଡ଼ିବ ନାହିଁ। ସ୍ବଚ୍ଛସାଥୀମାନେ ଘର ଘର ବୁଲି ଅଳିଆ ଉଠାଇବେ। ପ୍ରତ୍ୟେକ ଘରୁ ପୃଥକ୍‌ ଭାବେ ଓଦା ଓ ଶୁଖିଲା ଅଳିଆ ସଂଗ୍ରହ କରିବେ। ଏନେଇ ପୌର ପ୍ରଶାସନ ପକ୍ଷରୁ ସ୍ବଚ୍ଛସାଥୀ, ସାନିଟାଇଜ କର୍ମଚାରୀଙ୍କୁ ୩ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସହରରେ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯିବ। କୌଣସି ସ୍ଥାନରେ ଅଳିଆ ରହିବାକୁ ଦିଆଯିବନାହିଁ ବୋଲି ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ଅଳିଆ ପଡ଼ିରହୁଥିବା ଦେଖିବାକୁ ମିଳିଛି। ସାହି ଗଳିକନ୍ଦିରେ ଅଳିଆ ଜମାହୋଇ ପରିବେଶକୁ ପ୍ରଦୂଷିତ କରୁଛି। ଗୋରୁଗାଈ, କୁକୁର ଖାଦ୍ୟ ଲାଲସାରେ ଅଳିଆକୁ ଏଣେତେଣେ ପକାଉଛନ୍ତି। ଫଳରେ ଅଳିଆ ଜମାହୋଇ ରହୁଥିବା ସ୍ଥାନରେ ଆବର୍ଜନାମୟ ହୋଇ ରହୁଛି। ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାକରେ କପଡ଼ା ନ ଦେଲେ ଯାଇ ହେଉ ନ ଥିବା କହୁଛନ୍ତି। ଫଳରେ ସ୍ବଚ୍ଛତା ପାଇଁ ଲକ୍ଷାଧିକ ଟଙ୍କା ଅର୍ଥଶ୍ରାଦ୍ଧ ହେଉଛି। ସ୍ବଚ୍ଛ ଖୋର୍ଦ୍ଧା ସୁସ୍ଥ ଖୋର୍ଦ୍ଧା ପ୍ରହସନ ପାଲଟିଛି।
ସେହିପରି ଗଳିକନ୍ଦି ରାସ୍ତା ଖାଲଖମାରେ ପରିଣତ ହୋଇଛି। ବର୍ଷ ବର୍ଷ ଧରି ଏହାକୁ ମରାମତି କରାଯାଉନାହିଁ। ବର୍ଷା ହେଲେ ରାସ୍ତାରେ ଯାତାୟାତ କରିବାରେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ସହରର ଟ୍ରାଫିକ୍‌ ଛକଠାରୁ ପୁରୁଣା ବସ୍‌ଷ୍ଟାଣ୍ଡ ଏବଂ ବାଳିକା ସ୍କୁଲ ଭିତର ଦେଇ ଯାଇଥିବା ଡ୍ରେନ୍‌ ପୋତି ହୋଇଥିବା ବେଳେ ପୁରୁଣା ବସ୍‌ଷ୍ଟାଣ୍ଡରେ ଡ୍ରେନ୍‌ ନାହିଁ। ମାର୍‌ଓ୍ବାଡି ପଟିଠାରୁ ଗୋଡ଼ି ପୋଖରୀ ପର୍ଯ୍ୟନ୍ତ ଡ୍ରେନ୍‌ ପୋତି ହୋଇଗଲାଣି। ଡାକ୍ତରସ୍‌ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଉପରସାହି, ବରୁଣେଇ ସାହି, ଖ୍ରୀଷ୍ଟିୟାନ ସାହି, ରାଧାବଲ୍ଲଭ ସାହି ଆଦି ଡ୍ରେନ୍‌ ମଧ୍ୟ ପୋତି ହୋଇଗଲାଣି। ଅନେକ ସ୍ଥାନରେ ଡ୍ରେନ୍‌ ମରାମତି ନ ହେବାରୁ ତାହା ଭୁଶୁଡ଼ିଗଲାଣି। ଡ୍ରେନ୍‌ଗୁଡ଼ିକର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ରହିଛି। ଅନ୍ୟପଟେ ଡ୍ରେନ୍‌ ସଫେଇ ନ ହେବାରୁ ମଶାଙ୍କ ପ୍ରାଦୁର୍ଭାବ ବଢୁଛି। ସାହି, ଗ2ିକନ୍ଦିରେ ଚାଲିଲା ବେଳେ ରାସ୍ତାରେ ମଶା କାମୁଡ଼ୁଛନ୍ତି ବୋଲି ସାମାଜିକ କର୍ମୀ ବସନ୍ତ ଦାସ କହିଛନ୍ତି।
ପ୍ରକାଶ ଯେ, ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଛି। ସେଥିରୁ ୨୦ଟି ଓ୍ବାର୍ଡ ଘରୋଇକରଣ କରାଯାଇଛି। ଏଥିଲାଗି ମାସକୁ ଲକ୍ଷାଧିକ ଟଙ୍କା ପୌର ପ୍ରଶାସନ ପକ୍ଷରୁ ପଇଠ କରାଯାଉଛି। ଠିକାସଂସ୍ଥା ଦ୍ୱାରା ଅଳିଆ ଉଠୁଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ସହରର ମୁଖ୍ୟରାସ୍ତାକୁ ବାଦ୍‌ଦେଲେ ଗଳିକନ୍ଦିରେ ଅଳିଆ ଆବଜର୍ନା ଗଦାହୋଇ ରହୁଛି। ସ୍ବଚ୍ଛତା ଆଳରେ ଘରୋଇ ଠିକାସଂସ୍ଥାକୁ ପୋଷାଚାଲିଛି ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଅଳିଆ ଉଠୁଛି କି ନାହିଁ, କେଉଁ ସ୍ଥାନରୁ ଅଳିଆ ଉଠାଯାଉଛି ତାହାର ଖବର ପ୍ରଶାସନ ପକ୍ଷରୁ ରଖାଯାଉନାହିଁ। ଫଳରେ ଠିକାସଂସ୍ଥା କେବଳ ସହର ମୁଖ୍ୟରାସ୍ତାକୁ ଛାଡ଼ି ସାହି ଗଳିକନ୍ଦିରେ ପଡୁଥିବା ଅଳିଆ ସମ୍ପୂର୍ଣ୍ଣ ଉଠାଇବା ପ୍ରତି ଗୁରୁତ୍ୱ ଦେଉ ନ ଥିବା ସାହିବାସିନ୍ଦା କହିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ପୌର ଉପାଧ୍ୟକ୍ଷ ସୌର୍ଯ୍ୟରଞ୍ଜନ ମହାନ୍ତି କୁହନ୍ତି, ପରିମଳ, ରାସ୍ତାଘାଟ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯିବ। ନିର୍ମାଣାଧୀନ ପ୍ରକଳ୍ପ କାମ ତୁରନ୍ତ ସାରିବାକୁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri