ମିଛକୁ ଘୃଣା କରେ: ଶ୍ରଦ୍ଧା ପାଣିଗ୍ରାହୀ

ରିୟାଲିଟି ଶୋ’ ‘ମିଠା ମିଠା ଯୋଡି’ରୁ ଅଭିନୟର ଯାତ୍ରା ଆରମ୍ଭ। ଏହାପରେ ସିରିୟଲ, ମ୍ୟୁଜିକ୍‌ ଭିଡିଓ, ଓ୍ବେବ୍‌ ସିରିଜ୍‌ କରି ସେ ଘରେ ଘରେ ପରିଚିତା। ନିଖୁଣ ଅଭିନୟରେ ଦର୍ଶକଙ୍କ ମନ ଜିଣୁଥିବା ଏଇ ନାୟିକା ଜଣକହେଉଛନ୍ତି ଚୁଲ୍‌ବୁଲି
ଶ୍ରଦ୍ଧା ପାଣିଗ୍ରାହୀ।

ପାଠପଢାରେ କେମିତି?
ପାଠ ପଢାରେ ବହୁତ ଭଲ ଥିଲି। ଘରେ ଭାବିଥିଲେ ଭଲ ଚାକିରି କରିବି।

ଅଭିନେତ୍ରୀ ନ ହେଇଥିଲେ କ’ଣ ହେଇଥାନ୍ତେ?
ପୋଲିସ୍‌ ଅଫିସର୍‌। ଆଉ ଏଭଳି ଇଛା ପଛର କାରଣ ହେଉଛି- ସ୍କୁଲ କଲେଜରେ ପଢିବାବେଳେ ବହୁତ ପିଲା ମତେ ଫଲୋ କରୁଥିଲେ। କମେଣ୍ଟ ମାରୁଥିଲେ। ତେଣୁ ଭାବୁଥିଲି ପୋଲିସ୍‌ ଅଫିସର୍‌ ହେଇ ଏଭଳି ପିଲାଙ୍କୁ ଜେଲ୍‌ରେ ପୁରେଇ ଧୁମ୍‌ ପିଟିବି।

ବିଉଟି ସିକ୍ରେଟ୍‌ କ’ଣ?
ପ୍ରାକୃତିକ ଜିନିଷ ବ୍ୟବହାର କରେ। ଆଉ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରେ। ଟେନ୍‌ସନ୍‌୍‌ ଆସିଲେ ଅଳ୍ପ ସମୟ ଚିନ୍ତାରେ ରହି ପରେ ତାକୁ ଭୁଲିଯାଏ। ମୋର ପର୍ସନାଲ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି। ଯେଉଁଥିରେ ମୁଁ ନିଜେ ବେନିଫିଟ୍‌ ପାଉଥିବା ବିଉଟି ଟିପ୍ସକୁ ଶେୟାର କରିଥାଏ।

ଡ୍ରିମ୍‌ ରୋଲ୍‌?
ସବୁବେଳେ ସିମ୍ପଲ, ସୋବର ରୋଲ୍‌ କରି କିଛି ଭିନ୍ନ କରିବାର ଇଛା ଅଛି। ଆଉ ମୋର ଡ୍ରିମ୍‌ ରୋଲ ହେଉଛି ସାଇକୋ କ୍ୟାରେକ୍ଟର କରିବା।

ପ୍ରଥମ କ୍ରସ୍‌ କିଏ ଥିଲେ?
ବାବୁସାନ୍‌ ମତେ ବହୁତ ଭଲ ଲାଗନ୍ତି। ତାଙ୍କ ଚକ୍‌ଲେଟି ଲୁକ୍‌ ଓ ମଜାମସ୍ତି ବାଲା କ୍ୟାରେକ୍ଟର ମତେ ବହୁତ ପସନ୍ଦ। ତେଣୁ ଇଣ୍ଡଷ୍ଟ୍ରିକୁ ଆସିବା ସମୟରେ ତାଙ୍କୁ ଦେଖିଲେ ମତେ ଭଲ ଫିଲ୍‌ ହେଉଥିଲା।

ଘୃଣା କାହାକୁ କରନ୍ତି?
ସତକୁ ସାମ୍‌ନା ନ କରିପାରି ସତକୁ ଲୁଚାଇବା ପାଇଁ ଗୋଟେ ପରେ ଗୋଟେ ମିଛ କହୁଥିବା ଲୋକଙ୍କୁ ମୁଁ ଘୃଣା କରେ।

ଫିଟ୍‌ନେସ୍‌ ରାଜ୍‌?
ପାଣି ଅଧିକା ପିଏ। ମୁଁ ଟିକେ ଅଳସୁଆ। ତାଛଡା ଶୁଟିଂ ସିଡ୍ୟୁଲ ପାଇଁ ଜିମ୍‌ ରେଗୁଲାର୍‌ ଯାଇପାରେନା। ସମୟ ମିଳିଲେ କରେ। ଯୋଗ ବି ସେମିତି ସମୟ ମିଳିଲେ କରେ। ଆଉ ମନ ଭଲ ନ ଥିଲେ ବି ଯୋଗ କରେ।

କେଉଁ ଅଭିନେତ୍ରୀ ଭଲ ଲାଗନ୍ତି?
ଅପରାଜିତା ମହାନ୍ତି। ତାଙ୍କର ଅଭିନୟ, ସୌନ୍ଦର୍ଯ୍ୟ ସବୁକିଛି ମତେ ଭଲ ଲାଗେ। ମୋ ଡାକ ନାଁ ବି ଟିକି। ଇଣ୍ଡଷ୍ଟ୍ରୀରେ କେହି କେହି ମତେ କମ୍ପ୍ଲିମେଣ୍ଟ ବି ଦେଇଛନ୍ତି ତାଙ୍କର ଛାପ ମୋଠି ଅଛି ବୋଲି। ଆଉ ବଲିଉଡ୍‌ରେ ମୋର ପସନ୍ଦ ରାନୀ ମୁଖାର୍ଜୀ।

ଲାଇଫ୍‌ ପାର୍ଟନର୍‌
ବାପାମା’ଙ୍କ ଉପରେ ଛାଡିଛି। ସେମାନେ ଯେଉଁମାନଙ୍କୁ ବାଛିବେ ତା’ଭିତରୁ ଜଣକୁ ବାଛି ଆରେଞ୍ଜ ମ୍ୟାରେଜ୍‌ କରିବି।

ସିନେମା ନା ସିରିୟଲ କେଉଁଥିରେ କାମ କରିବାକୁ ବେଶି ପସନ୍ଦ?
ସିନେମା ଅପେକ୍ଷା ସିରିୟଲରେ କାମ କରିବାକୁ ବେଶି ପସନ୍ଦ କରେ। କାହିଁକି ନା ଓଡିଆ ସିନେମାକୁ ବହୁତ କମ୍‌ ଲୋକ ଯାଉଛନ୍ତି ଦେଖିବାକୁ। ଆଉ ସିରିୟଲକୁ ଘରେ ଘରେ ଟିଭି ପରଦାରେ ଦେଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?