Posted inଖେଳ

ଏସିଆନ୍ ଗେମ୍ସରେ ଧ୍ବଜାବାହକ ହେବା ଗର୍ବର କଥା: ହରମନପ୍ରିତ

ନୂଆଦିଲ୍ଲୀ, ୨୧। ୯: ଏସିଆନ୍‌ ଗେମ୍ସ ୨୦୨୩ର ଉଦ୍ଘାଟନୀ ଉତ୍ସବରେ ଭାରତର ପୁରୁଷ ହକି ଦଳର ଅଧିନାୟକ ହରମନପ୍ରିତ୍ ସିଂ ଧ୍ବଜାବାହକ ହେବେ। ତେବେ ମହିଳା ବକ୍ସର ଲଭଲିନା ବୋର୍ଗୋହେନଙ୍କ ସହ ସଂଯୁକ୍ତ ଭାବେ ଧ୍ବଜାବାହକ ହେବା ଗର୍ବର ବିଷୟ ବୋଲି ହରମନପ୍ରିତ୍ କହିଛନ୍ତି। ବଡ ଟୁର୍ନାମେଣ୍ଟରେ ଦେଶର ପ୍ରତିନିଧିତ୍ବ କରିବାର ଏହା ସୁଯୋଗ ମଧ୍ୟ। ଏଥିଲାଗି ସେ ଭାବ ବିଭୋର ହୋଇଥିବା କହିଛନ୍ତି।

ପ୍ରକାଶ ଯେ, ଚାଇନାର ହାଙ୍ଗଝୋରେ ସେପ୍ଟେମ୍ବର ୨୩ରୁ ଏହି ଇଭେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ହରମନ୍‌ପ୍ରୀତ୍‌ ଓ ମହିଳା ବକ୍ସର ଲଭଲିନା ବୋର୍ଗୋହେନଙ୍କୁ ଭାରତର ଧ୍ୱଜାବାହକ ଭାବରେ ଘୋଷଣା କରାଯାଇଛି। ବୁଧବାର ଭାରତୀୟ ଅଲିମ୍ପିକ୍ସ ମହାସଂଘ(ଆଇଓଏ) ପକ୍ଷରୁ ଏହି ଘୋଷଣା କରାଯାଇଛି। ଫଳରେ ଉଦ୍‌ଘାଟନୀ ଉତ୍ସବରେ ଉଭୟ ଖେଳାଳି ଭାରତର ଜାତୀୟ ପତାକା ଧରିବାର ସୁଯୋଗ ପାଇବେ। ଭାରତ ଚଳିତ ଥର ୬୫୫ ଜଣ ଆଥଲେଟଙ୍କୁ ପଠାଇଛି। ଏସିଆନ୍‌ ଗେମ୍ସ ଇତିହାସରେ ଏହା ଭାରତର ସବୁଠାରୁ ବଡ ଦଳ।

ଆଇଓଏରେ ଦୀର୍ଘ ସମୟ ଆଲୋଚନା ପରେ ଏହି ଦୁଇ ଖେଳାଳିଙ୍କ ନାମ ଚୟନ ହୋଇଥିବା ନେଇ ଭାରତୀୟ ଦଳର ଚେଫ୍‌ ଡେ ମିଶନ୍‌ ଭୂପେନ୍ଦ୍ର ସିଂ ବାଜଓ୍ବା ଘୋଷଣା କରିଛନ୍ତି। ୨୦୧୮ ଜାକାର୍ତ୍ତା ଏସିଆନ୍‌ ଗେମ୍ସରେ ନୀରଜ ଚୋପ୍ରା ଭାରତର ଧ୍ୱଜାବାହକ ରହିଥିଲେ। ପ୍ରଥମ ଥର ପାଇଁ ଉଭୟ ପୁରୁଷ ଓ ମହିଳା ଆଥଲେଟଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଦୁଇ ଜଣ ଧ୍ୱଜାବାହକଙ୍କ ନାମ ଘୋଷଣା କରାଯାଇଛି ବୋଲି କହିଛନ୍ତି ବାଜଓ୍ବା।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ

ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri