Categories: ଖେଳ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ: ଘୋଷିତ ହେଲା ୧୮ ଜଣିଆ ଦଳ

ନୂଆଦିଲ୍ଲୀ,୧୨ା୭ : ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ବିସିସିଆଇ ପକ୍ଷରୁ ୧୮ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟକୁ ସାମିଲ କରାଯାଇଛି।

ପ୍ରଥମ ସଂସ୍କରଣ ପାଇଁ ହରମନପ୍ରୀତ୍‌ କୌରଙ୍କୁ ନେତୃତ୍ୱ ଦିଆଯାଇଥିବା ବେଳେ ସ୍ମୃତି ମନ୍ଧାନାଙ୍କୁ ତାଙ୍କର ଡେପୁଟି ଚୟନ କରାଯାଇଛି। ଦଳରେ ୧୫ ଜଣିଆ ମୁଖ୍ୟ ଟିମ୍‌ ସହିତ ୩ ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ଏହା ସହିତ ଶ୍ରୀଲଙ୍କା ସିରିଜରୁ ବାଦ ପଡିଥିବା ସ୍ନେହ ରାଣା, ହରଲିନ୍‌ ଦେଓଲ ଏବଂ ଉଇକେଟ୍‌ କିପର ତାନିୟା ଭାଟିଆ ଦଳକୁ ଫେରିଛନ୍ତି। ଦଳରେ ଦୁଇ ଜଣ ଉଇକେଟ କିପର ରହିଥିବା ବେଳେ ରିଚା ଘୋଷ, ସିମରନ୍‌ ବାହାଦୂର ଏବଂ ପୁନମ ଯାଦବଙ୍କୁ ଷ୍ଟାଣ୍ଡବାଇ ରଖାଯାଇଛି।

ଭାରତୀୟ ଦଳ: ହରମନପ୍ରୀତ କୌର୍‌(ଅଧିନାୟିକା), ସ୍ମୃତି ମନ୍ଧାନା(ଉପ ଅଧିନାୟିକା), ଶେଫାଳି ବର୍ମା, ସଭିନେନି ମେଘନା, ତାନିୟା ଭାଟିଆ(ଉଇକେଟ୍‌ କିପର), ୟସ୍ତିକା ଭାଟିଆ(ଉଇକେଟ୍‌ କିପର), ଦୀପ୍ତି ଶର୍ମା, ରାଜେଶ୍ୱରୀ ଗାଏକ୍ୱାଡ, ପୂଜା ବସ୍ତ୍ରକାର,ମେଘନା ସିଂ, ରେଣୁକା ଠାକୁର, ଜେମିମା ରଡ୍ରିଗ୍ବେସ୍‌, ରାଧା ଯାଦବ, ହରଲିନ୍‌ ଦେଓଲ, ସ୍ନେହ ରାଣଶ। ଷ୍ଟାଣ୍ଡବାଇ: ରିଚା ଘୋଷ, ସିମରନ୍‌ ବାହାଦୂର, ପୁନମ ଯାଦବ

Share