ପୁନରୁଦ୍ଧାର ହୋଇପାରୁନି ହରିଡ଼ାଖଣ୍ଡି ବଡ଼ବନ୍ଧ

ବ୍ରହ୍ମପୁର ଅଫିସ,୩ା୩: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧ ନଂ. ୱାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାଙ୍ଗକୁ ବହୁ ସମସ୍ୟା ରହିଛି। ଏହି ୱାର୍ଡରେ ଥିବା ହରିଡ଼ାଖଣ୍ଡି ବଡବନ୍ଧ ଓ ମାଣ୍ଡିଆ ବନ୍ଧର ଦୂଷିତ ପାଣି ମୁଖ୍ୟ ସମସ୍ୟା, ଯାହାଦ୍ୱାରା ଏହି ପୋଖରୀ ଉପରେ ନିର୍ଭର କରୁଥିବା ସ୍ଥାନୀୟ ବାସିନ୍ଦା ଏହି ପାଣି ବ୍ୟବହାର କରିପାରୁ ନାହାନ୍ତି।
ଏହି ୱାର୍ଡରେ ୫୨୯୮ ଭୋଟର ରହିଛନ୍ତି। ଏଥିରୁ ୨୬୬୮ ପୁରୁଷ ଓ ୨୬୩୦ ମହିଳା। ଏହି ୱାର୍ଡରେ ହରିଡାଖଣ୍ଡି, ଧର୍ମନଗର, ଶାନ୍ତି ନଗର ୧ରୁ ୬, ଆନନ୍ଦ ମାର୍ଗ, ଧୋବା ସାହି, ବଡ ସାହି, ରେଡିକା ସାହି, ହରିଜନ ସାହି, ଗୌଡ ସାହି, ତୋଟା ସାହି, କଦଳୀବାଡ ସାହି, ଉତ୍ତରାମୁଖୀ, ବାଉରି ସୁକୁଣ୍ଡା, ଏନାଦ୍ରି ଗଁା, ଗୋଲା ରଘୁନାଥପୁର ଓ ମାଣ୍ଡିଆ ଗଁା ପ୍ରମୁଖ ସାହି ଅନ୍ତର୍ଭୁକ୍ତ। ଏହି ୱାର୍ଡରେ ୭ଟି କମ୍ୟୁନିଟି ସେଣ୍ଟର, କୋଠଘର, ରାସ୍ତା, ଡ୍ରେନେଜ, ୪ଟି ଶୌଚାଳୟ ଓ ପ୍ରଧାନମନ୍ତ୍ରୀ ଓ ଇନ୍ଦିରା ଆବାସ ଯୋଜନା ମାଧ୍ୟମରେ ୮୦୦ ଜଣଙ୍କୁ ଘର ପ୍ରଦାନ କରାଯାଇଛି। ତେବେ ଉକ୍ତ ୱାର୍ଡର ବଡ ସାହିଠାରେ ଡ୍ରେନ୍‌ ସଫେଇ ହେଉ ନ ଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଡ୍ରେନ୍‌ ପାଣି ନିଷ୍କାସନ ହୋଇପାରି ନ ଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ତେବେ ଏହି ୱାର୍ଡରେ ଥିବା ହରିଡାଖଣ୍ଡି ବନ୍ଧ ଅର୍ଥାତ ବଡ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଦୀର୍ଘ ଦିନ ଧରି ହୋଇପାରି ନାହିଁ। ଫଳରେ ପୋଖରୀ ଉପରେ ନିର୍ଭର କରୁଥିବା ବହୁ ବାସିନ୍ଦା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ବିଏମ୍‌ସି ପକ୍ଷରୁ ପୋଖରୀ ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ ନେଇ ୫୦ ଲକ୍ଷ ଟଙ୍କା ବ୍ୟୟରେ ପଦକ୍ଷେପ ଗ୍ରହଣ କରାଯାଇଥିଲେ ସୁଦ୍ଧା ତାହା ଏଯାବତ ସଫଳ ହୋଇନାହିଁ। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଭାବେ ଏହି ୱାର୍ଡରେ ଥିବା ବିଭିନ୍ନ ସମସ୍ୟାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।

 

ୱାର୍ଡରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ଏଠାରେ ଥିବା ବହୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜୀବ ଆବାସ ଓ ଇନ୍ଦିରା ଆବାସ ଯୋଜନାରେ ଘର ମିଳିଛି। ରାସ୍ତା ଓ ଡ୍ରେନ୍‌ କାର୍ଯ୍ୟ ମଧ୍ୟ ହୋଇଛି। ୱାର୍ଡରେ ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ପୋଖରୀର ପୁନରୁଦ୍ଧାର ନେଇ ବିଏମ୍‌ସି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଖୁବ୍‌ ଶୀଘ୍ର ସମସ୍ୟା ସମାଧାନ ହେବ।
– ରାଜେଶ୍ୱର ବେହେରା,ପୂର୍ବତନ କର୍ପୋରେଟର

ଡ୍ରେନ୍‌ ସଫା ହେଉନି। ଫଳରେ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଡ୍ରେନ୍‌ ଉପରେ ପଡ଼ିଥିବା କଂକ୍ରିଟ ଘୋଡଣି ଉଠାଇ ସଫା କରିବାର ଆବଶ୍ୟକତା ରହିଛି।
– ଦଣ୍ଡାସୀ ରାଉତ, ସ୍ଥାନୀୟ ବାସିନ୍ଦା

ପିଇବା ପାଣି ଯୋଗାଣ ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ବି ଶୁଣୁ ନାହାନ୍ତି। ଘରକୁ ପାଇପ୍‌ ଲାଇନ୍‌ ପାଇଁ ବାରମ୍ବାର କହିଛି। ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ମଧ୍ୟ କହିଛି। କିନ୍ତୁ ଆଜି ଯାଏ ପିଇବା ପାଣି ପାଇ ନାହିଁ।
– ସାଈବାଣୀ ସାହ, ସ୍ଥାନୀୟ ବାସିନ୍ଦା

ବଡସାହିରେ ଷ୍ଟ୍ରିଟ୍‌ ଲାଇଟର ଆବଶ୍ୟକତା ରହିଛି। ସାହି ମଝି ଭାଗରେ ଷ୍ଟ୍ରିଟ ଲାଇଟ ନ ଥିବାରୁ ସନ୍ଧ୍ୟା ହେଲେ ରାସ୍ତା ଅନ୍ଧକାର ହେଉଛି। ଫଳରେ ବହୁ ବୃଦ୍ଧା ବୃଦ୍ଧ ଯିବା ଆସିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
– ସବିତା ମହାଙ୍କୁଡ, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri