ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କଲେ ହରିଚନ୍ଦନ

ଭୁବନେଶ୍ୱର, ୩୧।୭(ସୁନିତ୍‌ ମିଶ୍ର): ବିଧାନସଭାରେ ସାଧାରଣ ବଜେଟ ନେଇ ମଙ୍ଗଳବାର ଅପରାହ୍ନରେ ଚାଲିଥିବା ଆଲୋଚନା ସମୟରେ ପଏଣ୍ଟ ଅଫ୍‌ ଅର୍ଡର ଆଣି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ୨୪ ବର୍ଷ ସରକାର ପରେ ମାତ୍ର ୨ ମାସ ଧରି ବିରୋଧୀ ଦଳରେ ବସିବାର ସୁଯୋଗ ପାଇଥିବା ବିଜେଡି ସଦସ୍ୟ ବନ୍ଧୁମାନଙ୍କୁ ଅନୁରୋଧ ଯେ, ବିରୋଧୀ ଦଳରେ ବସିବାର ଅଭ୍ୟାସ କରନ୍ତୁ। ଆପଣମାନଙ୍କ ୨୪ ବର୍ଷର କୁଶାସନର ପ୍ରଭାବ ଏ ପର୍ଯ୍ୟନ୍ତ ଶାସନତନ୍ତ୍ର ଉପରୁ ଯାଇନାହିଁ। ଧୈର୍ଯ୍ୟ ଧରନ୍ତୁ ଖୁବ୍‌ଶୀଘ୍ର ଭାଜପା ତା’ର ବିକଶିତ ଓଡ଼ିଶା ଏଜେଣ୍ଡାର କ୍ରିୟାନ୍ବୟନ ପ୍ରକ୍ରିୟାକୁ ଗତିଶୀଳ କରିବ। ମାତ୍ର ବର୍ଷକ ଭିତରେ ଲୋକ ଆପଣଙ୍କ ସରକାରକୁ ଏବଂ ଆପଣଙ୍କୁ ମଧ୍ୟ ଭୁଲିଯିବେ। ଏ ଗ୍ୟାରେଣ୍ଟି ପବିତ୍ର ଗୃହରେ ଦେଉଛି। ଅତୀତରେ ୨୦୦୦ ମସିହାର କଂଗ୍ରେସକୁ ମଧ୍ୟ ଆମେ ଦେଖିଥିଲୁ। ଶାସନ ଗାଦିରୁ ହଟିଯିବା ପରେ ମଧ୍ୟ ସେମାନେ ଛାୟା ଶାସକ ଦଳ ଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ। ପରବର୍ତ୍ତୀ ସମୟରେ ଯେତେ ନିର୍ବାଚନ ହେଲା ସେମାନଙ୍କ ସ୍ଥିତି କ’ଣ ହେଲା କହିବାର ଆବଶ୍ୟକତା ନାହିଁ। ତେଣୁ ରାଜନୀତିରେ ଅହଂକାରର ସ୍ଥାନ ନାହିଁ। ଯିଏ ଅହଂକାର କରିଛି ତା’ର ରାଜନୀତି ଶେଷ ହୋଇଯାଇଛି। ବିରୋଧୀ ଦଳ ନେତା ଯେଉଁ ଆଚରଣ ଗୃହରେ ଦେଖାଇଛନ୍ତି ତାହା ଅଶୋଭନୀୟତାକୁ ପ୍ରଦର୍ଶନ କରିଛି। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ପଏଣ୍ଟ ଅଫ୍‌ ଅର୍ଡର ଉଠାଇବା ହେଉ କିମ୍ବା ବଜେଟ ଭାଷଣର ଉତ୍ତରରେ ‘ଜୁମ୍‌ଲା’ ଶବ୍ଦର ବ୍ୟବହାର କରିବା ୨୪ ବର୍ଷର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦାର ଅସମ୍ମାନ କରିଛି। ବିରୋଧୀ ଦଳ ନେତାଙ୍କ ଭାଷାରେ ଯଦି ରାଜ୍ୟର ବଜେଟ ଏକ ଜୁମ୍‌ଲା, ତେବେ ସେ ୨୪ ବର୍ଷ ଧରି ଏହି ପବିତ୍ର ଗୃହରେ ଯେଉଁ ଜୁମ୍‌ଲା ଉପସ୍ଥାପନ କରିଥିଲେ ତା’ର ଉତ୍ତର କିଏ ଦେବେ। ସେ ପ୍ରଥମ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହନ୍ତି ଯିଏ ବିରୋଧୀ ଦଳ ଆସନରେ ବସିଛନ୍ତି। ବିରୋଧୀ ଦଳ ନେତାଙ୍କ ଆଚରଣ ଓ ଉଚ୍ଚାରଣରେ ସଂଯମ ରହୁ। ଆପଣଙ୍କ ସରକାର ସମୟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ୫୦ ଲକ୍ଷ ଟଙ୍କା ପ୍ରତି ପଞ୍ଚାୟତକୁ ଦେବା କଥା ହେଉ, ୧୪୦ଟି ଯୋଜନାର ଘୋଷଣା, ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ୪୦୦ କୋଟିର କର୍ପସ ଫଣ୍ଡ, ଚାଷୀଙ୍କୁ ଏମ୍‌ଏସ୍‌ପି ୨,୭୦୦ ଟଙ୍କା ଦେବା ପାଇଁ ବାରମ୍ବାର ଚିତ୍କାର କରୁଥିଲେ, ହେଲେ ତାହା କରାଯାଉ ନ ଥିଲା। ଏଭଳି ବହୁ ମିଛ ପ୍ରତିଶ୍ରୁତି ତତ୍କାଳୀନ ବିଜେଡି ସରକାର ଦେଇଯାଇଛନ୍ତି। ଏବର ସରକାର ନିଷ୍ପତ୍ତି ନେବାର ଶକ୍ତି ରଖିଛନ୍ତି। ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ଜଗନ୍ନାଥ ମନ୍ଦିର ଲାଗି କର୍ପସ ପାଣ୍ଠି, ରତ୍ନଭଣ୍ଡାର ଖୋଲିବା, ଓଡ଼ିଆ ଅସ୍ମିତା ପାଇଁ କର୍ପସ ପାଣ୍ଠି, ସୁଭଦ୍ରା ଯୋଜନା ଆଦି ନିଷ୍ପତ୍ତି ଭାଜପା ସରକାର ନେଇପାରିଛି। ଭାଜପା ସରକାର ପ୍ରଚାର ସର୍ବସ୍ବ ନୁହେଁ। କଥାରେ ନୁହେଁ, କାମରେ ବିଶ୍ୱାସକରେ। ଗୋଟିଏ ବର୍ଷ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri