Categories: Home Leftଖେଳ

ହରମନପ୍ରୀତ୍‌ଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

ଜୟପୁର, ୧୩ା୧୧: ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ହରମନପ୍ରୀତ୍‌ କୌରଙ୍କ ଏକ ମହମ ପ୍ରତିମୂର୍ତ୍ତିକୁ ଶୁକ୍ରବାର ଉନ୍ମୋଚିତ କରାଯାଇଛି। ଏହା ତାଙ୍କ ପାଇଁ ଏକ ଗୌରବର ମୁହୂର୍ତ୍ତ ବୋଲି ହରମନପ୍ରୀତ୍‌ କହିଛନ୍ତି।

ନହରଗଡ଼ସ୍ଥିତ ଐତିହାସିକ ମ୍ୟୁଜିୟମ ଦ୍ୱାରା ନିର୍ମିତ ଏହି ପ୍ରତିମୂର୍ତ୍ତି ସର୍ବସାଧାରଣ ପ୍ରଦର୍ଶନ ଉଦ୍ଦେଶ୍ୟରେ ରଖାଯିବ। ଏହି ଅବସରରେ ହରମନପ୍ରୀତ୍‌ କହିଛନ୍ତି, ସେ ପ୍ରଥମ ଥର ତାଙ୍କର ଏକ ମହମ ପ୍ରତିମୂର୍ତ୍ତି ଦେଖିବାକୁ ପାଇଛନ୍ତି। ଯେଉଁମାନେ ଏହାର ନିର୍ମାଣ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

କୌରଙ୍କ ଅଧିନାୟକତ୍ୱରେ ଭାରତ ୨୦୨୫ ନଭେମ୍ବରରେ ମହିଳା ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ଜିତିଥିଲା। ଏହି ଐତିହାସିକ ସଫଳତା ପରେ ଜୟପୁର ଓ୍ବାକ୍ସ ମ୍ୟୁଜିୟମ ତରଫରୁ ହରମନପ୍ରୀତଙ୍କ ଏକ ମହମ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା।

Share