Posted inଖେଳ

ନିଜ ଦୁଃଖ ବଖାଣିଲେ ହାର୍ଦ୍ଦିକ ପାଣ୍ଡ୍ୟା, ୩ ଇଞ୍ଜେକ୍ସନ ନେବା ପରେ ବି…

ମୁମ୍ବାଇ,୧୭।୩: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ହେବ ପଡ଼ିଆରୁ ଦୂରେଇ ରହିଛନ୍ତି। ଅବଶ୍ୟ ଆଇପିଏଲ ୨୦୨୪ ସିଜିନ୍‌ରୁ ସେ ପଡିଆକୁ ଫେରିବେ। ଏହି ସିଜିନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ। ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଛି। ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଆହତ ହୋଇଥିଲେ। ସେବେଠାରୁ ସେ କ୍ରିକେଟ ପଡ଼ିଆଠାରୁ ଦୂରରେ ଅଛନ୍ତି। ତେବେ ବର୍ତ୍ତମାନ ଏହି ଅଲରାଉଣ୍ଡର ଆହତ ହେବା ପରେ ବିଶ୍ୱକପ ନ ଖେଳିବା ଦୁଃଖ ପ୍ରକାଶ କରିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ବାଂଲାଦେଶ ବିପକ୍ଷରେ ଆହତ ହେବା ପରେ ମୁଁ ଦଳ ପରିଚାଳନାକୁ କହିଥିଲି ଯେ ମୁଁ ୫ ଦିନ ପରେ ଫେରିବି। ମୋ ଗୋଡରୁ ରକ୍ତ ଧାର ଧାର ହୋଇ ବୋହୁଥିଲା। ଏହା ପରେ ମୁଁ ମୋ ଗୋଡରେ ୩ଟି ଇଞ୍ଜେକ୍ସନ ନେଇଥିଲି। କିନ୍ତୁ ଖେଳିବାକୁ ସକ୍ଷମ ହୋଇ ନ ଥିଲି। ମୁଁ ନିଜେ ଚାଲିବାକୁ ସକ୍ଷମ ଥିଲି। ଆଘାତ ପରେ ୧୦ଦିନ ପର୍ଯ୍ୟନ୍ତ ମୁଁ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲି, କିନ୍ତୁ ଫିଟ ହୋଇପାରିଲି ନାହିଁ। ମୋ ଦେଶ ପାଇଁ ଖେଳିବା ମୋ ପାଇଁ ସବୁଠାରୁ ଗର୍ବର ବିଷୟ, କିନ୍ତୁ ମୁଁ ଫିଟ ହୋଇପାରିଲି ନାହିଁ।
ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ନଜର ଆସିବେ। ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରୁ ସିଜିନ ଆରମ୍ଭ କରିବ। ମାର୍ଚ୍ଚ ୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri