Posted inଖେଳ

କୋଟା ପୂରଣ ନ କରିପାରିଲେ ହାର୍ଦ୍ଦିକ ଅନ୍‌ଫିଟ୍‌

ନୂଆଦିଲ୍ଲୀ,୧୫ା୫ (ପି.ଟି.): ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟେଷ୍ଟ ଦଳରୁ ବାଦ୍‌ ଦେବା ଲାଗି ବର୍ତ୍ତମାନର ସିଲେକ୍ସନ କମିଟିର ନିଷ୍ପତ୍ତି ପ୍ରତି ସମର୍ଥନ ଜଣାଇଛନ୍ତି ଭାରତର ପୂର୍ବତନ ଚୟନକର୍ତ୍ତା ସରଣଦୀପ ସିଂ। ଅନ୍ୟପକ୍ଷରେ ଏହି ପୂର୍ବତନ ଅଲ୍‌ରାଉଣ୍ଡର ଯଦି ତାଙ୍କ କୋଟା ଓଭର ପୂରଣ ନ କରିପାରନ୍ତି ତେବେ ତାଙ୍କୁ ସୀମିତ ଓଭର ଫର୍ମାଟ୍‌ ପାଇଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ୨୦୧୯ରେ ପିଠିରେ ଅସ୍ତ୍ରୋପଚାର ହେବାପରେ ଖେଳକୁ ପ୍ରତ୍ୟାବର୍ତ୍ତନ ପରେ ହାର୍ଦ୍ଦିକ ନିୟମିତ ବୋଲିଂ କରିନାହାନ୍ତି। ସେ ଜଣେ ଅଲ୍‌ରାଉଣ୍ଡର ହୋଇଥିଲେ ମଧ୍ୟ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ତାଙ୍କୁ ମନୋନୀତ କରାଯାଇନାହିଁ। ଚଳିତବର୍ଷ ପ୍ରାରମ୍ଭରେ ଐତିହାସିକ ଅଷ୍ଟ୍ରେଲିଆ ଟୁର୍‌ ସହ ଚୟନକର୍ତ୍ତା ହିସାବରେ ସରଣଦୀପଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଇଂଲଣ୍ଡ ଟୁର୍‌ ପାଇଁ ପୃଥ୍ବୀ ଶ’ଙ୍କୁ ଭାରତୀୟ ଦଳରେ ସାମିଲ କରା ନ ଯିବା ନେଇ ସେ ଅଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କିଛି ନ ହେଲେ ଏହି ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ଷ୍ଟାଣ୍ଡବାଇରେ ସ୍ଥାନ ଦିଆଯିବାର ଥିଲା। ଅସ୍ତ୍ରୋପଚାର ପରେ ହାର୍ଦ୍ଦିକ ନିୟମିତ ଭାବେ ବୋଲିଂ କରିନାହାନ୍ତି। ଚୟନକର୍ତ୍ତାମାନେ ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳରେ ନେଇନାହାନ୍ତି। ଅନ୍ତର୍ଜାତୀୟ ଦିନିକିଆରେ ୧୦ ଓଭର ଏବଂ ଟି୨୦ରେ ୪ ଓଭର ବୋଲିଂ କରିପାରିଲେ ହାର୍ଦ୍ଦିକଙ୍କୁ ସୀମିତ ଓଭର କ୍ରିକେଟ ପାଇଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ଉଚିତ। ତାଙ୍କୁ କେବଳ ଜଣେ ବ୍ୟାଟ୍ସମ୍ୟାନ ହିସାବରେ ଦଳରେ ନେଇ ହେବନାହିଁ ବୋଲି ଭାରତର ପୂର୍ବତନ ସ୍ପିନର ସରଣଦୀପ କହିଛନ୍ତି। ଅସ୍ତ୍ରୋପଚାର ପରେ ପୂରା କୋଟା ବୋଲିଂ କରିପାରୁ ନ ଥିବା ହାର୍ଦ୍ଦିକଙ୍କୁ ଯଦି ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଏ ତେବେ ଦଳର ସନ୍ତୁଳନ ରହିବ ନାହିଁ। କାରଣ ଏହାଦ୍ୱାରା ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳିଙ୍କୁ ଦଳରୁ ବାଦ୍‌ ଦେବାକୁ ପଡ଼ିବ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ଦେଖିବାକୁ ମିଳିଛି ଯେ, ଆମେ ୫ ବୋଲରଙ୍କୁ ନେଇ ଖେଳିପାରିବା ନାହିଁ। ବର୍ତ୍ତମାନ ଆମ ପାଖରେ ବିକଳ୍ପ ସ୍ବରୂପ ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁରଙ୍କ ଭଳି ଅଲ୍‌ରାଉଣ୍ଡର ଅଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ଟୁର୍‌ ପାଇଁ ପୃଥ୍ବୀ ଶ’ଙ୍କୁ ଦଳରେ ସାମିଲ ସପକ୍ଷରେ ନିଜର ମତ ଉପସ୍ଥାପନ କରିବାକୁ ଯାଇ ସରଣଦୀପ କହିଛନ୍ତି ଭାରତ ପାଇଁ ସେହ୍ବାଗଙ୍କ ଭୂମିକା ତୁଲାଇବାର ସାମର୍ଥ୍ୟ ଏହି ବ୍ୟାଟ୍ସମ୍ୟାନଙ୍କ ନିକଟରେ ରହିଛି। ଅଷ୍ଟ୍ରେଲିଆ ଟୁର୍‌ ପରେ ଦଳରୁ ବାଦ୍‌ ପଡ଼ିବା ପରେ ଶ’ ଘରୋଇ କ୍ରିକେଟରେ ବହୁ ରନ ସଂଗ୍ରହ କରିଛନ୍ତି। ସେ ତାଙ୍କ ବୈଷୟିକ ତ୍ରୁଟିକୁ ସଜାଡ଼ି ପାରିଛନ୍ତି। ତାହାର ନମୁନା ଆଇପିଏଲ୍‌ରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri