Posted inଫୁରସତ

ଯଦି ସୂର୍ଯ୍ୟ ପଶ୍ଚିମରେ ଉଦୟ ହୁଅନ୍ତି, ତେବେ କ’ଣ ସବୁ ଘଟିବ ପୃଥିବୀରେ ଜାଣନ୍ତୁ…

ସମସ୍ତେ ଜାଣିଛନ୍ତି ଯେ, ସୂର୍ଯ୍ୟ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାନ୍ତି। ଏହି କାରଣରୁ ପାଣିପାଗରେ ପରିବର୍ତ୍ତନ ଘଟେ। ଋତୁଚକ୍ର ବଦଳିଥାଏ। ଯେଉଁ ଋତୁରେ ଯାହା ଘଟିବା କଥା ତାହା ହିଁ ଘଟିଥାଏ। ଶୀତ ଋତୁରେ ପୃଥିବୀପୃଷ୍ଠରେ ବରଫ ଆଚ୍ଛାଦିତ ହୋଇଥାଏ। ଏହା ପରେ ଧୀରେ ଧୀରେ ବସନ୍ତ ଆସେ ଏବଂ ତା’ପରେ ଗ୍ରୀଷ୍ମ।

ବୈଜ୍ଞାନିକଙ୍କ ଅନୁଯାୟୀ, ପୃଥିବୀର ଘୂର୍ଣ୍ଣନ ହେତୁ ଏହି ସବୁ ଘଟେ। କିନ୍ତୁ ଯଦି ସୂର୍ଯ୍ୟ ପଶ୍ଚିମରେ ଉଦୟ ହୁଅନ୍ତି ତେବେ ପୃଥିବୀ ଉପରେ ଏହାର ପ୍ରଭାବ କ’ଣ ହେବ? ଏହାର ଉତ୍ତର ଜାଣିଲେ ଆଶ୍ଚର୍ଯ୍ୟ ହେବେ।

କିଛି ବର୍ଷ ପୂର୍ବେ ଯେତେବେଳେ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ, ଶୁକ୍ର ଧୀରେ ଧୀରେ ପଛକୁ ଘୂରିଥିଲେ ସେତେବେଳେ ଲୋକେ ଭୟଭୀତ ହୋଇଯାଇଥିଲେ। କାରଣ ଏହା ପୃଥିବୀ ଉପରେ ଖରାପ ପ୍ରଭାବ ପକାଇପବା ଭୟ ରହିଥିଲା। କିନ୍ତୁ ପରେ ଏହା ଆବିଷ୍କୃତ ହେଲା ଯେ, ଶୁକ୍ର ପ୍ରକୃତରେ ଦିଗକୁ ଓଲଟାଇ ନ ଥିଲୋ ବରଂ ଓଲଟପାଲଟ ହୋଇଥିଲେ। ଏହା ସେତେଟା ଚିନ୍ତାର ବିଷୟ ନୁହେଁ। କିନ୍ତୁ ଯଦି ପୃଥିବୀ ସହିତ ଏହା ଘଟେ ତେବେ କ’ଣ ହେବ?

ରିପୋର୍ଟ ଅନୁଯାୟୀ, ପଶ୍ଚିମରୁ ସୂର୍ଯ୍ୟ ଉଦୟ ହେବା ସମ୍ଭବ ଯେତେବେଳେ ପୃଥିବୀ ପଶ୍ଚିମରୁ ପୂର୍ବ ପରିବର୍ତ୍ତେ ପଶ୍ଚିମ ଦିଗକୁ ଘୂର୍ଣ୍ଣନ କରିବା ଆରମ୍ଭ କରେ। ଯଦି ଏହା ଘଟେ ତେବେ ପୃଥିବୀର ବାୟୁମଣ୍ଡଳ ଏତେ ଶୀଘ୍ର ପରିବର୍ତ୍ତନ ହେବ ନାହିଁ। ଫଳାଫଳ ସୁପରସୋନିକ୍‌ ପବନ ଏବଂ ଝଡ଼ ହେବ। ସମୁଦ୍ରରେ ଭୟଙ୍କର ସୁନାମି ପରିସ୍ଥିତି ସୃଷ୍ଟି ହେବ। ଅନେକ ପ୍ରାଣୀ ବିଲୁପ୍ତ ହୋଇଯିବେ।

ପବନର ଦିଗ ଓଲଟା ହେବ। ସମୁଦ୍ର ସ୍ରୋତ ଦିଗରେ ମଧ୍ୟ ପରିବର୍ତ୍ତନ ଆସିବ। ଆଜି ଉତ୍ତର ଏବଂ ଦକ୍ଷିଣ ଆମେରିକାର ସବୁଜ ଜଙ୍ଗଲ ମରୁଭୂମିରେ ପରିଣତ ହେବ। ଏଥିସହିତ ସାହାରା ଏବଂ ମଧ୍ୟ ପୂର୍ବର ମରୁଭୂମି ଅଞ୍ଚଳରେ ସବୁଜତା ଦେଖାଯିବ। ପବନର ପରିବର୍ତ୍ତନ ତାପମାତ୍ରାରେ ପରିବର୍ତ୍ତନ ଆଣିବ। ପୂର୍ବ ୟୁରୋପ ଏବଂ ଉତ୍ତର ଚାଇନାରେ ଏହା ଥଣ୍ଡା ହେବା ଆରମ୍ଭ କରିବ। ମରୁଭୂମିରେ ତାପମାତ୍ରା ହ୍ରାସ ପାଇବ ଏବଂ ଜୀବନ୍ତ ଅବସ୍ଥା ସେଠାରେ ରହିବ। ତଥାପି ଏହା ସମୁଦ୍ର କୂଳରେ ଅଧିକ ପ୍ରଭାବ ପକାଇବ ନାହିଁ।

ବୈଜ୍ଞାନିକଙ୍କ ଅନୁଯାୟୀ, ଏହା ମଧ୍ୟ ସମ୍ଭବ ଯେ ଉପକୂଳବର୍ତ୍ତୀ ଅଞ୍ଚଳ ବ୍ୟତୀତ ମୌସୁମୀ ଅନ୍ୟ କୌଣସି ସ୍ଥାନକୁ ଆସି ନ ପାରେ। ଭାରତର ଉତ୍ତରରେ ଅବସ୍ଥିତ ୪-୫ ରାଜ୍ୟରେ ପାଗ ଅତି ଶୀଘ୍ର ବଦଳିଯିବ। କେତେକ ଉପକୂଳବର୍ତ୍ତୀ ଅଞ୍ଚଳ ବୁଡ଼ି ଯାଇପାରେ। ମାଟି ଭିତରେ ଲୁଚି ରହିଥିବା ସମ୍ବଳ ବାହାରକୁ ଆସିପାରେ। କିଛି ଫସଲ ଏବଂ ଖାଦ୍ୟ ସାମଗ୍ରୀର ଉତ୍ପାଦନରେ ହ୍ରାସ ଘଟିବ। ବାୟୁରେ ଆର୍ଦ୍ରତା କମ୍‌ ରହିବ କିନ୍ତୁ ପାଗ ଥଣ୍ଡା ରହିବ। ମାଟିର ଉପର ପୃଷ୍ଠ କମ୍‌ ଉର୍ବର ହେବ। ଅନେକ ପ୍ରାଣୀ ଯେଉଁମାନେ ପରିବର୍ତ୍ତନକୁ ସହ୍ୟ କରି ପାରିବେ ନାହିଁ, ବିଲୁପ୍ତ ହୋଇଯିବେ। ପୃଥିବୀର ମାଧ୍ୟାକର୍ଷଣରେ ପରିବର୍ତ୍ତନ ହୋଇପାରେ। ଏହା ମଣିଷ ଉପରେ ସିଧାସଳଖ ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri