Categories: ଖେଳ

ଅଶ୍ୱିନଙ୍କୁ ଭଜିଙ୍କ ଶୁଭେଚ୍ଛା

କାନପୁର,୨୯।୧୧: ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। କାନପୁର ଟେଷ୍ଟର ୫ମ ଦିନରେ ଟମ୍‌ ଲଥାମ (୫୨)ଙ୍କୁ ଆଉଟ୍‌ କରି ଅଶ୍ୱିନ ଏହି ସଫଳତା ପାଇଛନ୍ତି। ଏହି ଅବସରରେ ଅଶ୍ୱିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭଜି।

“ଅଶ୍ୱିନଙ୍କୁ ଶୁଭେଚ୍ଛା। ଆଶା କରୁଛି ତୁମେ ଆହୁରି ଉଇକେଟ ନିଅ। ଭଗବାନ ତୁମର ମଙ୍ଗଳ କରନ୍ତୁ। ଚମକିବା ଜାରି ରଖ” ବୋଲି ଭଜି ଟୁଇଟ୍‌ କରିଛନ୍ତି।

ପୂର୍ବତନ ଲେଗ୍‌ ସ୍ପିନର ଅନୀଲ କୁମ୍ବଲେ ୬୧୯ ଉଇକେଟ ସହ ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ୪୩୪ ଉଇକେଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କିମ୍ବଦନ୍ତ୍ରୀ ଅଲରାଉଣ୍ଡର କପିଳ ଦେବ।

Share