ପୁନରୁଦ୍ଧାର ହୋଇପାରୁନି ହରିଡ଼ାଖଣ୍ଡି ବଡ଼ବନ୍ଧ

ବ୍ରହ୍ମପୁର ଅଫିସ,୩ା୩: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧ ନଂ. ୱାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାଙ୍ଗକୁ ବହୁ ସମସ୍ୟା ରହିଛି। ଏହି ୱାର୍ଡରେ ଥିବା ହରିଡ଼ାଖଣ୍ଡି ବଡବନ୍ଧ ଓ ମାଣ୍ଡିଆ ବନ୍ଧର ଦୂଷିତ ପାଣି ମୁଖ୍ୟ ସମସ୍ୟା, ଯାହାଦ୍ୱାରା ଏହି ପୋଖରୀ ଉପରେ ନିର୍ଭର କରୁଥିବା ସ୍ଥାନୀୟ ବାସିନ୍ଦା ଏହି ପାଣି ବ୍ୟବହାର କରିପାରୁ ନାହାନ୍ତି।
ଏହି ୱାର୍ଡରେ ୫୨୯୮ ଭୋଟର ରହିଛନ୍ତି। ଏଥିରୁ ୨୬୬୮ ପୁରୁଷ ଓ ୨୬୩୦ ମହିଳା। ଏହି ୱାର୍ଡରେ ହରିଡାଖଣ୍ଡି, ଧର୍ମନଗର, ଶାନ୍ତି ନଗର ୧ରୁ ୬, ଆନନ୍ଦ ମାର୍ଗ, ଧୋବା ସାହି, ବଡ ସାହି, ରେଡିକା ସାହି, ହରିଜନ ସାହି, ଗୌଡ ସାହି, ତୋଟା ସାହି, କଦଳୀବାଡ ସାହି, ଉତ୍ତରାମୁଖୀ, ବାଉରି ସୁକୁଣ୍ଡା, ଏନାଦ୍ରି ଗଁା, ଗୋଲା ରଘୁନାଥପୁର ଓ ମାଣ୍ଡିଆ ଗଁା ପ୍ରମୁଖ ସାହି ଅନ୍ତର୍ଭୁକ୍ତ। ଏହି ୱାର୍ଡରେ ୭ଟି କମ୍ୟୁନିଟି ସେଣ୍ଟର, କୋଠଘର, ରାସ୍ତା, ଡ୍ରେନେଜ, ୪ଟି ଶୌଚାଳୟ ଓ ପ୍ରଧାନମନ୍ତ୍ରୀ ଓ ଇନ୍ଦିରା ଆବାସ ଯୋଜନା ମାଧ୍ୟମରେ ୮୦୦ ଜଣଙ୍କୁ ଘର ପ୍ରଦାନ କରାଯାଇଛି। ତେବେ ଉକ୍ତ ୱାର୍ଡର ବଡ ସାହିଠାରେ ଡ୍ରେନ୍‌ ସଫେଇ ହେଉ ନ ଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଡ୍ରେନ୍‌ ପାଣି ନିଷ୍କାସନ ହୋଇପାରି ନ ଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ତେବେ ଏହି ୱାର୍ଡରେ ଥିବା ହରିଡାଖଣ୍ଡି ବନ୍ଧ ଅର୍ଥାତ ବଡ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଦୀର୍ଘ ଦିନ ଧରି ହୋଇପାରି ନାହିଁ। ଫଳରେ ପୋଖରୀ ଉପରେ ନିର୍ଭର କରୁଥିବା ବହୁ ବାସିନ୍ଦା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ବିଏମ୍‌ସି ପକ୍ଷରୁ ପୋଖରୀ ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ ନେଇ ୫୦ ଲକ୍ଷ ଟଙ୍କା ବ୍ୟୟରେ ପଦକ୍ଷେପ ଗ୍ରହଣ କରାଯାଇଥିଲେ ସୁଦ୍ଧା ତାହା ଏଯାବତ ସଫଳ ହୋଇନାହିଁ। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଭାବେ ଏହି ୱାର୍ଡରେ ଥିବା ବିଭିନ୍ନ ସମସ୍ୟାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।

 

ୱାର୍ଡରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ଏଠାରେ ଥିବା ବହୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜୀବ ଆବାସ ଓ ଇନ୍ଦିରା ଆବାସ ଯୋଜନାରେ ଘର ମିଳିଛି। ରାସ୍ତା ଓ ଡ୍ରେନ୍‌ କାର୍ଯ୍ୟ ମଧ୍ୟ ହୋଇଛି। ୱାର୍ଡରେ ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ପୋଖରୀର ପୁନରୁଦ୍ଧାର ନେଇ ବିଏମ୍‌ସି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଖୁବ୍‌ ଶୀଘ୍ର ସମସ୍ୟା ସମାଧାନ ହେବ।
– ରାଜେଶ୍ୱର ବେହେରା,ପୂର୍ବତନ କର୍ପୋରେଟର

ଡ୍ରେନ୍‌ ସଫା ହେଉନି। ଫଳରେ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଡ୍ରେନ୍‌ ଉପରେ ପଡ଼ିଥିବା କଂକ୍ରିଟ ଘୋଡଣି ଉଠାଇ ସଫା କରିବାର ଆବଶ୍ୟକତା ରହିଛି।
– ଦଣ୍ଡାସୀ ରାଉତ, ସ୍ଥାନୀୟ ବାସିନ୍ଦା

ପିଇବା ପାଣି ଯୋଗାଣ ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ବି ଶୁଣୁ ନାହାନ୍ତି। ଘରକୁ ପାଇପ୍‌ ଲାଇନ୍‌ ପାଇଁ ବାରମ୍ବାର କହିଛି। ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ମଧ୍ୟ କହିଛି। କିନ୍ତୁ ଆଜି ଯାଏ ପିଇବା ପାଣି ପାଇ ନାହିଁ।
– ସାଈବାଣୀ ସାହ, ସ୍ଥାନୀୟ ବାସିନ୍ଦା

ବଡସାହିରେ ଷ୍ଟ୍ରିଟ୍‌ ଲାଇଟର ଆବଶ୍ୟକତା ରହିଛି। ସାହି ମଝି ଭାଗରେ ଷ୍ଟ୍ରିଟ ଲାଇଟ ନ ଥିବାରୁ ସନ୍ଧ୍ୟା ହେଲେ ରାସ୍ତା ଅନ୍ଧକାର ହେଉଛି। ଫଳରେ ବହୁ ବୃଦ୍ଧା ବୃଦ୍ଧ ଯିବା ଆସିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
– ସବିତା ମହାଙ୍କୁଡ, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

ଗଞ୍ଜାମ ସହରରେ ଗୁଟଖା ତମାଖୁ କଳାବଜାର, ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ): ଗତ କିଛି ଦିନ ହେଲା ଗଞ୍ଜାମ ସହରରେ ଗୁଟଖା କଳା ବଜାର ହେଉଛି ।ପୂର୍ବରୁ ରାଧା ଖଇନି, ପାନ ମସଲା ବିମଳ, ସଫଳ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri