ହାର୍ଭାର୍ଡ ଛାତ୍ରରୁ ସିରିଏଲ୍‌ କିଲର

ଓ୍ବାଶିଂଟନ୍‌,୧୨ା୬: ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିବା କୁଖ୍ୟାତ୍‌ ଗଣିତଜ୍ଞ ଟେଡ୍‌ କଜିନ୍‌ସ୍କିଙ୍କ ଶନିବାର ୮୧ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଆମେରିକାର ନର୍ଥ କାରୋଲିନା ଜେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ୟୁନାବମ୍ବର ନାମରେ କୁଖ୍ୟାତ୍‌ ଏହି ସିରିଏଲ୍‌ କିଲର ୧୯୭୮ରୁ ୧୯୯୫ ମଧ୍ୟରେ ୧୬ ଥର ବିସ୍ଫୋରଣ ଘଟାଇଥିଲେ। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୩ ଆହତ ହୋଇଥିଲେ। ଦୁଇ ଦଶନ୍ଧି ଧରି ପୋଲିସ ଆଖିରେ ଧୂଳିଦେଇ ଚମ୍ପଟ ମାରିବା ପରେ ୧୯୯୬ ଏପ୍ରିଲରେ ୟୁନାବମ୍ବରଙ୍କୁ ମୋଣ୍ଟାନାସ୍ଥିତ ତାଙ୍କ ନିଃସଙ୍ଗ କ୍ୟାବିନରୁ ଗିରଫ କରାଯାଇଥିଲା। ତାଙ୍କୁ ବିନା ପାରୋଲରେ ୪ ଥର ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ୧୯୪୨ ମେ’ ୨୨ରେ ଶିକାଗୋରେ କଜିନ୍‌ସ୍କିଙ୍କ ଜନ୍ମ। ୧୯୭୦ ଦଶକ ଶେଷାର୍ଦ୍ଧରୁ ୧୯୮୦ ଦଶକ ମଧ୍ୟରେ କଜିନ୍‌ସ୍କି ଦେଶବ୍ୟାପୀ ବିସ୍ଫୋରଣ ଅଭିଯାନ ଚଳାଇ ଆତଙ୍କବାଦୀ ସାଜିଥିଲେ। ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ତାଙ୍କୁ ୟୁନିଭର୍ସିଟି ଏବଂ ଏୟାରଲାଇନ୍‌ ବମ୍ବର ମିଶ୍ରଣରେ ୟୁନାବମ୍ବର ନାମ ଦେଇଥିଲା। ୧୯୯୫ରେ ୟୁନାବମ୍ବର ଓ୍ବାଶିଂଟନ ପୋଷ୍ଟ ଓ ନ୍ୟୁୟର୍କ ଟାଇମ୍ସ ତାଙ୍କର ୩୫,୦୦୦ ଶବ୍ଦ ସମ୍ବଳିତ ମେନିଫେଷ୍ଟୋ ପ୍ରକାଶ କରୁ ବୋଲି ଦାବି କରିଥିଲେ। ସେମାନେ ମନା କଲେ ଏକ ଅଜ୍ଞାତ ସ୍ଥାନରେ ଏକ ବୋମା ବିସ୍ଫୋରଣ କରିବେ ବୋଲି ସେ ଧମକ ଦେଇଥିଲେ। ଫଳରେ ଆମେରିକାର ଆଟର୍ନି ଜେନେରାଲ ଏବଂ ଏଫ୍‌ବିଆଇ ଡାଇରେକ୍ଟର ମେନିଫେଷ୍ଟୋ ପ୍ରକାଶନ ପାଇଁ ସୁପାରିସ କରିଥିଲେ। ଓ୍ବ୍‌ାଶିଂଟନ୍‌ ପୋଷ୍ଟରେ ନ୍ୟୁଜ୍‌ ସେକ୍ସନ ବ୍ୟତୀତ ୮ ପୃଷ୍ଠା ସମ୍ବଳିତ ଏହାର ଏକ ସପ୍ଲିମେଣ୍ଟ ପ୍ରକାଶ ପାଇଥିଲା। ନ୍ୟୁୟର୍କ ଟାଇମ୍ସ ମଧ୍ୟ ତାଙ୍କ ‘ଇଣ୍ଡଷ୍ଟ୍ରିଆଲ ସୋସାଇଟି ଆଣ୍ଡ ଇଟ୍ସ ଫ୍ୟୁଚର’ ଶୀର୍ଷକ ଇସ୍ତାହାର ପ୍ରକାଶ କରିଥିଲା। ଶିଳ୍ପ-ବୈଷୟିକ ବ୍ୟବସ୍ଥାକୁ ସେ ଏଥିରେ ଘୋର ବିରୋଧ କରିଥିଲେ। ବିଜ୍ଞାନ ଓ କାରିଗରି ପ୍ରତି ୟୁନାବମ୍ବରଙ୍କ ମନରେ ଥିବା ଘୃଣାଭାବ ଯୋଗୁ ସେ ୟୁନିଭର୍ସିଟି, ଏୟାରଲାଇନ୍ସ ଏବଂ ଟେକ୍ନୋଲୋଜି ସହ ଜଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଥିଲେ। ଜେଲର ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ୧୯୯୮ ମେ’ରେ ୟୁନାବମ୍ବରଙ୍କୁ କଲୋରାଡୋସ୍ଥିତ ଫ୍ଲୋରେନ୍ସର ଏକ ଫେଡେରାଲ ସୁପରମାକ୍ସ ପ୍ରିଜନରେ ରଖାଯାଇଥିଲା। ସେ ୪ ଥର ଆଜୀବନ ଓ ଅତିରିକ୍ତ ୩୦ ବର୍ଷ ଜେଲଦଣ୍ଡ ଭୋଗୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri