ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ହାର୍ଦ୍ଦିକ ବର୍ତ୍ତମାନ ମଡେଲ ଏବଂ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ପ୍ରାୟତଃ ଏକାଠି ଦେଖାଯାଆନ୍ତି। ସୋସିଆଲ ମିଡିଆରେ ପ୍ରସାରିତ ପୋଷ୍ଟ ଅନୁଯାୟୀ, ହାର୍ଦ୍ଦିକ ଏବଂ ମାହିକା ୨୨ ମେ’ରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିବେ ବୋଲି ଆଶା କରାଯାଉଛି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ବିବାହ ଲକଡାଉନ ସମୟରେ ୩୧ ମେ’ ୨୦୨୦ରେ ନତାଶାଙ୍କ ସହିତ ହୋଇଥିଲା। ତଥାପି, ସେମାନଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରିନଥିଲା ଏବଂ ସେମାନେ ଚାରି ବର୍ଷ ପରେ ଅଲଗା ହୋଇଯାଇଥିଲେ। ହାର୍ଦ୍ଦିକ ଏବଂ ନତାଶା ଜୁଲାଇ ୨୦୨୪ରେ ଛାଡପତ୍ର ନେଇଥିଲେ। ଛାଡପତ୍ର ପରେ, ହାର୍ଦ୍ଦିକ ଅନେକ ମହିଳାଙ୍କ ସହ ଯୋଡି ହୋଇଥିଲେ, କିନ୍ତୁ ଏବେ ଶେଷରେ ମାହିକା ଶର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କର ଅଗସ୍ତ୍ୟ ପାଣ୍ଡ୍ୟା ନାମକ ଏକ ପୁଅ ଅଛି। ଛାଡପତ୍ର ସତ୍ତ୍ୱେ, ସେମାନେ ଏକାଠି ସେମାନଙ୍କ ପୁଅକୁ ପାଳନ କରୁଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ଏହି IPLରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ କରୁଛନ୍ତି। ତଥାପି, ସେ ଗତ ଦୁଇଟି ମ୍ୟାଚ ଖେଳି ନାହାଁନ୍ତି। ହାର୍ଦ୍ଦିକ ବର୍ତ୍ତମାନ ଆହତ ଅଛନ୍ତି ଏବଂ ଏହା ବିଶ୍ୱାସ କରାଯାଉଛି ଯେ ସେ KKR ବିପକ୍ଷ ମ୍ୟାଚ ରେ ପଡ଼ିଆକୁ ଫେରିପାରନ୍ତି।

Odisha’s No.1 Odia Daily

Share