ହାସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶରେ ଆଭ୍ୟନ୍ତରୀଣ ଯୁଦ୍ଧଜନିତ ଅପରାଧକୁ ତଦନ୍ତ କରିବା ଲାଗି ୨୦୦୯ରେ ଗଠିତ ଇଣ୍ଟରନ୍ୟାଶନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ (ଆଇସିଟି) ୧୭ ନଭେମ୍ବରରେ ନିର୍ବାସିତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ମାନବତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛି। ଗତବର୍ଷ ଛାତ୍ରମାନଙ୍କ ଦ୍ୱାରା କରାଯାଇଥିବା ଆନ୍ଦୋଳନକୁ ଦମନ କରିବା ଲାଗି ସେ ଦେଇଥିବା ନିର୍ଦ୍ଦେଶ ଆଧାରରେ ତାଙ୍କ ବିରୋଧରେ ଅପରାଧ ମାମଲା ଚାଲିଥିଲା ବୋଲି କୁହାଯାଉଛି। ରାୟ ପ୍ରକାଶ ପାଇବା ପରେ ହାସିନା ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ କହିଛନ୍ତି, ୨୦୨୪ରେ ଯେଉଁ ଛାତ୍ର ଆନ୍ଦୋଳନ କରାଯାଇଥିଲା ତାହା କଦାପି ପୂର୍ବକଳ୍ପିତ ନ ଥିଲା। ସେହି ବିକ୍ଷୋଭ ଯୋଗୁ ତାଙ୍କ ସରକାରର ପତନ ଘଟିଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ବାଂଲାଦେଶ ମୁକ୍ତି ସଂଗ୍ରାମରେ ଭାଗ ନେଇଥିବା ମୁକ୍ତି ଯୋଦ୍ଧାଙ୍କ ବଂଶଧରମାନଙ୍କୁ ଦିଆଯାଉଥିବା ସଂରକ୍ଷଣକୁ ରଦ୍ଦ କରିବା ନେଇ ଛାତ୍ର ସମାଜ ସେତେବେଳେ ରାସ୍ତାକୁ ଓହ୍ଲାଇଥିଲା। ସେହି ଆନ୍ଦୋଳନକୁ ଦମନ କରିବା ଲାଗି ହାସିନା ସରକାରଙ୍କ ପୋଲିସ ଅତ୍ୟାଚାରରେ ୨୩୦ ଜଣ ଲୋକଙ୍କ ପ୍ରାଣହାନି ଘଟିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ପ୍ରଶମିତ କରିବା ଲାଗି ସୁପ୍ରିମକୋର୍ଟ ଉକ୍ତ ସଂରକ୍ଷଣକୁ ଉଚ୍ଛେଦ କରିବା ଓ ତାହାକୁ ସରକାର ଗ୍ରହଣ କରିଦେଇଥିଲେ ମଧ୍ୟ ବିକ୍ଷୋଭ ଥମି ନ ଥିଲା। କାରଣ ପରବର୍ତ୍ତୀ ସମୟରେ ସେହି ଆନ୍ଦୋଳନକୁ ଇସ୍‌ଲାମିକ ଗୋଷ୍ଠୀ ଅପହରଣ କରି ନେଇ ହିଂସାକାଣ୍ଡ ଜାରି ରଖିଥିଲେ। ଏହାର ପରିଣତି ଆହୁରି ଭୟଙ୍କର ହୋଇଥିଲା ଯେତେବେଳେ ବିକ୍ଷୋଭକାରୀମାନେ ୫ ଅଗଷ୍ଟ ୨୦୨୪ରେ ହାସିନାଙ୍କ ବାସଭବନକୁ ଧସେଇ ପଶି ଛାରଖାର କରିଥିଲେ। ସ୍ଥିତି ଅଶାନ୍ତ ହେଉଥିବା ଦେଖି ହାସିନା ବାଂଲାଦେଶ ରାଜଧାନୀ ଢାକା ଛାଡ଼ି ସେହି ଦିନ ଭାରତକୁ ପଳାଇଥିଲେ। ଉଲ୍ଲେଖ କରାଯାଇପାରେ ଯେ ହାସିନା ପ୍ରଥମେ ୧୯୯୬ରୁ ୨୦୦୧ ଏବଂ ପରେ ୨୦୦୯ରୁ ୨୦୨୪ ଯାଏ ବାଂଲାଦେଶ ପ୍ରଧାନମନ୍ତ୍ରୀ ରହି ଦୀର୍ଘକାଳ ଶାସନ କରିଥିଲେ।
ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ତାହା ଭାରତ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏବେ ସେ ଭାରତରେ ଆଶ୍ରିତ ଅଛନ୍ତି। ବାସ୍ତବରେ ହାସିନା ଯଦି ଭୁଲ କାର୍ଯ୍ୟ କରିଥିବେ ସେ ଦଣ୍ଡିତ ହେବା ଦରକାର। କିନ୍ତୁ ଯଦି ରାଜନୈତିକ ପରିବେଶ ସହିତ ନ୍ୟାୟିକ ରାୟ ବଦଳିଯାଏ, ତାହା ଆଇନର ଶାସନ ଉପରେ ଲୋକଙ୍କ ବିଶ୍ୱାସକୁ ଦୁର୍ବଳ କରିଦିଏ। ଏକଦା ବାଂଲାଦେଶ ମୁକ୍ତି ସଂଗ୍ରାମରେ ହାସିନାଙ୍କ ପିତା ଶେଖ୍‌ ମୁଜିବୁର ରହେମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ହେଲେ ହାସିନା ସରକାରଙ୍କ ବିରୋଧରେ ଯେଉଁଭଳି ଭାବେ ହିଂସାତ୍ମକ ଆନ୍ଦୋଳନ ଦେଖାଦେଲା ସେଥିରେ ମୁଜିବୁରଙ୍କ ପ୍ରତିମୂର୍ତ୍ତିକୁ ସର୍ବସମ୍ମୁଖରେ ଭାଙ୍ଗି ଦିଆଯାଇଥିଲା। ସେଥିରୁ ଆନ୍ଦୋଳନକାରୀଙ୍କ କ୍ରୋଧର ଉତ୍ତାପ ମାପି ହୋଇଯାଇଥିଲା। ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବାର କିଛି ଘଣ୍ଟା ପରେ ବାଂଲାଦେଶର ଅନ୍ତରୀଣ ସରକାର ଔପଚାରିକ ଭାବେ ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତକୁ ଅନୁରୋଧ କରିଛନ୍ତି। ପୂର୍ବରୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ କହି ଆସୁଥିଲେ ମଧ୍ୟ କୌଣସି ଔପଚାରିକ ନୋଟିସ ଦେଇ ନ ଥିଲା। ଚଳିତ ବର୍ଷ ଏପ୍ରିଲରେ ବ୍ୟାଙ୍କକ୍‌ଠାରେ ହୋଇଥିବା ବିମ୍ସଷ୍ଟେକ୍‌ ସମ୍ମିଳନୀ ପୃଷ୍ଠଭୂମିରେ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟ ହୋଇଥିଲେ। ଭାରତରେ ରହି ବାଂଲାଦେଶକୁ ସମାଲୋଚନା କରିବାରୁ ହାସିନା କ୍ଷାନ୍ତ ରହିବା ଉଚିତ ବୋଲି ୟୁନୁସ ସୂଚନା ଦେଇଥିଲେ। କିନ୍ତୁ ଏବେ ହାସିନା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ରାୟ ଦିଆଯାଇଥିବାରୁ ବାଂଲାଦେଶ ତାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ଉପରେ ଚାପ ପକାଇଛି।
ଗଣତାନ୍ତ୍ରିକ ନେତାମାନେ ଯେତେବେଳେ ଏକଚ୍ଛତ୍ରବାଦୀ ହୋଇ ନିଜ ଦେଶର ନାଗରିକଙ୍କ ଉପରେ ଅତ୍ୟାଚାର କରନ୍ତି, ସେତେବେଳେ ସମସ୍ୟା ଜନ୍ମ ନିଏ। ଭୋଟ ମାଧ୍ୟମରେ ଜିତିଆସୁଥିବା ନେତାଙ୍କର ବହୁକାଳ ପର୍ଯ୍ୟନ୍ତ ଅଧିକ ସମର୍ଥକ ଓ ଦଳୀୟ କର୍ମୀ ଦେଶବ୍ୟାପୀ ଖେଦିଯାଇଥାନ୍ତି। ପରବର୍ତ୍ତୀ ସମୟରେ ଯେତେବେଳେ ସାଧାରଣ ଲୋକଙ୍କର ଅସନ୍ତୋଷ ବୃଦ୍ଧି ପାଏ ସେତେବେଳେ ପ୍ରଥମେ ସମର୍ଥକ ଖସିଯାଆନ୍ତି। ତା’ପର ପର୍ଯ୍ୟାୟରେ ଦଳୀୟ କର୍ମୀଙ୍କ ସଂଖ୍ୟା ହ୍ରାସ ପାଇବାକୁ ଲାଗେ। ଯେତେ ସୁଦୃଢ଼ ଦିଶୁଥିଲେ ମଧ୍ୟ ସମୟ ପଡ଼ିଲେ ଗରମ ପାଣିରୁ ବାଷ୍ପ ଉଭାନ ହୋଇଯିବା ଭଳି ଅଧିକାଂଶ ଦଳୀୟ କର୍ମୀ ମଧ୍ୟ ମଞ୍ଚରୁ ଉଭାନ ହୋଇଯାଆନ୍ତି। ସେତେବେଳେ ଆଭ୍ୟନ୍ତରୀଣ ଅସନ୍ତୋଷ ଯେଉଁ ପରିମାଣରେ ବଢ଼େ ବାଂଲାଦେଶରେ ନିକଟ ଅତୀତରେ ହାସିନାଙ୍କ ଘଟଣାରୁ ବୁଝାପଡୁଛି। ଯଦି ଆଭ୍ୟନ୍ତରୀଣ ସମସ୍ୟା ସୃଷ୍ଟି ନ ହୁଏ ତେବେ ଇରାକ୍‌ରେ ବାହ୍ୟ ଶତ୍ରୁ ପ୍ରବେଶ କରି ସଦ୍ଦାମ ହୁସେନଙ୍କୁ ଫାଶୀ ଦେଲାଭଳି ପରିସ୍ଥିତି ସୃଷ୍ଟି ହୁଏ। ଆଜିର ପୃଥିବୀରେ ସବୁ ଗଣତାନ୍ତ୍ରିକ ପଦ୍ଧତିରେ ଜିତି କ୍ଷମତାକୁ ଆସିଥିବା ନେତାମାନେ ବୁଝିବା ଦରକାର ଯେ ତାଙ୍କ ନିଜ ଉପରେ ଏବଂ ତାଙ୍କର ନିକଟତମ ମୁଷ୍ଟିମେୟ ସହଯୋଗୀଙ୍କ ଉପରେ ପ୍ରତ୍ୟେକ ଦିନ ବିପଦର ପରିମାଣ ବୃଦ୍ଧି ପାଉଛି। ଜନସାଧାରଣ ବି ବୁଝିବା ଦରକାର ଯେ ହାସିନାଙ୍କ ଭଳି ଏକଚ୍ଛତ୍ରବାଦୀ ନେତୃତ୍ୱକୁ ଦୀର୍ଘବର୍ଷ କ୍ଷମତାରେ ରଖିଥିବା ହେତୁ ଆଜି ସେହି ଦେଶ ତଳିତଳାନ୍ତ ହୋଇପଡ଼ିଛି। ବାଂଲାଦେଶ ଏବଂ ଇରାକରୁ ଶିକ୍ଷା ନେଇ ସବୁ ଗଣତାନ୍ତ୍ରିକ ନେତାମାନେ ସଜାଗ ହେବା ଦରକାର।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri