Posted inଖେଳ

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବୋଲିଂ କରିବେ କି? ଟି୨୦ ବିଶ୍ୱକପ୍‌ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ…

ନୂଆଦିଲ୍ଲୀ,୧୨।୬: କ୍ରିକେଟରେ ଦ୍ରୁତ ବୋଲର ଅଲରାଉଣ୍ଡର କମ୍‌ ଦେଖିବାକୁ ମିଳିଥାଏ। ଦଳରେ ଏଭଳି ଖେଳାଳି ଥିଲେ ଫାଇଦା ମିଳିଥାଏ। ଭାରତୀୟ କ୍ରିକେଟ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ସେଭଳି ଜଣେ ଅଲରାଉଣ୍ଡର। ଅନେକ ସମୟରେ ସେ ବ୍ୟାଟିଂ ସହ ବୋଲିଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ହେଲେ ପିଠିରେ ସମସ୍ୟା ଯୋଗୁ ସେ କିଛି ସମୟ ଧରି ବୋଲିଂ କରୁନାହାନ୍ତି।

ଚଳିତ ବର୍ଷ ଟି୨୦ ବିଶ୍ୱକପ୍‌ ଖେଳାଯିବ। ଏଥିରେ ହାର୍ଦ୍ଦିକ ବୋଲିଂ କରିବେ ବୋଲି ଚର୍ଚ୍ଚା ହେଉଛି। କ’ଣ ସେ ପୁଣି ଥରେ ବୋଲିଂ କରିବେ କତ ବୋଲି ପ୍ରଶଂସକମାନେ ଲଗାତାର ପ୍ରଶ୍ନ ମଧ୍ୟ କରୁଛନ୍ତି। ଏବେ ଅଲରାଉଣ୍ଡର ନିଜେ ଏ ବିଷୟରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ ବିଶ୍ୱକପ୍‌ରେ ବୋଲିଂ କରିବାକୁ ଆଶା ରଖିଥିବା କହିଛନ୍ତି।

ପାଣ୍ଡ୍ୟା କହିଛନ୍ତି, ବୋଲିଂ କରିବାକୁ ଆଶା ରହିଛି। ମୁଁ କରିପାରିବି ବୋଲି ଭାବୁଛି। ବିଶେଷକରି ଟି୨୦ ବିଶ୍ୱକପ୍‌ରେ ସମସ୍ତ ମ୍ୟାଚ୍‌ରେ ବୋଲିଂ କରିବାକୁ ଚାହୁଁଛି। ଏବେ ସମସ୍ତ ଧ୍ୟାନ ତାହା ଉପରେ ଅଛି। ଦେଖିବାକୁ ଗଲେ ବୋଲିଂ ପାଇଁ ଫିଟ୍‌ ଥିବା ଆବଶ୍ୟକ। ୨୦୧୯ରେ ପିଠି ସର୍ଜରୀ ପରେ ମଧ୍ୟ ନିଜ ଗତି ଭୁଲିନାହିଁ। ମୁଁ ଯେତେ ଫିଟ୍‌ ରହିବି ସେତେ ଭଲ ପ୍ରଦର୍ଶନ କରିପାରିବି। ମୁଁ ୫୦% ଫିଟ୍‌ନେସ ସହ ଖେଳିବାକୁ ଚାହୁଁନାହିଁ। ଯେତେବେଳେ ଖେଳିବି ଶତ ପ୍ରତିଶତ ଫିଟ୍‌ନେସ୍‌ ସହ ଖେଳିବି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଗତବର୍ଷ ହାର୍ଦ୍ଦିକ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିିରିଜର କିଛି ଓଭର ବୋଲିଂ କରିଥିଲେ। ହେଲେ ସେ ଅସହଜ ନଜର ଆସିଥିଲେ। ପରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ୧୭ ଓଭର ବୋଲିଂ କରିଥିଲେ। ହେଲେ ଦିନିକିଆରେ ତାଙ୍କୁ ବୋଲିଂ ଲାଗି ସୁଯୋଗ ମିଳି ନ ଥିଲା। ସେବେଠାରୁ ଏହି ଅଲରାଉଣ୍ଡର ବୋଲିଂ କରୁନାହାନ୍ତି। ଏପରିକି ସେ ଆଇପିଏଲ୍‌ରେ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଗୋଟିଏ ଓଭର ବୋଲିଂ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚ ଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡି ରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?