Posted inଖେଳ

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ଜମ୍ମୁ-କଶ୍ମୀରର ଉଦୀୟମାନ ଦ୍ରୁତ ବୋଲର ଆକିବ ନବିଙ୍କୁ ଦଳରେ ସାମିଲ କରାଯାଇଛି। ଏବେ ଖବର ମିଳିଛି ଯେ, ବିସିସିଆଇ (BCCI) ଆଉ ଦୁଇଜଣ ଖେଳାଳିଙ୍କୁ ଶ୍ରୀଲଙ୍କା ପଠାଇବାକୁ ନିଷ୍ପତ୍ତି ନେଇଛି।

ହର୍ଷ ଦୁବେ ଏବଂ ତନୁଷ କୋଟିଆନଙ୍କୁ ନେଟ ବୋଲର ଭାବେ ଶ୍ରୀଲଙ୍କା ଗସ୍ତରେ ପଠାଯାଇଛି। ଶ୍ରୀଲଙ୍କାର ପିଚ ସାଧାରଣତଃ ସ୍ପିନ ବୋଲରଙ୍କ ପାଇଁ ସହାୟକ ହୋଇଥାଏ। ଏହା ସତ୍ତ୍ୱେ ହର୍ଷ ଦୁବେ ଓ ତନୁଷ କୋଟିଆନ ମୁଖ୍ୟ ଦଳରେ ସ୍ଥାନ ପାଇନଥିଲେ। ତେବେ ଉଭୟ ବର୍ତ୍ତମାନ ନେଟ ବୋଲର ଭାବେ ଭାରତୀୟ ଦଳ ସହ ଯୋଗଦେବେ।

ସ୍ପିନ ଆକ୍ରମଣକୁ ଦେଖିଲେ ଭାରତୀୟ ଦଳରେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମାନବ ସୁଥାର ଏବଂ ସାରାଂଶ ଜୈନ ରହିଛନ୍ତି। ଜାଡେଜା ଦୀର୍ଘ କିଛି ମାସ ପରେ ଦଳକୁ ଫେରିଛନ୍ତି। ସେ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟଚରେ ଖେଳିନଥିଲେ। ଅନ୍ୟପଟେ, ଆଫଗାନିସ୍ତାନ ବିପକ୍ଷରେ ଡେବ୍ୟୁ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ମାନବ ସୁଥାର ନିଜ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ୩୩ ବର୍ଷୀୟ ସାରାଂଶ ଜୈନ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଶ୍ରୀଲଙ୍କା ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ (ଅଧିନାୟକ), କେ.ଏଲ. ରାହୁଲ (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ରିଷଭ ପନ୍ତ (ଉଇକେଟ୍‌କିପର), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ (ଉଇକେଟ୍‌କିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଆକିବ ନବି, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଗୁରନୂର ବରାଡ଼, ଦେବଦତ୍ତ ପାଡିକ୍କଲ ଏବଂ ସାରାଂଶ ଜୈନ।

 

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା, ବାହାଘର ନା…

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ବାହାଘରକୁ ମାତ୍ର ୨୫ ଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଛନ୍ତି। କଟକ ଜିଲା ନେମାଳ ଥାନା ଅନ୍ତର୍ଗତ…

ମହିଳା ଥାନାରୁ ଚମ୍ପଟ ମାରିଥିଲେ ବଳାତ୍କାର ଅଭିଯୁକ୍ତ: ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର,୭।୮: କମିଶନରେଟ ପୋଲିସ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରୁ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଜଳଖିଆ ଖାଇବା ବାହାନାରେ…

ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ-କର୍ମଚାରୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର…

ଚାରି ବର୍ଷର ବଳାତ୍କାର ପୀଡିତାଙ୍କ ଚିକିତ୍ସା କରିବାକୁ ମନା କଲେ; ଏବେ ହସ୍ପିଟାଲ ଗଣିବ ୧୨ ଲକ୍ଷ

ଗାଜିଆବାଦ,୭।୮: ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲକୁ ଜଣେ ଚାରି ବର୍ଷୀୟ ବଳାତ୍କାର ପୀଡିତାଙ୍କ ପରିବାରକୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୨…

ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସୁଖବୀର ବାଦଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୭।୮: ଶିରୋମଣି ଅକାଳୀ ଦଳ (ଏସଏଡି) ସଭାପତି ସୁଖବୀର ସିଂହ ବାଦଲ ଶୁକ୍ରବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନ ସମୟରେ…

ସାମାଜିକ ଦାୟିତ୍ୱବୋଧ, ସ୍ବଚ୍ଛତା ଆପଣାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ପକ୍ଷରୁ ଶୁକ୍ରବାର…

ଘର ଦେବେ ସଲମାନ: ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆସାମରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ…

ଆକ୍ସନ ମୋଡରେ ବିଜୟ ଥଲାପଥି: ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୮: କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ବିଲ ପୁନଃଆଗତ କରିପାରନ୍ତି ବୋଲି ଆଲୋଚନା ହୋଇଛି। ତାମିଲନାଡୁରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri