Posted inଜାତୀୟ

ଘୃଣା ମନ୍ତବ୍ୟ ଏକ ଆତଙ୍କ

ନୂଆଦିଲ୍ଲୀ,୧୪।୧: ଘୃଣା ମନ୍ତବ୍ୟକୁ ସୁପ୍ରିମକୋର୍ଟ ଏକ ‘ସମ୍ପୂର୍ଣ୍ଣ ଆତଙ୍କ’ ରୂପେ ଅଭିହିତ କରିବା ସହ ଏଥିପାଇଁ ଟିଭି ନ୍ୟୁଜ୍‌ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣର ଅଭାବକୁ ଦାୟୀ କରିଛନ୍ତି। ଭାରତୀୟ ଗଣମାଧ୍ୟମ ମୁକ୍ତ ଓ ସନ୍ତୁଳିତ ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ ଏବଂ ବି.ଭି. ନାଗରନତ୍ା କହିଛନ୍ତି।
ବଢ଼ିଚାଲିଥିବା ଘୃଣା ମନ୍ତବ୍ୟ ଉପରେ ଲଗାମ ଲଗାଇବା ଏବଂ ମନ୍ତବ୍ୟ ପ୍ରଦାନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି। ଦୁଇଜଣିଆ ଖଣ୍ଡପୀଠ ଶୁକ୍ରବାର ସେଗୁଡ଼ିକର ଶୁଣାଣିକରି କହିଛନ୍ତି, ଆଜିକାଲି ସବୁକିଛି ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକର ଟେଲିଭିଜନ୍‌ ରେଟିଂ ପଏଣ୍ଟ (ଟିଆର୍‌ପି) ବଢ଼ାଇବା ପାଇଁ ଚାଲିଛି। ଚ୍ୟାନେଲଗୁଡ଼ିକ ପରସ୍ପର ସହ ପ୍ରତିଯୋଗିତା କରି ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି। ଜଣେ ଖବର ଉପସ୍ଥାପକ ଉଦ୍ଦେଶ୍ୟମୂଳକ ଭାବେ ଘୃଣା ମନ୍ତବ୍ୟ ବିସ୍ତାର କରୁଥିଲେ ତାଙ୍କ କାର୍ଯ୍ୟକ୍ରମକୁ କାହିଁକି ତତ୍କାଳ ବନ୍ଦ କରାଯିବ ନାହିଁ। ପ୍ରିଣ୍ଟ ମିଡିଆ ବା ଛାପା ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ପ୍ରେସ୍‌ କାଉନ୍ସିଲ ଅଫ୍‌ ଇଣ୍ଡିଆ (ପିସିଆଇ) ରହିଛି। କିନ୍ତୁ ନ୍ୟୁଜ୍‌ ଚ୍ୟାନେଲ ପାଇଁ ଏପରି ନିୟନ୍ତ୍ରକ ସଂସ୍ଥା କାହିଁକି ନାହିଁ। ଆମେ ଅଭିବ୍ୟକ୍ତି ସ୍ବାଧୀନତା ଚାହୁଁ କିନ୍ତୁ ବହୁମୂଲ୍ୟ ଦେଇ ନୁହେଁ। ଦେଶରେ ଘୃଣା ମନ୍ତବ୍ୟ ଏକ ‘ସମ୍ପୂର୍ଣ୍ଣ ଆତଙ୍କ’ ପାଲଟିଛି, ଯାହାକି ବନ୍ଦ ହେବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।
ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ଶଙ୍କର ମିଶ୍ରା ପରିସ୍ରା କରିବା ଘଟଣାରେ ମିଡିଆ ଟ୍ରାଏଲ୍‌କୁ ନେଇ ଖଣ୍ଡପୀଠ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ଜଣକଙ୍କ ବିରୋଧରେ ମାମଲା ବିଚାରାଧୀନ ରହିଛି। ତାଙ୍କୁ କଳଙ୍କିତ କରିବା ଅନୁଚିତ। କାରଣ ସମସ୍ତଙ୍କ ଆମତ୍ସମ୍ମାନ ରହିଛି। ଏକଥା ମିଡିଆରେ କାର୍ଯ୍ୟରତ ଲୋକେ ବୁଝିବା ଦରକାର। ଅନେକ ସମୟରେ ବିତର୍କର ସିଧାପ୍ରସାରଣ ଚାଲିଥିବାବେଳେ ଆଙ୍କର ପ୍ୟାନେଲରେ ବସିଥିବା ବକ୍ତାଙ୍କ ବିରୋଧୀ ମତକୁ ଅନୁମତି ଦେଇ ନ ଥାଆନ୍ତି ଅଥବା ତାଙ୍କ ସ୍ବରକୁ ମ୍ୟୁଟ୍‌ କରିଦିଅନ୍ତି। ଟିଭି ଚ୍ୟାନେଲଗୁଡ଼ିକରେ କାର୍ଯ୍ୟକ୍ରମର ସଂହିତା ଉଲ୍ଲଂଘନ ଅଭିଯୋଗ ଆସିଲେ ମ୍ୟାନେଜମେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଲ’ କମିଶନଙ୍କୁ ମିଳିବନି ବୈଧାନିକ ସଂସ୍ଥା ମାନ୍ୟତା

ଭାରତର ଲ’ କମିଶନଙ୍କୁ ଏକ ସାମ୍ବିଧାନିକ ସଂସ୍ଥା ଭାବେ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍‌ ଦାଖଲ ହୋଇଥିଲା। ସମ୍ବିଧାନର ତତ୍ତ୍ୱାବଧାରକ ଏବଂ ମୌଳିକ ଅଧିକାରଗୁଡ଼ିକର ସୁରକ୍ଷାଦାତା ଭାବେ ସୁପ୍ରିମକୋର୍ଟ ୨୨ତମ ଲ’ କମିଶନ ପାଇଁ ଚେୟାରପର୍ସନ ତଥା ସଦସ୍ୟମାନଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ କେନ୍ଦ୍ରକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆଇନଜୀବୀ ଏଥିରେ ଉଲ୍ଲେଖ କରିଥିଲେ। ସର୍ବୋଚ୍ଚ ଅଦାଲତ ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି, ଆଇନ ମନ୍ତ୍ରଣାଳୟ ପକ୍ଷରୁ ୨୨ତମ ଲ’ କମିଶନ ଗଠନ ହୋଇସାରିଛି। ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁସାରେ ଏହା ବ୍ୟବସ୍ଥାପିକା ଅଧୀନରେ ଆସୁଛି। ଆମେ ଏହା ଉପରେ କିଛି କରିପାରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌, ନିର୍ଦ୍ଦେଶ ଜାରି କଲେ ଜିଲାପାଳ

ପୁରୀ,୪ା୫: ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଚିକିଲିରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି।...

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

ବାୟୁସେନା ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଆହତ

ନୂଆଦିଲ୍ଲୀ,୪ା୫: ଶନିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର...

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ, କହିଲେ ସଫଳ ବିବାହାର ଆଧାର ସହନଶୀଳତା

ନୂଆଦିଲ୍ଲୀ,୪।୫: ସୁଖି ଦାମ୍ପତ୍ୟ ଜୀବନ ବିଷୟରେ ପରାମର୍ଶଦାତା ପରି ସୁପ୍ରିମକୋର୍ଟ କିଛି ଟିପ୍ସ ଦେଇଛନ୍ତି। ଶୁକ୍ରବାର କୋର୍ଟ କହିଛନ୍ତି ଯେ ସହନଶୀଳତା ଏବଂ ସମ୍ମାନ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri