Posted inଖେଳ

‘ମୋ ବଲ୍‌ରେ କୋହଲି ଛକା ମାରିଲେ ଦୁଃଖ ନାହିଁ, ପାଣ୍ଡ୍ୟା-କାର୍ତ୍ତିକ ମାରିଥିଲେ କଷ୍ଟ ପାଇଥାନ୍ତି’

ଇସଲାମାବାଦ,୨।୧୨: ୨୦୨୨ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳକୁ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ମ୍ୟାଚରେ ପରାଜୟ ପରେ ଭାରତୀୟ ଦଳକୁ ଅନେକ ସମାଲୋଚନା କରାଯାଇଥିଲା, କିନ୍ତୁ ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ ଚମତ୍କାର ଥିଲା। ଏହି ଟୁର୍ନାମେଣ୍ଟରେ କୋହଲି ସର୍ବାଧିକ ରନ ସ୍କୋର କରିଥିଲେ। ଏହି ଟୁର୍ନାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ୍‌ରେ ବିରାଟ ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ରେ ଭାରତ ଶୀଘ୍ର ୪ଟି ଉଇକେଟ୍‌ ହରାଇଥିଲା। ଏହା ପରେ ଭାରତର ପରାଜୟ ପ୍ରାୟ ନିଶ୍ଚିତ ଥିଲା, କିନ୍ତୁ କୋହଲି ହାର୍ଦ୍ଦିକଙ୍କ ସହ ଶତକୀୟ ଭାଗିଦାରୀ ବାଣ୍ଟି ଭାରତକୁ ଜିତାଇଥିଲେ।
ଏହା ପରେ ହାର୍ଦ୍ଦିକ ବଡ଼ ସଟ ଖେଳିବାକୁ ସକ୍ଷମ ହୋଇ ନ ଥିଲେ, ତା’ପରେ କୋହଲି ମଧ୍ୟ ମ୍ୟାଚ ଶେଷ କରିଥିଲେ। ଏହି ସମୟରେ ସେ ଚାପରେ ପାକିସ୍ତାନୀ ଦ୍ରୁତ ବୋଲର ହରିସ ରୌଫଙ୍କୁ ଲଗାତାର ୨ଟି ଛକା ମାରି ପାକିସ୍ତାନରୁ ମ୍ୟାଚ ଛଡ଼ାଇ ନେଇଥିଲେ। ଟୁର୍ନାମେଣ୍ଟ ଶେଷ ହେବା ପରେ ମଧ୍ୟ ରୌଫଙ୍କ ବଲ୍‌ରେ ଦୁଇଟି ଛକା ଚର୍ଚ୍ଚାର ବିଷୟ ପାଲଟିଛି।
ଏନେଇ ରୌଫ କହିଛନ୍ତି, ବିରାଟ ଛକା ମାରିଥିବାରୁ ତାଙ୍କର କୌଣସି ଦୁଃଖ ନାହିଁ। ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦୀନେଶ କାର୍ତ୍ତିକ ତାଙ୍କ ବଲରେ ଛକା ମାରିଥାନ୍ତେ, ତେବେ ସେ ଅଧିକ ଯନ୍ତ୍ରଣା ଅନୁଭବ କରିଥାନ୍ତେ। ବିରାଟ କୋହଲିଙ୍କ ବ୍ୟତୀତ ବିଶ୍ୱ କ୍ରିକେଟର କୌଣସି ଖେଳାଳି ତାଙ୍କୁ ଲଗାତାର ଛକା ମାରି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri