ମିଛକୁ ଘୃଣା କରେ: ଶ୍ରଦ୍ଧା ପାଣିଗ୍ରାହୀ

ରିୟାଲିଟି ଶୋ’ ‘ମିଠା ମିଠା ଯୋଡି’ରୁ ଅଭିନୟର ଯାତ୍ରା ଆରମ୍ଭ। ଏହାପରେ ସିରିୟଲ, ମ୍ୟୁଜିକ୍‌ ଭିଡିଓ, ଓ୍ବେବ୍‌ ସିରିଜ୍‌ କରି ସେ ଘରେ ଘରେ ପରିଚିତା। ନିଖୁଣ ଅଭିନୟରେ ଦର୍ଶକଙ୍କ ମନ ଜିଣୁଥିବା ଏଇ ନାୟିକା ଜଣକହେଉଛନ୍ତି ଚୁଲ୍‌ବୁଲି
ଶ୍ରଦ୍ଧା ପାଣିଗ୍ରାହୀ।

ପାଠପଢାରେ କେମିତି?
ପାଠ ପଢାରେ ବହୁତ ଭଲ ଥିଲି। ଘରେ ଭାବିଥିଲେ ଭଲ ଚାକିରି କରିବି।

ଅଭିନେତ୍ରୀ ନ ହେଇଥିଲେ କ’ଣ ହେଇଥାନ୍ତେ?
ପୋଲିସ୍‌ ଅଫିସର୍‌। ଆଉ ଏଭଳି ଇଛା ପଛର କାରଣ ହେଉଛି- ସ୍କୁଲ କଲେଜରେ ପଢିବାବେଳେ ବହୁତ ପିଲା ମତେ ଫଲୋ କରୁଥିଲେ। କମେଣ୍ଟ ମାରୁଥିଲେ। ତେଣୁ ଭାବୁଥିଲି ପୋଲିସ୍‌ ଅଫିସର୍‌ ହେଇ ଏଭଳି ପିଲାଙ୍କୁ ଜେଲ୍‌ରେ ପୁରେଇ ଧୁମ୍‌ ପିଟିବି।

ବିଉଟି ସିକ୍ରେଟ୍‌ କ’ଣ?
ପ୍ରାକୃତିକ ଜିନିଷ ବ୍ୟବହାର କରେ। ଆଉ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରେ। ଟେନ୍‌ସନ୍‌୍‌ ଆସିଲେ ଅଳ୍ପ ସମୟ ଚିନ୍ତାରେ ରହି ପରେ ତାକୁ ଭୁଲିଯାଏ। ମୋର ପର୍ସନାଲ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି। ଯେଉଁଥିରେ ମୁଁ ନିଜେ ବେନିଫିଟ୍‌ ପାଉଥିବା ବିଉଟି ଟିପ୍ସକୁ ଶେୟାର କରିଥାଏ।

ଡ୍ରିମ୍‌ ରୋଲ୍‌?
ସବୁବେଳେ ସିମ୍ପଲ, ସୋବର ରୋଲ୍‌ କରି କିଛି ଭିନ୍ନ କରିବାର ଇଛା ଅଛି। ଆଉ ମୋର ଡ୍ରିମ୍‌ ରୋଲ ହେଉଛି ସାଇକୋ କ୍ୟାରେକ୍ଟର କରିବା।

ପ୍ରଥମ କ୍ରସ୍‌ କିଏ ଥିଲେ?
ବାବୁସାନ୍‌ ମତେ ବହୁତ ଭଲ ଲାଗନ୍ତି। ତାଙ୍କ ଚକ୍‌ଲେଟି ଲୁକ୍‌ ଓ ମଜାମସ୍ତି ବାଲା କ୍ୟାରେକ୍ଟର ମତେ ବହୁତ ପସନ୍ଦ। ତେଣୁ ଇଣ୍ଡଷ୍ଟ୍ରିକୁ ଆସିବା ସମୟରେ ତାଙ୍କୁ ଦେଖିଲେ ମତେ ଭଲ ଫିଲ୍‌ ହେଉଥିଲା।

ଘୃଣା କାହାକୁ କରନ୍ତି?
ସତକୁ ସାମ୍‌ନା ନ କରିପାରି ସତକୁ ଲୁଚାଇବା ପାଇଁ ଗୋଟେ ପରେ ଗୋଟେ ମିଛ କହୁଥିବା ଲୋକଙ୍କୁ ମୁଁ ଘୃଣା କରେ।

ଫିଟ୍‌ନେସ୍‌ ରାଜ୍‌?
ପାଣି ଅଧିକା ପିଏ। ମୁଁ ଟିକେ ଅଳସୁଆ। ତାଛଡା ଶୁଟିଂ ସିଡ୍ୟୁଲ ପାଇଁ ଜିମ୍‌ ରେଗୁଲାର୍‌ ଯାଇପାରେନା। ସମୟ ମିଳିଲେ କରେ। ଯୋଗ ବି ସେମିତି ସମୟ ମିଳିଲେ କରେ। ଆଉ ମନ ଭଲ ନ ଥିଲେ ବି ଯୋଗ କରେ।

କେଉଁ ଅଭିନେତ୍ରୀ ଭଲ ଲାଗନ୍ତି?
ଅପରାଜିତା ମହାନ୍ତି। ତାଙ୍କର ଅଭିନୟ, ସୌନ୍ଦର୍ଯ୍ୟ ସବୁକିଛି ମତେ ଭଲ ଲାଗେ। ମୋ ଡାକ ନାଁ ବି ଟିକି। ଇଣ୍ଡଷ୍ଟ୍ରୀରେ କେହି କେହି ମତେ କମ୍ପ୍ଲିମେଣ୍ଟ ବି ଦେଇଛନ୍ତି ତାଙ୍କର ଛାପ ମୋଠି ଅଛି ବୋଲି। ଆଉ ବଲିଉଡ୍‌ରେ ମୋର ପସନ୍ଦ ରାନୀ ମୁଖାର୍ଜୀ।

ଲାଇଫ୍‌ ପାର୍ଟନର୍‌
ବାପାମା’ଙ୍କ ଉପରେ ଛାଡିଛି। ସେମାନେ ଯେଉଁମାନଙ୍କୁ ବାଛିବେ ତା’ଭିତରୁ ଜଣକୁ ବାଛି ଆରେଞ୍ଜ ମ୍ୟାରେଜ୍‌ କରିବି।

ସିନେମା ନା ସିରିୟଲ କେଉଁଥିରେ କାମ କରିବାକୁ ବେଶି ପସନ୍ଦ?
ସିନେମା ଅପେକ୍ଷା ସିରିୟଲରେ କାମ କରିବାକୁ ବେଶି ପସନ୍ଦ କରେ। କାହିଁକି ନା ଓଡିଆ ସିନେମାକୁ ବହୁତ କମ୍‌ ଲୋକ ଯାଉଛନ୍ତି ଦେଖିବାକୁ। ଆଉ ସିରିୟଲକୁ ଘରେ ଘରେ ଟିଭି ପରଦାରେ ଦେଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri