ବିହାର: ଏନଡିଏ ପାଇଁ ଆହ୍ବାନ

ବିହାରରେ କ୍ଷମତାସୀନ ଏନ୍‌ଡିଏ ରେକର୍ଡ଼ ବିଜୟ ଲାଭ କରିଛି। ନିର୍ବାଚନରେ ଆର୍‌ଜେଡି ଓ କଂଗ୍ରେସକୁ ନେଇ ଗଠିତ ମହାଗଠବନ୍ଧନ ରାଜନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏନ୍‌ଡିଏ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି।
ଏବେ ନୂଆ ସରକାର ଆଗରେ ଦୁଇଟି ସମସ୍ୟା।
ଗୋଟିଏ ଇସ୍ତାହାର ପ୍ରତିଶ୍ରୁତି ପାଳନ ଓ ଅନ୍ୟଟି ରାଜନୈତିକ ଟଣାଓଟରା। ନିର୍ବାଚନ ପୂର୍ବରୁ ନୀତୀଶ କୁମାର ସରକାରୀ ଭାବେ ରାଜ୍ୟର ବିକାଶ ମିତ୍ରଙ୍କୁ ୨୫ ହଜାର ଲେଖଁାଏ ଟଙ୍କା ପ୍ରଦାନ, ରାଜ୍ୟବାସୀଙ୍କୁ ୧୫୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି, ୩୦ ହଜାର ଶିକ୍ଷା ସେବକଙ୍କୁ ୧୦ ହଜାର ଲେଖଁାଏ ପ୍ରୋତ୍ସାହନ ରାଶି, ବରିଷ୍ଠ ନାଗରିକଙ୍କ ପେନ୍‌ସନ ରାଶି ବୃଦ୍ଧି, ଶିକ୍ଷିତ ବେକାରଙ୍କ ପାଇଁ ୧୦୦୦ ଟଙ୍କା ଭତ୍ତା, ରାଜ୍ୟର ୧୬ ଲକ୍ଷ ନିର୍ମାଣ ଶ୍ରମିକଙ୍କ ପାଇଁ ୫୦୦୦ ଟଙ୍କା ପୋଷାକ ଭତ୍ତା ପ୍ରଦାନ କରିବା ନିମନ୍ତେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ପ୍ରାୟ ୭୫ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଏହା ବିତରଣ କରିଥିଲେ। ପରବର୍ତ୍ତୀ ସମୟରେ ସମୀକ୍ଷା କରାଯାଇ ମହିଳାମାନଙ୍କୁ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ କୁହାଯାଇଥିଲା। ଅର୍ଥାତ୍‌ ନିର୍ବାଚନ ପୂର୍ବରୁ ସମସ୍ତ ବର୍ଗଙ୍କୁ ଖୁସି କରିବାକୁ ନୀତୀଶ ଉଦ୍ୟମ କରିଥିଲେ।
ପ୍ରଥମେ ମହାଗଠବନ୍ଧନ ଓ ପରେ ଏନ୍‌ଡିଏର ଇସ୍ତାହାର ପ୍ରକାଶ ପାଇଲା। ଏନ୍‌ଡିଏ ନିଜ ନିର୍ବାଚନୀ ଇସ୍ତାହାରରେ ରାଜ୍ୟରେ ୧ କୋଟି ନିଯୁକ୍ତି ସୁବିଧା ଯୋଗାଣ ସହ ୧ କୋଟି ଲକ୍ଷପତି ଦିଦି ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦେଇଛି। ୧ କୋଟି ନିଯୁକ୍ତି ସୁବିଧା ମଧ୍ୟରେ ସରକାରୀ ଓ ବେସରକାରୀ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏଥିସହ ଗରିବ ଶ୍ରେଣୀର ପିଲାଙ୍କ ପାଇଁ ପ୍ରଥମରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ, ଘରପିଛା ୧୨୫ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଓ ବିଭିନ୍ନ ବର୍ଗର ଯୁବକଙ୍କ ପାଇଁ ଋଣ ସୁବିଧା ବିଷୟ ଘୋଷଣା କରିଛି। ବିହାରରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଶିକ୍ଷା ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ୨୫.୯%। ନବମରୁ ଦ୍ୱାଦଶ ମଧ୍ୟରେ ଶିକ୍ଷା ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ୨୦.୯%, ଯେତେବେଳେ କି ଜାତୀୟ ହାର ଯଥାକ୍ରମେ ୫.୨% ଓ ୧୦.୯%। ଏହା ବିହାର ଶିକ୍ଷା କ୍ଷେତ୍ରରେ ଏକ ଉଦ୍‌ବେଗଜନକ ବିଷୟ। ଏଣୁ ଇସ୍ତାହାରରେ ଏ ବିଷୟକୁ ଦୃଷ୍ଟିରେ ରଖାଯାଇଥିଲା। ଏନ୍‌ଡିଏ ୨୫ ଦଫା ଇସ୍ତାହାର ମୁଖ୍ୟତଃ ଶିକ୍ଷା, ଯୁବ ଓ ମହିଳା କୈନ୍ଦ୍ରିକ ରହିଥିବା ଅନୁଭବ କରାଯାଉଛି।
ସଂପ୍ରତି ବିହାର ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାର ୨୦ ବର୍ଷ ଶାସନ କ୍ଷମତାରେ ରହିଲେଣି। ଦୁଇ ମେଣ୍ଟର ଇସ୍ତାହାର ଉନ୍ମୋଚନ ଅବସରରେ ବିହାର ସ୍ଥିତି ଲକ୍ଷ୍ୟ କରିବାର କଥା। ସରକାରୀ ତଥ୍ୟ ଅନୁଯାୟୀ ଭାରତର ମୁଣ୍ଡପିଛା ଆୟ ବର୍ତ୍ତମାନ ୧.୮୯ ଲକ୍ଷ ଟଙ୍କା ଥିବାବେଳେ ବିହାରର ମୁଣ୍ଡପିଛା ଆୟ ମାତ୍ର ୬୦,୦୦୦ ଟଙ୍କା। ବିହାରରେ ସହରୀକରଣ ଅନୁନ୍ନତ ଅବସ୍ଥାରେ ରହିଛି। ୨୦୦୧ ମସିହାରେ ଦେଶର ସହରୀକରଣ ୨୭.୯% ଥିବା ସମୟରେ ବିହାରର ସହରୀକରଣ ୧୦.୫% ଥିଲା। ୨୦୨୫ରେ ଦେଶର ସହରୀକରଣ ୮% ବୃଦ୍ଧି ପାଇ ୩୫.୭%ରେ ପହଞ୍ଚତ୍ଥିବାବେଳେ ବିହାର ସହରୀକରଣରେ ମାତ୍ର ୨% ବୃଦ୍ଧି ଘଟି ୧୨.୪% ହୋଇଛି। ବିହାରରେ ବିଗତ ୨୦ ବର୍ଷ ମଧ୍ୟରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇ ନ ପାରିବା ଫଳରେ ରାଜ୍ୟ ଅର୍ଥନୀତିକୁ ଉପତ୍ାଦନଶୀଳ ଉଦ୍ୟୋଗର ଅବଦାନ ଦୁଇ ଦଶନ୍ଧି ପୂର୍ବରୁ ଯାହା ଥିଲା ଏବେ ମଧ୍ୟ ତାହା ଅଛି। ଏହା ୫ରୁ ୬% ମଧ୍ୟରେ ରହିଛି। ଯୁବ ନିଯୁକ୍ତି କ୍ଷେତ୍ରରେ ବିହାର ଦେଶରେ ନବମ ସ୍ଥାନରେ ରହିଛି। ୧୫ରୁ ୨୯ ବର୍ଷ ବୟସ ମଧ୍ୟରେ ଥିବା ମାତ୍ର ୧୬.୭% ଯୁବକଙ୍କୁ ରାଜ୍ୟରେ କାମଧନ୍ଦା ଯୋଗାଣ ସମ୍ଭବ ହୋଇପାରୁଛି। ଏହି କାରଣରୁ ବହୁ ଯୁବକ ପ୍ରବାସୀ ଶ୍ରମିକରେ ପରିଣତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶିଳ୍ପ ପ୍ରତିଷ୍ଠା, ଭିତ୍ତିଭୂମି ଓ ଦକ୍ଷତା ବିକାଶକୁ ଏନ୍‌ଡିଏ ନିଜ ଇସ୍ତାହାରରେ ସ୍ଥାନ ଦେଇଛି। ଏଥିପାଇଁ ୧ ଲକ୍ଷ କୋଟି ଟଙ୍କାର ବିହାର ଶିଳ୍ପ ବିକାଶ ମିଶନ ପାଇଁ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିହାରର ମୋଟ ଘରୋଇ ଉପତ୍ାଦ (ଜିଡିପି) ଅଭିବୃଦ୍ଧି ହାର ୨୨% ଆକଳନ କରାଯାଇଛି। ଏହି ସମୟ ପାଇଁ ରାଜ୍ୟର ଜିଡିପି ୧୧ ଲକ୍ଷ କୋଟି ଆକଳନ କରାଯାଇଛି। ଭିତ୍ତିଭୂମି ଓ ଅନ୍ୟାନ୍ୟ କ୍ଷେତ୍ରରେ ବଜେଟର ୧୪% ବ୍ୟୟବରାଦ ରଖାଯାଇଛି। ମୁଣ୍ଡପିଛା ଆୟ ୧୧% ବଢ଼ିବ ବୋଲି କୁହାଯାଇଛି। ଏହାର ଅର୍ଥ ହେଲା ବିହାର ଏବେ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ। ଦେଖିବାକୁ ଗଲେ ଏହା ଏକ ଆକଳନ। ୨୦୨୬ ବଜେଟ ଉପସ୍ଥାନ ସମୟରେ ପ୍ରକୃତ ସ୍ଥିତି ଜଣାପଡ଼ିବ।
ଆର୍ଥିକ ଦୃଷ୍ଟିରୁ ଦେଖିଲେ ବିହାର ଏକ ଦୁର୍ବଳ ରାଜ୍ୟ। କ୍ୟାଗର ୨୦୧୩-୨୦୨୩ ରିପୋର୍ଟରେ ଏହା ଦର୍ଶାଯାଇଛି। ରାଜ୍ୟର ମୋଟ ବଜେଟ ପରିମାଣର ୩୫ରୁ ୭୦ ଶତାଂଶ କର୍ମଚାରୀଙ୍କ ଦରମା, ପେନ୍‌ସନ ଓ ସୁଧ ପରିଶୋଧରେ ବ୍ୟୟ ହୋଇଥାଏ। ମୋଟ ଘରୋଇ ଉପତ୍ାଦରେ ଦେଶରେ ବିହାର ୧୫ତମ ସ୍ଥାନରେ ରହିଛି। ବିହାରର ଆର୍ଥିକ ନିଅଣ୍ଟ ୯%କୁ ଛୁଇଁବାକୁ ବସିଲାଣି। ଆର୍ଥିକ ଦାୟିତ୍ୱବୋଧ ଓ ବଜେଟ ପରିଚାଳନା ନିୟମାବଳୀ ଅନୁଯାୟୀ ଏହା ୪%ରେ ସୀମିତ ରହିବା ଆବଶ୍ୟକ। ରାଜ୍ୟର ରାଜସ୍ବ ନିଅଣ୍ଟ ୨୦୨୨-୨୩ରେ ୧୧୨୮୮କୋଟି ଟଙ୍କା ଥିଲା। ନିଜସ୍ବ ଟିକସ ଏବଂ ଅଣଟିକସ ରାଜସ୍ବ ପରିମାଣ ମୋଟ ରାଜସ୍ବର ୩୭% ହୋଇଥିବାବେଳେ ଅନୁଦାନ ଓ ବିଭିନ୍ନ ସୂତ୍ରରୁ ରାଜ୍ୟ ପ୍ରାପ୍ୟ ବାବଦକୁ କେନ୍ଦ୍ର ୬୩% ପ୍ରଦାନ କରିଥାଏ। ବିହାରର ଉପତ୍ାଦିକା, ସଞ୍ଚୟ ଓ ଆୟ ବହୁତ କମ୍‌। ତେବେ ଭୋଟର ଆକୃଷ୍ଟ ନିମନ୍ତେ ନିର୍ବାଚନୀ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ସେଥିନିମନ୍ତେ ପାଣ୍ଠି କିପରି ଯୋଗାଡ଼ ହୋଇପାରିବ ତାହା ଏକ ପ୍ରଶ୍ନବାଚୀ।
ନିର୍ବାଚନ ସମୟରେ ପ୍ରଚାର ଓ ପ୍ରସାରରେ ଅତି ସକ୍ରିୟ ରହିଥିଲା ଭାଜପା। କାରଣ ନୀତୀଶଙ୍କ ସହାୟତାରେ ନିଜସ୍ବ ଭୋଟ ବ୍ୟାଙ୍କ ସୃଷ୍ଟି ପାଇଁ ଭାଜପା ଉଦ୍ୟମ କରିଥିଲା। ଏଥିରେ ସଫଳ ମଧ୍ୟ ହୋଇଛି। ଏହି କାରଣରୁ ଏନ୍‌ଡିଏର ନିର୍ବାଚନୀ ଇସ୍ତାହାର ମୁଖ୍ୟତଃ ଭାଜପାର ବୋଲି କୁହାଯାଇପାରେ। ‘ବିକଶିତ ବିହାର’ ନାମରେ ଏନ୍‌ଡିଏର ନିର୍ବାଚନୀ ଇସ୍ତାହାରରେ ୭ଟି ଏକ୍ସପ୍ରେସ ସଡ଼କ, ୧୦ଟି ଶିଳ୍ପ ପାର୍କ, ୫୦ ଲକ୍ଷ ନୂତନ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ରାଜ୍ୟ ଅର୍ଥନୀତି ଦୁର୍ବଳ ଥିବା ଅବସ୍ଥାରେ ସଡ଼କ ଓ ଶିଳ୍ପ ପାର୍କ ପାଇଁ ରାଜ୍ୟ ଅର୍ଥ ଯୋଗାଇବା ସମ୍ଭବ ନୁହେଁ। ଏଣୁ ଏହି ଇସ୍ତାହାର ପାଇଁ କେନ୍ଦ୍ର ଅର୍ଥ ଯୋଗାଇଲେ ପ୍ରକଳ୍ପ ହୋଇପାରିବ। କେନ୍ଦ୍ର ଯେ ଏଥିରେ ଟାଳଟୁଳ ନୀତି ଅବଲମ୍ବନ ନ କରିବ ତାହା କହିହେଉ ନାହିଁ। କାରଣ ଏଥିରେ ରାଜନୈତିକ ଦିଗଟି ରହିବ।
ରାଜନୈତିକ ସମସ୍ୟାଟି ହେଉଛି ଏନ୍‌ଡିଏର ସହଯୋଗୀ ଭାବେ ଭାଜପା ଅଧିକ ଆସନ ଲାଭ କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇପାରୁ ନାହିଁ। ଚଳିତ ଥର ଉଭୟ ଦଳ ସମାନ ସଂଖ୍ୟକ ୧୦୧ଟି ଆସନରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭାଜପା ୮୯ଟି ଆସନରେ ବିଜୟୀ ହୋଇଥିବାବେଳେ ଜେଡି(ୟୁ) ୮୫ ଆସନରେ ବିଜୟୀ ହୋଇଛି। ଏଲ୍‌ଜେପି ୧୯, ହିନ୍ଦୁସ୍ତାନ ଆମ୍‌ ମୋର୍ଚ୍ଚା ୫ ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୪ଟି ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଭାଜପା ନୀତୀଶଙ୍କ ହାତ ଛାଡ଼ିପାରିବ ନାହିଁ। କାରଣ ନୀତୀଶଙ୍କ ସହାୟତାରେ ରାଜ୍ୟରେ ଭାଜପାର କଳେବର ବୃଦ୍ଧି ପାଇଛି। ଏବେ ଭାଜପାର ରାଜ୍ୟରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି ଓ ଗୃହ ବିଭାଗ ମୁଖ୍ୟମନ୍ତ୍ରୀ ରଖିଛନ୍ତି। ଭାଜପା ନିକଟରେ ଅର୍ଥ ବିଭାଗ ରହିଛି। ଚଳିତଥର ନୂଆ କରି ଉପ-ମୁଖ୍ୟମନ୍ତ୍ରୀ ପଦ ଏଲ୍‌ଜେପି ମଧ୍ୟ ଦାବି କରିପାରେ। କାରଣ ମେଣ୍ଟର ଏହା ତୃତୀୟ ବୃହତ୍ତମ ଦଳ। ଭାଜପାର ଆସନ ସଂଖ୍ୟା ଅଧିକ ଥିବାରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ଦାବି କରିପାରେ। ଏଣୁ କହିବାକୁ ଗଲେ ଏନ୍‌ଡିଏର ସଂଖ୍ୟା ବଢ଼ିଛି, ସମସ୍ୟା ବି ବଢ଼ିଛି।
ମୋ: ୯୪୩୭୨୨୯୨୩୩

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri