Posted inଜାତୀୟ

ହରିୟାଣା ରେଜଲ୍ଟ: ଭାଜପାକୁ ଜିତାଇଦେଲେ କେଜରିଓ୍ବାଲ!

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନର ଅନ୍ତିମ ଫଳାଫଳ ସାମ୍ନାକୁ ଆସିଛି। ରାଜ୍ୟରେ ୯୦ ଆସନରୁ ଭାଜପା ୪୮ଟି ଆସନ ପାଇଛି। ସେହିପରି କଂଗ୍ରେସ ମାତ୍ର ୩୯ଟି ଆସନ ହାତେଇ ପାରିଛି। ଫଳାଫଳନୁସାରେ ଭାଜପା ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବକୁ ଯାଉଛି। କ୍ରମାଗତ ତୃତୀୟ ଥର ପାଇଁ ଭାଜପା ହରିୟାଣାରେ କ୍ଷମତା ଦଖଲ କରିବାକୁ ଯାଉଥିବାବେଳେ କଂଗ୍ରେସର ଆଶା ସମ୍ପୂର୍ଣ୍ଣ ରୂପେ ଧୁଳିସାତ୍‌ ହୋଇଯାଇଛି। କଂଗ୍ରେସ ଆଶାବାଦୀ ଥିଲା ଯେ ଏଥର ଦଳ କ୍ଷମତାକୁ ଫେରିବ। କିନ୍ତୁ ଏପରି ହୋଇନାହିଁ। ପୂର୍ବରୁ ୧୦ବର୍ଷ ଧରି କ୍ଷମତାସୀନ ଦଳ ପୁଣି ବହୁମତ ହାସଲ କରି କ୍ଷମତାକୁ ଫେରିଛି।

ତେବେ କଂଗ୍ରେସ ହାରିବାର କାରଣ ଜାଟ୍‌ ଭୋଟ କୁହାଯାଉଥିବାବେଳେ ରାଜନୈତିକ ବିଶେଷଜ୍ଞ ପରାଜୟର ସବୁଠାରୁ ବଡ଼ କାରଣ ଅନ୍ୟକିଛି କହୁଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଯେଉଁ ଆସନଗୁଡିକରେ କଂଗ୍ରେସର ପରାଜିତ ହୋଇଛି ତା’ର ସବୁଠାରୁ ବଡ କାରଣ ହେଉଛି ଆମ ଆଦମୀ ପାର୍ଟି ପ୍ରାର୍ଥୀ। କାରଣ କଂଗ୍ରେସ ଭୋଟ ଏଏପିକୁ ଯାଇଛି।

ଯଦିଓ AAP ହରିୟାଣାରେ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇନାହିଁ, ଦଳ ଜମ୍ମୁ କଶ୍ମୀରରେ ଗୋଟିଏ ଆସନ ଜିତିଛି। ଏନେଇ ଗତକାଲି କେଜରିଓ୍ବାଲ କହିଛନ୍ତି ଯେ, ଜମ୍ମୁ କଶ୍ମୀର ହେଉଛି ପଞ୍ଚମ ରାଜ୍ୟ, ଯେଉଁଠାରେ ଆମ ଆଦମୀ ପାର୍ଟିର ଜଣେ ବିଧାୟକ ବିଜୟୀ ହୋଇଛନ୍ତି। ଆମ ଆଦମୀ ପାର୍ଟିର ପ୍ରାର୍ଥୀ ମେହେରାଜ ମଲିକ ଦୋଡା ଠାରୁ ଭାଜପା ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।

ସୂଚନାଥାଉ କି, ହରିୟାଣା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଏହି ମେଣ୍ଟ ଗଠନ ହୋଇପାରିଲା ନାହିଁ। ଏହା ପରେ କେବଳ ଏଏପି ନିଜ ପ୍ରାର୍ଥୀଙ୍କୁ ୮୯ ଟି ଆସନରେ ଛିଡା କରାଇଥିଲା। ହେଲେ ଗୋଟିଏ ବି ଆସନ ଦଖଲ କରିପାରିଲା ନାହିଁ।

ନିର୍ବାଚନ ପ୍ରଚାର ସମୟରେ କେଜରିୱାଲ ଦାବି କରିଥିଲେ ଯେ ହରିୟାଣାରେ ସରକାର ଏଏପି ସମର୍ଥନ ବିନା ଗଠନ ହେବ ନାହିଁ, କିନ୍ତୁ ଫଳାଫଳ ମଧ୍ୟ ଏହି ଦାବିକୁ ଭୁଲ ପ୍ରମାଣିତ କରିଛି। କେଜ୍ରିୱାଲଙ୍କ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ବଡ଼ ପରାଜୟ ସମ୍ମୁଖୀନ ହୋଇଛି। ତେବେ ଭୋଟ ଗଣିତକୁ ଦେଖିଲେ ଜାଣି ପାରିବା ଯେ, ମେଣ୍ଟ ଆଲୋଚନା ବିଫଳ ହେବାରୁ ଏଏପି କଂଗ୍ରେସ ସିଟ୍‌ରେ ମଧ୍ୟ ପ୍ରାର୍ଥୀ ଦେଇଥିଲା। ଯେଉଁ କାରଣରୁ ଭୋଟ ବ୍ୟାଙ୍କ୍‌ ବାଣ୍ଟି ହୋଇ ଯାଇଥିଲା। ଏମିତି କିଛି ଆସନ ଅଛି ଯେଉଁଥିରେ କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିବା ଦେଖିବାକୁ ମିଳିଛି।

ଯଦି ଆମେ ଭୋଟ ପ୍ରତିଶତକୁ ଦେଖିବା ତେବେ ଭାଜପାର ଭୋଟ ପ୍ରତିଶତ ୩୯.୯୪ ହୋଇଥିବାବେଳେ କଂଗ୍ରେସର ଭୋଟ ପ୍ରତିଶତ ୩୯.୩୧ ଓ AAP ର ଭୋଟ ପ୍ରତିଶତ- ୧.୭୯। ଏଭଳି ପରିସ୍ଥିତିରେ ଯଦି ଆମେ କଂଗ୍ରେସ ଏବଂ AAP ର ଭୋଟ ପ୍ରତିଶତକୁ ଏକାଠି କରିବା, ତେବେ ଏହା ଭାଜପାର ଭୋଟ ପ୍ରତିଶତ ଠାରୁ ପ୍ରାୟ ୧ ପ୍ରତିଶତ ଅଧିକ।

ଗତକାଲି ହରିୟାଣା ରେଜଲ୍ଟ ପରେ ଆମ ଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିଓ୍ବାଲ କଂଗ୍ରେସର ପରାଜୟକୁ ନେଇ କମେଣ୍ଟ କରିଛନ୍ତି। କଂଗ୍ରେସର କଟା ଘା’ରେ ଚୂନ ଦେଇ ସେ କହିଛନ୍ତି ଯେ, ନିର୍ବାଚନରେ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍‌ ନୁହେଁ। ପ୍ରତ୍ୟେକ ନିର୍ବାଚନର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ଆପଣ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ। କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍‌ ନୁହେଁ କାରଣ ପ୍ରତ୍ୟେକ ଆସନ ଏକ ଚ୍ୟାଲେଞ୍ଜ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?